ETV Bharat / entertainment

ଅର୍ଜୁନ-ଅଂଶୁଲାଙ୍କ ସହ ଜନ୍ମଦିନ ପାଳିଲେ ବୋନି କପୁର, ସେୟାର କଲେ ଫଟୋ

author img

By

Published : Nov 11, 2022, 1:47 PM IST

ବଲିଉଡର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ପରିବାର ଓ ବନ୍ଧୁମାନଙ୍କ ସହ ଆଜି ତାଙ୍କର 67 ତମ ଜନ୍ମଦିନ ପାଳନ କରିଛନ୍ତି । ଅଧିକ ପଢନ୍ତୁ

ଅର୍ଜୁନ-ଅଂଶୁଲାଙ୍କ ସହ ଜନ୍ମଦିନ ପାଳିଲେ ବୋନି କପୁର, ସେୟାର କଲେ ଫଟୋ
ଅର୍ଜୁନ-ଅଂଶୁଲାଙ୍କ ସହ ଜନ୍ମଦିନ ପାଳିଲେ ବୋନି କପୁର, ସେୟାର କଲେ ଫଟୋ

ମୁମ୍ବାଇ: ବଲିଉଡର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଆଜି ତାଙ୍କର 67 ତମ ଜନ୍ମଦିନ ପାଳନ କରୁଛନ୍ତି । ବୋନି (Boney Kapoor) ତାଙ୍କ ପରିବାର ସହିତ ଏହି ଖାସ୍‌ ଉତ୍ସବ ପାଳନ କରିଛନ୍ତି । ସୋସିଆଲ ମିଡିଆରେ କିଛି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ବୋନି ତାଙ୍କ (ପ୍ରଥମ ପତ୍ନୀ ମୋନା କପୁର) ପୁଅଝିଅ ଅର୍ଜୁନ କପୁର, ଅଂଶୁଲା କପୁର ଏବଂ ତାଙ୍କର କିଛି ଘନିଷ୍ଠ ବନ୍ଧୁମାନଙ୍କ ସହ ଜନ୍ମଦିନ ପାଳନ କରୁଥିବା ନଜର ଆସିଛନ୍ତି । ଏହି ଫଟୋଗୁଡ଼ିକୁ ବୋନି ନିଜେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯଦିଓ ଏହି ଫଟୋରେ ଉଭୟ ଝିଅ ଜାହ୍ନବୀ କପୁର (Janhvi Kapoor) ଏବଂ ଖୁସି କପୁର (Khushi Kapoor) ନଜର ଆସି ନାହାନ୍ତି ।

ଏହି ଫଟୋଗୁଡ଼ିକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବାବେଳେ ବୋନି କପୁର କ୍ୟାପସନରେ ଲେଖିଛନ୍ତି, 'ଏହା ବହୁତ ସୁନ୍ଦର ଥିଲା । ମୁଁ ମୋର ପରିବାର ଏବଂ ସାଙ୍ଗମାନଙ୍କ ସହିତ ମୋର ଜନ୍ମଦିନ ପାଳନ କରିଲି ଆପଣ ସମସ୍ତଙ୍କୁ ମୋର ଅନେକ ଭଲପାଇବା ।' ସେୟାର ହୋଇଥିବା ଫଟୋରେ ଅର୍ଜୁନ କପୁର-ଅଂଶୁଲା କପୁର ତାଙ୍କ ବାପାଙ୍କୁ କେକ୍‌ ଖାଆଉଥିବାର ନଜର ଆସିଛନ୍ତି । ଏହାସହିତ ଶବାନା ଆଜମି ଏବଂ ଅନ୍ୟମାନେ ମଧ୍ୟ ଫଟୋରେ ବୋନିଙ୍କୁ ଚିୟର୍‌ କରୁଥିବା ଦେଖିବାକୁ ମିଳିଛି ।

ଉଲ୍ଲେଖନୀୟ ଯେ, ନିର୍ଦ୍ଦେଶକ ତଥା ନିର୍ମାତା ହେବା ପରେ ବୋନି କପୁର ଜଣେ ଅଭିନେତା ଭାବରେ ଚଳଚ୍ଚିତ୍ରରେ ପାଦ ଦେବାକୁ ଯାଉଛନ୍ତି । ସେ ଲଭ୍ ରଞ୍ଜନଙ୍କ ଆଗାମୀ ଫିଲ୍ମ ସହିତ ଡେବ୍ୟୁ କରିବେ । ଯଦିଓ ବୋନିଙ୍କ ଆଗାମୀ ଚଳଚ୍ଚିତ୍ରର ଟାଇଟଲ୍ ମଧ୍ୟ ନିଶ୍ଚିତ ହୋଇନାହିଁ, କିନ୍ତୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ଏହି ଚଳଚ୍ଚିତ୍ରରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁର ବୋନିଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ।

ଏହା ବ୍ୟତୀତ ଆଜିକାଲି ବୋନି କପୁର ଫିଲ୍ମ 'ମିଲି' କୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି, ଯେଉଁଥିରେ ତାଙ୍କ ଝିଅ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ବୋନି କପୁର 1980 ମସିହାରେ ଫିଲ୍ମ 'ହମ ପାଞ୍ଚ' ରୁ କ୍ୟାରିୟର ଆରମ୍ଭ କରିଥିଲେ, ଯେଉଁଥିରେ ମିଥୁନ ଚକ୍ରବର୍ତ୍ତୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ସେ 'ବଲିମଇ', 'ମ୍ୟାମ୍‌', 'ୱାଣ୍ଟେଡ୍', 'ମିଷ୍ଟର ଇଣ୍ଡିଆ' ଏବଂ 'ନୋ ଏଣ୍ଟ୍ରି' ଭଳି ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.