ETV Bharat / entertainment

3 ଶହ କୋଟି କ୍ଲବରେ ଗଦର-2: ବର୍ଡର-୨ ନିର୍ମାଣ ନେଇ ଏହା କହିଲେ ସନ୍ନି, ଜାଣନ୍ତୁ

ଗଦର ୨ର ସଫଳତା ପରେ ବର୍ଡର ୨ ନିର୍ମାଣ ନେଇ ଚର୍ଚ୍ଚା । ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି କଣ କହିଲେ ସନ୍ନି ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ

author img

By

Published : Aug 20, 2023, 9:44 PM IST

ଗଦର ୨ର ସଫଳତା ପରେ ବର୍ଡର ୨ ନିର୍ମାଣ ନେଇ ଚର୍ଚ୍ଚା

ହାଇଦ୍ରାବାଦ: ବକ୍ସ ଅଫିସରେ ଧମାଲ ମଚାଉଛି ସନ୍ନି ଦେଓଲ ଷ୍ଟାରର ମୁଭି ଗଦର-2 । ଗଦର-୨ ଐତିହାସିକ ସଫଳତା ପରେ ସନ୍ନି, ଜ୍ୟାକି ଶ୍ରଫ ଓ ସୁନୀଲ ସେଟ୍ଟୀଙ୍କ ବ୍ଲକବଷ୍ଟର ବର୍ଡର ଫିଲ୍ମର ଦ୍ବିତୀୟ ଭାଗ ନିର୍ମାଣ ଲାଗି ମେକର୍ସ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି । ଏହି ଫିଲ୍ମର ଦ୍ବିତୀୟ ଭାଗରେ ମଧ୍ୟ ସନ୍ନି ଦେଓଲ ଧମାଲ କରିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ସନ୍ନି । ଗଦର ପରେ ତାଙ୍କର କୌଣସି ଫିଲ୍ମକୁ ନେଇ ଏବେ କିଛି ପ୍ଲାନ୍‌ ନାହିଁ । ନୂଆ ପ୍ରୋଜେକ୍ଟ ଆସିଲେ ସେ ସୂଚନା ଦେବେ ବୋଲି କହିଛନ୍ତି । ଯଦି ଗଦର ସଫଳତାକୁ ଦେଖାଯାଏ ଫିଲ୍ମ ବକ୍ସ ଅଫିସର ରେକର୍ଡ ଭାଙ୍ଗିବା ସହ 350 କୋଟି ଟଙ୍କା କଲେକ୍ସନ କରି ସାରିଛି ।

ସୋସିଆଲ ମିଡିଆ ସାଇଟରେ ଚାଲିଥିବା ବର୍ଡର-2 ଗୁଜବକୁ ନେଇ ସନ୍ନି ନିଜ ଇନଷ୍ଟାଗ୍ରାମ ଅକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ‘‘ବର୍ଡର-2 ନେଇ କିଛି ବି ଆପଡେଟ୍ ନାହିଁ । ମୋ ନୂଆ ଫିଲ୍ମକୁ ନେଇ କିଛି ଖବର ଗଣମାଧ୍ୟମରେ ଘୁରି ବୁଲୁଛି । କିନ୍ତୁ ମୁଁ କିଛି ନୂଆ ଫିଲ୍ମ ସାଇନ୍‌ କରିନାହିଁ । ଏବେ ମୁଁ ଗଦର-2 ଫିଲ୍ମର ସଫଳତା ସହ ଅପଣଙ୍କ ଭଲ ପାଇବାକୁ ପାଇ ବେଶ ଖୁସି । ଅପଣଙ୍କ ସହଯୋଗ ଓ ଭଲପାଇବା ହିଁ ମୋ ପାଇଁ ବହୁତ । ମୁଁ କିଛି ଫିଲ୍ମ ସାଇନ କରି ନାହିଁ କିନ୍ତୁ କିଛି ସ୍ପେଶାଲ ଖବର ନେଇ ମୁଁ ଆପଣଙ୍କ ପାଖକୁ ବହୁତ ଶୀଘ୍ର ଫରିବି । ଅପଣଙ୍କ ପ୍ରିୟ ତାରା ସିଂ ଓ ଗଦର-2କୁ ଏପରି ଭଲ ପାଇବା ଦେଇ ଚାଲନ୍ତୁ ।’’

ଅଧିକ ପଢନ୍ତୁ: ଗଦର-୨ରେ କନ୍ଧମାଳର ବରୁଣ ବିଷୋୟୀ, ସାଜିଲେ ସାଉଣ୍ଡ ଇଫେକ୍ଟ୍‌ର ବାଜିଗର

ସୂଚନା ଥାଉ କି ୧୯୯୭ ମସିହାରେ ରିଲିଜ ହୋଇଥିବା 'ବର୍ଡର' ବକ୍ସ ଅଫିସର ଧମାଲ କରିଥିଲା । ଏହି ଫିଲ୍ମରେ ସନ୍ନି ଦେଓଲ ଭାରତୀୟ ସେନା ବାହିନୀର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ ଖୁବ ସୁନ୍ଦର ଅଭିନୟ କରିଥିଲେ । ଫିଲ୍ମରେ ସନ୍ନିଙ୍କ ସହିତ ସୁନୀଲ ସେଟ୍ଟୀ ଓ ଜ୍ୟାକି ଶ୍ରଫ, ପୁନୀତ ଇସର ଓ ଅକ୍ଷୟ ଖନ୍ନାଙ୍କ ସମେତ ବହୁ ନାମିଦାମି ଷ୍ଟାର ଅଭିନୟ କରିଥିଲେ ।

ସେହିପରି ଗଦର-2 ଅର୍ଥାତ ଦ୍ବିତୀୟ ଭାଗରେ ବିଷୟରେ କହିବାକୁ ଗଲେ, ତାରା ସିଂ ତାଙ୍କ ପୁଅ ଚରଣଜିତଙ୍କୁ ଭାରତ ଫେରାଇ ଆଣିବାକୁ ସଂଗ୍ରାମ କରିଥିବା ଦେଖିବାକୁ ମିଳିଛି । ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍‌ ସିହ୍ନା ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.