ETV Bharat / entertainment

'କ୍ରାକ'ର ପ୍ରଥମ ଟ୍ରାକ ରିଲିଜ, ପରଦାରେ ବିଦ୍ୟୁତ-ନୋରାଙ୍କ ଜବରଦସ୍ତ କେମେଷ୍ଟ୍ରି

author img

By ETV Bharat Odisha Team

Published : Jan 16, 2024, 12:14 PM IST

Crakk's New Track out: ବିଦ୍ୟୁତ ଜାମୱାଲଙ୍କ ଅଭିନୀତ ଚଳଚ୍ଚିତ୍ର 'କ୍ରାକ'ର ପ୍ରଥମ ଟ୍ରାକ 'ଦିଲ୍ ଝୁମ' ରିଲିଜ ହୋଇଛି । ବିଦ୍ୟୁତ ଜାମୱାଲ ଏବଂ ନୋରା ଫତେହିଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Crakk's New Track out
'କ୍ରାକ' ପ୍ରଥମ ଟ୍ରାକ ରିଲିଜ

ମୁମ୍ବାଇ: ପୁଣି ପରଦାରେ ଧମାକା କରିବାକୁ ଆସୁଛନ୍ତି ବିଦ୍ୟୁତ ଜାମୱାଲ । ଆଗାମୀ ଫିଲ୍ମ 'କ୍ରାକ'ରେ ଆକ୍ସନ ସହ ପୁଣି ଫେରୁଛନ୍ତି ଅଭିନେତା । ଏହି ଫିଲ୍ମରେ ବିଦ୍ୟୁତଙ୍କ ଶତ୍ରୁ ଭୂମିକାରେ ଅଭିନେତା ଅର୍ଜୁନ ରାମପାଲ ନଜର ଆସିବେ । ଫିଲ୍ମର ଟିଜର ଆଉ ପୋଷ୍ଟର ଦେଖିବା ପରେ ପ୍ରଶଂସକମାନେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ଏବେ ଫିଲ୍ମ 'କ୍ରାକ୍‌... ଜିତେଗା ତୋ ଜିଏଗା'ର ପ୍ରଥମ ଟ୍ରାକ 'ଦିଲ୍ ଝୁମ' ରିଲିଜ ହୋଇଛି । ଯେଉଁଥିରେ ବିଦ୍ୟୁତ ଜାମୱାଲ ଏବଂ ନୋରା ଫତେହିଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ଗୀତକୁ ବିଶାଲ ମିଶ୍ର ଏବଂ ଶ୍ରେୟା ଘୋଷାଲ ଗାଇଛନ୍ତି ।

  • " class="align-text-top noRightClick twitterSection" data="">

କ୍ରାକ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏଥିରେ ବିଦ୍ୟୁତ ଜାମୱାଲ, ନୋରା ଫତେହି ଏବଂ ଅର୍ଜୁନ ରାମପାଲ ଭଳି ତାରକା ମୁଖ୍ୟ ଭୂମିକାରେ ଅଛନ୍ତି । କ୍ରାକର ସାନଦାର୍ ଟିଜର ପରେ ନିର୍ମାତାମାନେ ରୋମାଣ୍ଟିକ୍ ଟ୍ରାକ୍ ଦିଲ୍ ଝୁମର ମୁକ୍ତିଲାଭ କରିଛନ୍ତି । ଯେଉଁଥିରେ ନୋରା ଏବଂ ବିଦ୍ୟୁତଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିଛି । ଏହି ଗୀତକୁ ଅଲି ଜଫର ଲେଖିଛନ୍ତି । ସେହିପରି ବିଶାଲ ମିଶ୍ର ଓ ଶ୍ରେୟା ଘୋଶାଲ ନିଜର ସ୍ବର ଦେଇଛନ୍ତି । ଗୀତ ରିଲିଜ ହେବା ମାତ୍ରେ ଫ୍ୟାନ୍ସ କମେଣ୍ଟ ଦେବା ଆରମ୍ଭ କରିଥିଲେ ।

କମେଣ୍ଟରେ ଜଣେ ଫ୍ୟାନ ଲେଖିଛନ୍ତି, 'ଶ୍ରେୟା ଏବଂ ବିଶାଲଙ୍କ ସ୍ୱର ଏହି ଗୀତରେ ଚାର ଚାନ୍ଦ ଲଗାଇଛି।' ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, 'ଏହି ଗୀତରେ ନୋରା ଏବଂ ବିଦ୍ୟୁତଙ୍କ କେମେଷ୍ଟ୍ରି ଜବରଦସ୍ତ ହୋଇଛି ।' ସେହିପରି ଅନ୍ୟ ଜଣେ ଲେଖିଛନ୍ତି, 'ବିଦ୍ୟୁତ୍ ଏବଂ ନୋରାଙ୍କ କେମେଷ୍ଟ୍ରି ବହୁତ ଭଲ ଲାଗୁଛି, ସେମାନେ ପରଦାରେ ଅଧିକ ଟ୍ରାକ୍ ଗୀତ କରିବା ଉଚିତ ।'

ଏହା ମଧ୍ୟ ପଢନ୍ତୁ- 'କ୍ରାକ'ର ଦମଦାର ଟିଜର ରିଲିଜ, ଖଳନାୟକ ଭୂମିକାରେ ନଜର ଆସିଲେ ଅର୍ଜୁନ ରାମପାଲ

ଏହି ଚଳଚ୍ଚିତ୍ର ବିଦ୍ୟୁତ ଜାମୱାଲ ଏବଂ ନିର୍ଦ୍ଦେଶକ ଆଦିତ୍ୟ ଦତ୍ତଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ଅଟେ । ଏମାନେ ପୂର୍ବରୁ ଆକ୍ସନ୍-ପ୍ୟାକର ଭରପୁର କମାଣ୍ଡୋରେ ଏକାଠି କାମ କରିଥିଲେ । ଏଥିରେ ଅର୍ଜୁନ ରାମପାଲ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । କ୍ରାକ୍‌... ଜିତେଗା ତୋ ଜିଏଗା'ର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଦତ୍ତ । ଯିଏ 'ଆଶିକ୍ ବନାୟା ଆପ୍‌ନେ' ଏବଂ 'ଟେବୁଲ୍ ନମ୍ବର 21' ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ବିଦ୍ୟୁତ ଜାମୱାଲ ଏବଂ ଅବ୍ବାସ ସୟିଦଙ୍କ ଦ୍ୱାରା ନିର୍ମିତ । ଏହି ଫିଲ୍ମରେ ବିଦ୍ୟୁତ ଜାମୱାଲଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ନୋରା ଫତେହି ଏବଂ ଆମି ଜ୍ୟାକସନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

କ୍ରାକ୍‌... ଜିତେଗା ତୋ ଜିଏଗା'ର ହେଉଛି ଏକ ସ୍ପୋର୍ଟ୍ସ୍‌ ଆକ୍ସନ୍ ଫିଲ୍ମ । ଏହା ହେଉଛି ମୁମ୍ବାଇର ବସ୍ତିରେ ଖେଳାଯାଉଥିବା କ୍ରୀଡା ଏବଂ ଉତ୍ସାହର କାହାଣୀ । ବିଦ୍ୟୁତ ଜାମୱାଲଙ୍କୁ କ୍ରାକରେ କ୍ରୀଡା ଷ୍ଟଣ୍ଟ୍‌ ଏବଂ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ବିଦ୍ୟୁତ କେବଳ ଅଭିନୟ କରିନାହାନ୍ତି ବରଂ ଏହାର ନିର୍ମାତା ମଧ୍ୟ ଅଟନ୍ତି । 23 ଫେବୃଆରୀ 2024ରେ ପରଦାକୁ ଆସିବ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.