ETV Bharat / entertainment

'ଓପେନହାଇମର'କୁ ଲାଗିଲା ବିବାଦ ନଜର, ସିଲିୟନ ମର୍ଫିଙ୍କୁ ପଛରେ ପକାଇପାରେ 'ବାର୍ବି'! - ଓପେନହାଇମର ଉପରେ ବିବାଦର ପ୍ରଭାବ

ଦ୍ବିତୀୟ ବିଶ୍ବଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମର ବର୍ତ୍ତମାନ କ୍ରେଜ କମିବାରେ ଲାଗିଛି । ପୁରା କାହାଣୀ ଅପେକ୍ଷା ଗୋଟିଏ ସିନ ପାଇଁ ଫିଲ୍ମ ବିବାଦରେ ଛନ୍ଦି ହୋଇଛି । ଫଳରେ ଏହାର ପ୍ରଭାବ ବର୍ତ୍ତମାନ ଫିଲ୍ମର ଆୟ ଉପରେ ପଡିବାରେ ଲାଗିଛି ଏବଂ ଦିନକୁ ଦିନ କମିବାରେ ଲାଗିଛି ଫିଲ୍ମର କଲେକ୍ସନ । ସେପଟେ ଓପେନହାଇମର ସହ ଟକ୍କର ଦେଉଛି ଫିଲ୍ମ ବାର୍ବି ।

'ଓପେନହାଇମର' ଉପରେ ବିବାଦର ପ୍ରଭାବ, ସିଲିୟନ ମର୍ଫିଙ୍କୁ ପଛରେ ପକାଇପାରେ 'ବାର୍ବି'!

author img

By

Published : Jul 26, 2023, 11:50 AM IST

ହାଇଦ୍ରାବାଦ: ନିର୍ଦ୍ଦେଶକ ଖ୍ରୀଷ୍ଟଫର ନୋଲନଙ୍କ ଫିଲ୍ମ 'ଓପେନହାଇମର' ବକ୍ସ ଅଫିସରେ ଓପନିଂ ଦମଦାର ରହିଥିଲା । ଫିଲ୍ମ ଦର୍ଶକଙ୍କୁ ଥିଏଟରକୁ ଟାଣିବାରେ ସଫଳ ମଧ୍ୟ ହୋଇଥିଲା । ହେଲେ ବର୍ତ୍ତମାନ ଫିଲ୍ମର ଗୋଟିଏ ବିବାଦୀୟ ସିନ ପାଇଁ ବିରୋଧର ସମ୍ମୁଖୀନ ହୋଇଛି । ଯାହା ଫିଲ୍ମର ରୋଜଗାର ଉପରେ ଏବେ ବିଶେଷ ପ୍ରଭାବ ପକାଇଛି। ଫିଲ୍ମ 5ମ ଦିନରେ କେବଳ 6.25କୋଟି ଆୟ କରିଛି । ସେପଟେ ଏକାସାଙ୍ଗେ ରିଲିଜ ହୋଇଥିବା ଫିଲ୍ମ ବାର୍ବି ମଧ୍ୟ ତାର ଜଲୱା ଜାରି ରଖିଛି ।

ଜୁଲାଇ 21ରେ ରିଲିଜ କରିଥିବା 'ଓପେନହାଇମର'କୁ ପାଞ୍ଚ ଦିନ ବିତିଗଲାଣି । ଫିଲ୍ମ ପଞ୍ଚମ ଦିନରେ 6.25 କୋଟି ସଂଗ୍ରହ କରିଛି । ପ୍ରଥମ ଦିନରୁ ଆଜି ପର୍ଯ୍ୟନ୍ତ ରୋଜଗାର ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର 14.25 କୋଟି, ଦ୍ୱିତୀୟ ଦିନରେ 17 କୋଟି, ତୃତୀୟ ଦିନରେ 17.25 କୋଟି ଏବଂ ଚତୁର୍ଥ ଦିନରେ 7 କୋଟି ରୋଜଗାର କରିଥିଲା । ଏହି ଫିଲ୍ମର ମୋଟ ସଂଗ୍ରହ 62 କୋଟିରେ ପହଞ୍ଚିଛି । ପ୍ରଥମ ସପ୍ତାହ ଭଲ ପ୍ରଦର୍ଶନ କରିଥିବା ବେଳେ ବିବାଦ ଯୋଗୁଁ ଫିଲ୍ମଟି ଦ୍ବିତୀୟ ସପ୍ତାହରେ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଉଥିବା ଭଳି ମନେ ହେଉଛି ।

ସୂଚନା ଥାଉ କି, ପରମାଣୁ ବୋମାର ପିତା ଜେ ରବର୍ଟ ଓପେନହାଇମର ଜୀବନା ଉପରେ ଆଧାରିତ ଅଟେ ଏହି ଫିଲ୍ମ । ଏହି ଫିଲ୍ମରେ ହଲିଉଡ ଅଭିନେତା ସିଲିୟନ୍ ମର୍ଫି ଓପେନହାଇମରଙ୍କ ଭୂମିକାରେ ନଜର ଆସିଛନ୍ତି । ଜେ ରୋବର୍ଟ ଓପେନହାଇମର ଭଗ୍‌ବତ୍‌ ଗୀତା ପଢୁଥିଲେ । ତେବେ ଫିଲ୍ମରେ ଏହା ଦର୍ଶାଯାଇଛି ଯେ ଓପେନହାଇମର ଭୂମିକାରେ ଅଭିନୟ କରୁଥିବା ପ୍ରସିଦ୍ଧ ଅଭିନେତା ସିଲିୟାନ୍ ମର୍ଫି ତାଙ୍କ ପ୍ରେମିକାଙ୍କ ସହ ଇଣ୍ଟିମେଟ ସିନ ସମୟରେ ଭଗବତ୍‌ ଗୀତା ପଢୁଛନ୍ତି । ଯାହାକୁ ନେଇ ନିର୍ଦ୍ଦେଶକଙ୍କୁ କଡା ସମାଲୋଚନା କରାଯିବା ସହ ବିରୋଧ କରାଯାଉଛି।

ଏହା ମଧ୍ୟ ପଢନ୍ତୁ: ଓପେନହାଇମରରୁ ହଟିବ ବିବାଦୀୟ ଦୃଶ୍ୟ, ସେନ୍ସର ବୋର୍ଡ ଉପରେ ବର୍ଷିଲେ ଅନୁରାଗ ଠାକୁର

'ଓପେନହାଇମର' ଅନ୍ୟ ଏକ ହଲିଉଡ ଚଳଚ୍ଚିତ୍ର 'ବାର୍ବି' ସହ କଡା ଟକ୍କର ଦେଉଛି । ଉଭୟ ଫିଲ୍ମ ଜୁଲାଇ 21ରେ ରିଲିଜ କରିଛି । ତେବେ ଓପେନହାଇମର ଭଳି ଏତେ କମାଲ କରିନଥିଲେ ମଧ୍ୟ 'ବାର୍ବି' ମଧ୍ୟ ଭାରତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । 5ମ ଦିନରେ ବାର୍ବି ମାତ୍ର 2.30 କୋଟି ରୋଜଗାର କରିଛି । ପ୍ରଥମ ଦିନରେ ଫିଲ୍ମ 4.50କୋଟି ରୋଜଗାର କରିଥିବା ବେଳେ ଦ୍ବିତୀୟ ଦିନରେ 6.50 କୋଟି, 3ୟ ଦିନରେ 7.50କୋଟି ଏବଂ ଚତୁର୍ଥ ଦିନରେ 3 କୋଟି ଆୟ କରିଥିଲା । ଫିଲ୍ମର ମୋଟ କଲେକ୍ସନ 21.50 କୋଟିକୁ ବୃଦ୍ଧି ପାଇଛି । ତେବେ ବିବାଦ ପାଇଁ 'ଓପେନହାଇମର'କୁ ପଛରେ ପକାଇ 'ବାର୍ବି' ବାଜିମାରିପାରେ ବୋଲି ଅନୁମାନ କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.