ETV Bharat / entertainment

Chhello Show: ଆଖି ବୁଝିଲେ ଶିଶୁ କଳାକାର ରାହୁଲ କୋଲି, କର୍କଟ ରୋଗରେ ଥିଲେ ପୀଡିତ

author img

By

Published : Oct 11, 2022, 11:40 AM IST

ଗୁଜୁରାଟୀ ଚଳଚ୍ଚିତ୍ର ଛେଲୋ ସୋ ରେ (Chhello Show) ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ରାହୁଲ କୋଲିଙ୍କର କର୍କଟ ରୋଗରେ ଦେହାନ୍ତ ହୋଇଛି ।

ଆଖି ବୁଝିଲେ ଶିଶୁ କଳାକାର ରାହୁଲ କୋଲି, କର୍କଟ ରୋଗରେ ଥିଲେ ପୀଡିତ

ହାଇଦ୍ରାବାଦ: ଶିଶୁ କଳାକାର ରାହୁଲ କୋଲିଙ୍କର ଦେହାନ୍ତ ହୋଇଛି । ଗୁଜୁରାଟୀ ଚଳଚ୍ଚିତ୍ର 'ଛେଲୋ ସୋ'ରେ (Chhello Show) ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାହୁଲ କୋଲି । ମାତ୍ର ଫିଲ୍ମ ରିଲିଜ୍‌ ପୂର୍ବରୁ ଆଖି ବୁଝିଲେ ରାହୁଲ କୋଲି । ଉଲ୍ଲେଖନୀୟ ଯେ, ଗୁଜୁରାଟୀ ଚଳଚ୍ଚିତ୍ର 'ଛେଲୋ ସୋ' (Chhello Show)କୁ 95 ତମ ଓସ୍କାର ଆଓ୍ବାର୍ଡ ସେରିମନି ୨୦୨୩ ରେ ଏଣ୍ଟ୍ରି ମିଳିଥିଲା । ନିକଟରେ ଭାରତ ସରକାର ଘୋଷଣା କରିିଥିଲେ, ୯୫ତମ ଏକାଡେମୀ ଆୱାର୍ଡ ପାଇଁ ଭାରତରୁ 'Chhello Show' ପ୍ରତିନିଧିତ୍ବ କରିବ । ଚଳଚ୍ଚିତ୍ରର ଇଂରାଜୀ ଟାଇଟଲ୍ ହେଉଛି ‘ଲାଷ୍ଟ୍‌ ଫିଲ୍ମ ସୋ’ । ଏହି ଚଳଚ୍ଚିତ୍ରଟି ପି. ନଳୀନିଙ୍କ ଦ୍ବାରା ନିର୍ଦ୍ଦେଶିତ ଏବଂ ଫିଲ୍ମଟି ଅକ୍ଟୋବର 14 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏବେ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି ଯେ, ରାହୁଲ କୋଲିଙ୍କର ଲ୍ୟୁକେମିଆ (Leukemia) କାରଣରୁ ଦେହାନ୍ତ ହୋଇଛି । (ଲ୍ୟୁକେମିଆ ହେଉଛି ଏକ ପ୍ରକାର ରକ୍ତ କର୍କଟ)

ଅନ୍ତିମ ସଂସ୍କାର ଦିନ ମୁକ୍ତିଲାଭ କରିବ ଫିଲ୍ମ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲ୍ୟୁକେମିଆ କାରଣରୁ ଅହମ୍ମଦାବାଦର ଏକ କର୍କଟ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଏନେଇ ରାହୁଲ କୋଲିଙ୍କ ପିତା କହିଛନ୍ତି, 'କୋଲିଙ୍କୁ ଜ୍ବର ହୋଇଥିଲା । ରବିବାର ଦିନ ଜଳଖିଆ ଖାଉଥିବା ସମୟରେ ରକ୍ତ ବାନ୍ତି କରିଥିଲେ । ରାହୁଲଙ୍କ ମୃତ୍ୟୁରେ ମୋ ପରିବାର ଭାଙ୍ଗି ପଡିଛି, କିନ୍ତୁ ଆମେ ରାହୁଲଙ୍କ ଅନ୍ତିମ ସଂସ୍କାର କରିବା ପରେ ତାଙ୍କର ଶେଷ ଫିଲ୍ମ 'ଛେଲୋ ସୋ' ନିଶ୍ଚିତ ଭାବେ ଦେଖିବାକୁ ଯିବୁ ।' ରାହୁଲଙ୍କ ଅନ୍ତିମ ସଂସ୍କାର ଦିନ ଅର୍ଥାତ ଅକ୍ଟୋବର 14ରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରୁଛି ।

FFI ସଭାପତି ଟି.ପି ଅଗ୍ରୱାଲ କହିଛନ୍ତି ଯେ, ନିକଟରେ ଭାରତ ସରକାର ଘୋଷଣା କରିଥିଲେ ୯୫ତମ ଏକାଡେମୀ ଆୱାର୍ଡ ପାଇଁ ଭାରତରୁ 'Chhello Show' ପ୍ରତିନିଧିତ୍ବ କରିବ । ବିବେକ ଅଗ୍ନିହୋତ୍ରୀଙ୍କ 'କାଶ୍ମୀର ଫାଇଲ୍ସ' ଏବଂ ଆର୍‌ ମାଧବନଙ୍କ ନିର୍ଦ୍ଦେଶିତ ରକେଟ୍ରି', ଏସ୍ ରାଜାମୌଲିଙ୍କ 'ଆରଆରଆର' ଏବଂ ରଣବୀର କପୁରଙ୍କ ନିକଟରେ ମୁକ୍ତିଲାଭ କରିଥିବା 'ବ୍ରହ୍ମାସ୍ତ୍ର' କୁ ପସନ୍ଦ କରାଯାଇଥିଲା ଏବଂ ସର୍ବସମ୍ମତି କ୍ରମେ 'ଛେଲୋ ସୋ'କୁ ଚୟନ କରାଯାଇଥିଲା ।

କେଉଁ ବର୍ଗରେ ଫିଲ୍ମ ଚୟନ କରାଯାଇଥିଲା

ଏହି ଚଳଚ୍ଚିତ୍ରଟି 95 ତମ ଓସ୍କାର ପୁରସ୍କାରରେ ଶ୍ରେଷ୍ଠ ଫିଚର ଫିଲ୍ମ ବର୍ଗ ପାଇଁ ମନୋନୀତ ହୋଇଛି । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସ୍ୱାମୀ ସିଦ୍ଧାର୍ଥ ରୟ କାପୁର। ଏହି ଚଳଚ୍ଚିତ୍ରଟି ରୟ କାପୁର ଫିଲ୍ମସ, ଜୁଗାଦ ମୋସନ ପିକ୍ଚର୍ସ, ମୌସୁମୀ ଫିଲ୍ମସ, ଛଲୋ ସୋ LLP ଏବଂ ମାର୍କ ଡୱେଲ ଦ୍ୱାରା ନିର୍ମିତ ।

ଏହା ବି ପଢନ୍ତୁ: Oscar Nominations 2023: ଗୁଜୁରାଟୀ ଫିଲ୍ମ Chhello Showକୁ ଓସ୍କାର ଏଣ୍ଟ୍ରୀ

ଚଳଚ୍ଚିତ୍ର ତାରକା

ଏହି ଚଳଚ୍ଚିତ୍ରରେ ଭାବେଶ ଶ୍ରୀମାଲି, ଭବିନ ରବ୍ରି, ଦୀପେନ ରାୱଲ, ରିଚା ମୀନା ଏବଂ ପରେଶ ମେହେଟ୍ଟା ପ୍ରମୁଖ ଭୂମିକାରେ ନଜର ଆସିବେ । 2021 ମସିହାରେ (ଜୁନ୍) ଫିଲ୍ମର ବିଶ୍ୱ ପ୍ରିମିୟର୍ ମଧ୍ୟ 'ଟ୍ରିବେକା ଫିଲ୍ମ ଫେଷ୍ଟିଭାଲ୍'ର ଉଦ୍ଘାଟନୀ ଚଳଚ୍ଚିତ୍ର ଭାବରେ ଅନୁଷ୍ଠିତ ହୋଇଥିଲା । ଏହି ଚଳଚ୍ଚିତ୍ର ସ୍ପେନର 66ତମ 'ବଲାଡୋଲିଡ ଫିଲ୍ମ ଫେଷ୍ଟିଭାଲ'ରେ ଗୋଲଡେନ୍ ସ୍ପାଇକ୍ 'ପୁରସ୍କାର ମଧ୍ୟ ପାଇଛି ।

9 ବର୍ଷର ବାଳକ ଉପରେ ଆଧାରିତ ଚଳଚ୍ଚିତ୍ର

ଛେଲୋ ସୋ' ଚଳଚ୍ଚିତ୍ର ଏକ ଆସୁଥିବା ଯୁଗର ଏମିତି ଏକ କାହାଣୀ ଉପରେ ଆଧାରିତ ଯାହା ଏକ 9 ବର୍ଷର ଛୋଟ ପିଲାକୁ ଘେରିଯାଏ । ଯେଉଁ ବାଳକ ଗାଁରେ ରୁହେ ଏବଂ ତାର ସିନେମା ସହିତ ଗଭୀର ସମ୍ପର୍କ ରହିଛି । ଚଳଚ୍ଚିତ୍ରର କାହାଣୀ ଦର୍ଶାଏ ଯେ, ଏକ ଛୋଟ ପିଲା ଗ୍ରୀଷ୍ମ ସମୟରେ ପ୍ରୋଜେକସନ ବୁଥରୁ ଚଳଚ୍ଚିତ୍ର ଦେଖିବା ପାଇଁ କିପରି ପୂରା ସମୟ ବିତାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.