ETV Bharat / entertainment

ଟି-ସାର୍ଟରେ ସୁଶାନ୍ତଙ୍କ ଫଟୋ ଦେଖି ରାଗିଲେ ଫ୍ୟାନ୍ସ, flipkartକୁ ବୟକଟ ପାଇଁ ଦାବି

author img

By

Published : Jul 27, 2022, 9:52 PM IST

ସୁଶାନ୍ତ ସିଂ ରାଜପୁତଙ୍କ ଫଟୋ ଥିବା ଏକ ଟି-ସାର୍ଟକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହି ଟି-ସାର୍ଟ ଉପରେ ସୁଶାନ୍ତଙ୍କୁ ଡିପ୍ରେସନର ରୋଗୀ ବୋଲି ବର୍ଣ୍ଣନା କରାଯାଇଛି । ଅଧିକ ପଢନ୍ତୁ

ବିବାଦରେ ସୁଶାନ୍ତ ସିଂ ରାଜପୁତ ଟି-ସାର୍ଟ, flipkartକୁ ବୟକଟ କରିବାକୁ ଦାବି

ହାଇଦ୍ରାବାଦ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୁରିଗଲାଣି 2 ବର୍ଷ, କିନ୍ତୁ ଏବେ ବି ପ୍ରଶଂସକ ତାଙ୍କୁ ଭୁଲିପାରି ନାହାଁନ୍ତି। ଆଜି ମଧ୍ୟ ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହି ପ୍ରିୟ ଷ୍ଟାରଙ୍କ ପାଇଁ ଭାବପ୍ରବଣ ଅଟନ୍ତି । ବର୍ତ୍ତମାନ ସୁଶାନ୍ତଙ୍କ ପ୍ରଶଂସକ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଉପରେ ପ୍ରବଳ ବର୍ଷିଛନ୍ତି। ଫ୍ଲିପକାର୍ଟରେ ଏକ ଟି-ସାର୍ଟ ବିକ୍ରି ହେଉଛି, ଯେଉଁଥିରେ ସୁଶାନ୍ତ ସିଂ ରାଜପୁତଙ୍କ ଫଟୋକୁ ଡିପ୍ରେସନ୍ ସହିତ ଯୋଡା ଯାଇଛି ।

ଫ୍ଲିପକାର୍ଟରେ ଏକ ରାଉଣ୍ଡ ନେକ୍‌ ଟି-ସାର୍ଟ ବିକ୍ରି ହେଉଛି, ଯେଉଁଥିରେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରିଣ୍ଟେଡ୍‌ ଫଟୋ ସହିତ ଲେଖାଯାଇଛି 'depression like drowning'। ଏହି ଟି-ସାର୍ଟ ଫ୍ଲିପକାର୍ଟରେ ରିହାତି ପରେ 179 ଟଙ୍କାରେ ବିକ୍ରି ହେଉଛି । ଏହାର ମୂଲ୍ୟ 1099 ଟଙ୍କା ଦର୍ଶାଯାଇଛି । ଏଥିରେ ସୁଶାନ୍ତଙ୍କ ପ୍ରଶଂସକମାନେ ରାଗିଛନ୍ତି। ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକମାନେ କହିଛନ୍ତି ଯେ, ସେମାନଙ୍କର ପ୍ରିୟ ତାରକା ଡିପ୍ରେସନ୍‌ ନୁହେଁ ବରଂ 'ବଲିଉଡ ମାଫିଆ'ର ଶିକାର ହୋଇଥିଲେ। ଏହା ପରେ 'ବଏକଟ୍ ଫ୍ଲିପକାର୍ଟ' ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ଏହି ବିଜ୍ଞାପନ ଭାଇରାଲ ହେବା ପରେ ଫ୍ଲିପକାର୍ଟ ବିରୋଧରେ ଅନେକ ଲୋକ ମାମଲା ଦାୟର କରିଛନ୍ତି ଏବଂ ଅନେକ ଲୋକ ଭୁଲ ବାର୍ତ୍ତା ପାଇଁ ଇ-କମର୍ସ କମ୍ପାନୀକୁ ନୋଟିସ ପଠାଇଛନ୍ତି। ଜଣେ ୟୁଜର ଏହି ବିଷୟରେ ଟ୍ୱିଟ୍ କରି ଲେଖିଛନ୍ତି, 'ଜଣେ ସାଧାରଣ ତଥା ଦାୟିତ୍ବବାନ ନାଗରିକ ଭାବରେ ମୁଁ ଆଜି ରାତିରେ ଫ୍ଲିପକାର୍ଟକୁ ଏକ ନୋଟିସ୍ ପଠାଇବି।' ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଆମେ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ ଜାରି ରଖିବୁ। ଫ୍ଲିପକାର୍ଟ ଏହି ଜଘନ୍ୟ ଅପରାଧ ପାଇଁ ଲଜ୍ଜିତ ହେବା ଉଚିତ ଏବଂ କ୍ଷମା ମାଗିବା ଏବଂ ପ୍ରତିଜ୍ଞା କରିବା ଉଚିତ କି ଏହି ଭଳି ଆଉ କେବେ ହେବ ନାହିଁ ।'

ସୂଚନାଯୋଗ୍ୟ ଯେ 14 ଜୁନ୍ 2020 ରେ ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହ ତାଙ୍କ ମୁମ୍ବାଇ ଫ୍ଲାଟରୁ ମିଳିଥିଲା । ମାମଲାର ତଦନ୍ତରେ ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି। ତେବେ ପରେ ସୁଶାନ୍ତଙ୍କ ପରିବାରର ଦାବିରେ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ମାମଲାରେ ସିବିଆଇ ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ନାହିଁ। ଡ୍ରଗ୍ସର ଲିଙ୍କ୍‌ ମିଳିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ଯାଞ୍ଚ କରିଥିଲା ​​ଯେଉଁଥିରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.