ETV Bharat / entertainment

'କ୍ରାକ'ର ଦମଦାର ଟିଜର ରିଲିଜ, ଖଳନାୟକ ଭୂମିକାରେ ନଜର ଆସିଲେ ଅର୍ଜୁନ ରାମପାଲ

author img

By ETV Bharat Odisha Team

Published : Dec 19, 2023, 3:22 PM IST

Crakk Teaser Out: ବିଦ୍ୟୁତ ଜାମୱାଲଙ୍କ ଅଭିନୀତ ଚଳଚ୍ଚିତ୍ର 'କ୍ରାକ'ର ଟିଜର ରିଲିଜ ହୋଇଛି। ଏଥିରେ ବିଦ୍ୟୁତ ଏବଂ ଅର୍ଜୁନ ରାମପାଲଙ୍କ ଦମଦାର ଝଲକ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ,

'କ୍ରାକ'ର ଦମଦାର ଟିଜର ରିଲିଜ, ଖଳନାୟକ ଭୂମିକାରେ ନଜର ଆସିଲେ ଅର୍ଜୁନ ରାମପାଲ
'କ୍ରାକ'ର ଦମଦାର ଟିଜର ରିଲିଜ, ଖଳନାୟକ ଭୂମିକାରେ ନଜର ଆସିଲେ ଅର୍ଜୁନ ରାମପାଲ

ହାଇଦ୍ରାବାଦ: କମାଣ୍ଡୋ, ଖୁଦା ହାଫିଜ ଏବଂ ଫୋର୍ସ ଭଳି ଚଳଚ୍ଚିତ୍ରରେ ତାଙ୍କ ଆକ୍ସନ୍ ସିନରେ ଦର୍ଶକଙ୍କ ମନ ଜିତିଥିବା ବେଳେ ବର୍ତ୍ତମାନ ପୁଣି ପରଦାରେ ଧମାକା କରିବାକୁ ଆସୁଛନ୍ତି ବିଦ୍ୟୁତ ଜାମୱାଲ । ଆଗାମୀ ଫିଲ୍ମ 'କ୍ରାକ'ରେ ଆକ୍ସନ ସହ ପୁଣି ଫେରୁଛନ୍ତି ଅଭିନେତା । ଏହି ଫିଲ୍ମରେ ବିଦ୍ୟୁତଙ୍କ ଶତ୍ରୁ ଭୂମିକାରେ ଅଭିନେତା ଅର୍ଜୁନ ରାମପାଲ ନଜର ଆସିବେ । ତେବେ ବର୍ତ୍ତମାନ ନିର୍ମାତା ଫିଲ୍ମର ଦମଦାର ଟିଜର ରିଲିଜ କରିଛନ୍ତି ।

  • " class="align-text-top noRightClick twitterSection" data="">

'କ୍ରାକ'ର ଟିଜର ଆକ୍ସନରୁ ଆରମ୍ଭ ହୁଏ । ବିମାନରୁ ତଳକୁ ଡେଇଁବାର ସିନ ହେଉ ଅବା ଶତ୍ରୁମାନଙ୍କ ସହ ବିପଜ୍ଜନକ ଯୁଦ୍ଧ ହେଉ, ଫିଲ୍ମର ଟିଜର ସାନଦାର ରହିଛି । ଚଳଚ୍ଚିତ୍ରର ସଂଳାପ ମଧ୍ୟ ଦମଦାର ରହିଥିବା ବେଳେ ଏଥିରେ ବିଦ୍ୟୁତ କହିଛନ୍ତି, "ଜୀବନ ସମସ୍ତଙ୍କ ସହ ଖେଳେ, କିନ୍ତୁ ପ୍ରକୃତ ଖେଳାଳି ହିଁ ଜୀବନ ସହ ଖେଳନ୍ତି । ମୁଁ ଭୟ କରେ ନାହିଁ, ମୁଁ ସାହସ ସହ ଖେଳେ ଏବଂ ଦିମାଗରୁ ଟିକେ କ୍ରାକ ଅଟେ।" ଟିଜରରେ ଅର୍ଜୁନ ରାମପାଲ ଏବଂ ନୋରା ଫତେହିଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି ।

'କ୍ରାକ୍‌... ଜିତେଗା ତୋ ଜିଏଗା'ର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଦତ୍ତ, ଯିଏ 'ଆଶିକ୍ ବନାୟା ଆପ୍‌ନେ' ଏବଂ 'ଟେବୁଲ୍ ନମ୍ବର 21' ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଏଥି ସହିତ ଜାମୱାଲଙ୍କ ପ୍ରଡକ୍ସନ୍ ବ୍ୟାନର ଆକ୍ସନ୍ ହିରୋ ଫିଲ୍ମସ୍ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି । ଏହି ଚଳଚ୍ଚିତ୍ରଟି ବିଦ୍ୟୁତ ଜାମୱାଲ ଏବଂ ଅବ୍ବାସ ସୟିଦଙ୍କ ଦ୍ୱାରା ନିର୍ମିତ। ଏହି ଫିଲ୍ମରେ ବିଦ୍ୟୁତ ଜାମୱାଲଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ନୋରା ଫତେହି ଏବଂ ଆମି ଜ୍ୟାକସନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: ବିଦ୍ୟୁତ ଜାମୱାଲଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଆଗାମୀ ଫିଲ୍ମ 'କ୍ରାକ' ରିଲିଜ ଡେଟ୍ ଘୋଷଣା

'କ୍ରାକ୍‌... ଜିତେଗା ତୋ ଜିଏଗା'ର ହେଉଛି ଏକ ସ୍ପୋର୍ଟ୍ସ୍‌ ଆକ୍ସନ୍ ଫିଲ୍ମ । ଏହା ହେଉଛି ମୁମ୍ବାଇର ବସ୍ତିରେ ଖେଳାଯାଉଥିବା କ୍ରୀଡା ଏବଂ ଉତ୍ସାହର କାହାଣୀ । ବିଦ୍ୟୁତ ଜାମୱାଲଙ୍କୁ କ୍ରାକରେ କ୍ରୀଡା ଷ୍ଟଣ୍ଟ୍‌ ଏବଂ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ବିଦ୍ୟୁତ କେବଳ ଅଭିନୟ କରିନାହାନ୍ତି ବରଂ ଏହାର ନିର୍ମାତା ମଧ୍ୟ ଅଟନ୍ତି । 23 ଫେବୃଆରୀ 2024ରେ ପରଦାକୁ ଆସିବ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.