ETV Bharat / entertainment

ହିନ୍ଦୀ ସିରିୟଲ ଅଭିନେତ୍ରୀ ଛବି ମିତ୍ତଲଙ୍କ ସଫଳ ସ୍ତନ୍ୟ କର୍କଟ ସର୍ଜରୀ - ଛବି ମିତ୍ତଲଙ୍କ ଡ୍ୟାନ୍ସ ଭିଡିଓ

ଟେଲିଭିଜନ ଜଗତରେ ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଛବି ମିତ୍ତଲ । ଛବି ବର୍ତ୍ତମାନ ବ୍ରେଷ୍ଟ କ୍ୟାନ୍ସରରେ ଆକ୍ରାନ୍ତ ହୋଇଛନ୍ତି । ଏ ସମୟରେ ଇନଷ୍ଟାଗ୍ରାମ ଏକ ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ବ୍ରେଷ୍ଟ ସର୍ଜରୀ ପୂର୍ବରୁ ଛବି ମିତ୍ତଲଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

author img

By

Published : Apr 26, 2022, 5:45 PM IST

ହାଇଦ୍ରାବାଦ: ଟେଲିଭିଜନ ଜଗତରେ ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଛବି ମିତ୍ତଲ । ଛବି ବର୍ତ୍ତମାନ ସ୍ତନ୍ୟ କର୍କଟରେ (breast-cancer) ଆକ୍ରାନ୍ତ । ଏହି ସମୟରେ ଛବି ମିତ୍ତଲ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ କହିଛନ୍ତି ଯେ, ସେ ବ୍ରେଷ୍ଟ କ୍ୟାନ୍‌ସରରେ ପୀଡିତ ଏବଂ ଏହାର ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ପୋଷ୍ଟରେ ସେ ତାଙ୍କର ଡ୍ୟାନ୍ସ ଭିଡିଓ ମଧ୍ୟ ସେୟାର କରିଛନ୍ତି ।

ଖାସ୍‌ କଥା ହେଉଛି, ଅଭିନେତ୍ରୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ଭିଡିଓ ମାଧ୍ୟମରେ ଅଭିନେତ୍ରୀ ନିଜକୁ ସକାରାତ୍ମକ ରଖିବା ପାଇଁ ସାହସ ଦେଖାଇଛନ୍ତି ଏବଂ କର୍କଟ ରୋଗ ସହ ଲଢୁଥିବା ଲୋକଙ୍କୁ ଏକ ନୂଆ ଆଶା ଦେଖାଇବାକୁ ଚେଷ୍ଟା କରୁଛନ୍ତି । ଛବିଙ୍କର ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇଯାଇଛନ୍ତି । ଛବିଙ୍କର ବ୍ରେଷ୍ଟ କ୍ୟାନ୍‌ସର ସର୍ଜରୀ କରାଯାଇଛି, ଯାହା ୬ ଘଣ୍ଟା ଧରି ଚାଲିଥିଲା ​​। ଏହା ପରେ ବି ଅଭିନେତ୍ରୀ ନିଜ ପ୍ରଶଂସକଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେ ଏହି ପୋଷ୍ଟ ମାଧ୍ୟମରେ କହିଛନ୍ତି।

ଏହି ଭିଡିଓ ସେୟାର କରିବାବେଳେ ଛବି ଲେଖିଛନ୍ତି, 'ଡାକ୍ତର ମୋତେ କହିଛନ୍ତି ଯେ, ଛବି ତୁମେ ଏହି ସମୟରେ କୁଲ୍‌ ବା ଚିନ୍ତାମୁକ୍ତ ରହିବା ଆବଶ୍ୟକ, ତେଣୁ ମୁଁ ଚିଲ୍‌ କରୁଛି'। ଛବି ଏହି ରୋଗ ସହିତ ସଂଘର୍ଷ କରୁଛନ୍ତି ବୋଲିି ଏକ ଭିଡିଓ ମାଧ୍ୟମରେ ଏହାକୁ ପ୍ରମାଣ ମଧ୍ୟ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଏକ ପୋଷ୍ଟ ଛବି ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଛନ୍ତି- ତାଙ୍କ ପାଇଁ କିଛି ବି ସହଜ ନାହିଁ କିନ୍ତୁ ସେ ଲଢିବାକୁ ପ୍ରସ୍ତୁତ । ମୁଁ ପୂର୍ବ ଭଳି ସାମାନ ଦେଖା ନ ଯାଇ ପାରେ କିନ୍ତୁ ମୋତେ ଭିନ୍ନ ଅନୁଭବ କରିବାକୁ ପଡିବ ନାହିଁ। ରୋଗ ଚିହ୍ନଟ ପାଇଁ ତାଙ୍କୁ ୨୦ ଦିନ ଲାଗିଥିଲା । ଯେତେବେଳେ ଡାକ୍ତର ତାଙ୍କୁ ବାୟୋସ୍ପି କରିବାକୁ କହିଥିଲେ, ସେତେବେଳେ ସ୍ବାସ୍ଥ୍ୟଗତ ତ୍ରୁଟି ନେଇ ତାଙ୍କ ମନରେ ଆଶଙ୍କା ଉପୁଜିଥିଲା । ତେବେ ବହୁ ବାଧା ବିଘ୍ନ ଲଢିବା ସହ ଜିତିବାର ଅଛି ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ: କର୍କଟରେ ଆକ୍ରାନ୍ତ ଛବି ମିତ୍ତଲ

ସୂଚନାଯୋଗ୍ୟ ଯେ, ମଙ୍ଗଳବାର (ଏପ୍ରିଲ 26) ଦିନ ଅଭିନେତ୍ରୀଙ୍କର ସର୍ଜରୀ ହୋଇଛି । ଏହି ସର୍ଜରୀ ପ୍ରାୟ ଛଅ ଘଣ୍ଟା ଧରି ଚାଲିଥିଲା ​​। ସର୍ଜରୀ ପରେ ଛବି ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ନିଜ ଫଟୋ ସେୟାର କରିଛନ୍ତି । ଏଥିସହିତ ସୋସିଆଲ ମିଡିଆରେ ବ୍ଲଗିଂ ସହ ଛୋଟ ଛୋଟ ସୋସିଆର ଭିଡିଓ ବର୍ତ୍ତା ଦେଇଥାନ୍ତି । ତିନ ବହୁରାନିୟା, ଘର କି ଲକ୍ଷ୍ମୀ, ବେଟିଆ ଓ କୃଷ୍ଣଦାସୀ ଭଳି ଏକାଧିକ ହିନ୍ଦୀ ଧାରାବାହିକରେ ସେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.