ETV Bharat / entertainment

Happy Birthday Tiger shorff: ଆକ୍ସନ୍ ହିରୋ ଟାଇଗର ଶ୍ରଫଙ୍କ 33ତମ ଜନ୍ମଦିନ - Tiger Shorff Birthday

ଆଜି ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ 33ତମ ଜନ୍ମଦିନ । ସେ ସର୍ବଦା ନିଜ ଷ୍ଟଣ୍ଟ ଏବଂ ଆଇକନିକ୍ ଡ୍ୟାନ୍ସ ପାଇଁ ଦର୍ଶକଙ୍କ ମନ ଜିତି ବେଶ ସଫଳତା ହାସଲ କରିଛନ୍ତି। ତେବେ ତାଙ୍କ ଜନ୍ମଦିନ ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ଆଗାମୀ ଫିଲ୍ମ ବିଷୟରେ..

ଆଜି ଟାଇଗର ଶ୍ରଫଙ୍କ 33ତମ ଜନ୍ମଦିନ
ଆଜି ଟାଇଗର ଶ୍ରଫଙ୍କ 33ତମ ଜନ୍ମଦିନ
author img

By

Published : Mar 2, 2023, 4:19 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ଜ୍ୟାକିଙ୍କ ପୁଅ ଟାଇଗର ଶ୍ରଫ ଆଜି 33ତମ ଜନ୍ମଦିନ । ସେ ସବୁବେଳେ ନିଜ ଷ୍ଟଣ୍ଟ ଏବଂ ଆଇକନିକ୍ ଡ୍ୟାନ୍ସରେ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥାନ୍ତି। ଏହା ସହ ସେ ଫିଲ୍ମରେ ନିଜ ଅଭିନୟର ଯାଦୁରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବା ସହ ଏକ ସଫଳ ଅଭିନେତା ହୋଇପାରିଛନ୍ତି । 'ହିରୋପନ୍ତି' ଫିଲ୍ମରୁ ବଲିଉଡ କ୍ୟାରିଅର ଆରମ୍ଭ କରି ପରେ ଗୋଟିଏ ଗୋଟିଏ ହିଟ ଫିଲ୍ମ ଦେଇଚାଲିଛନ୍ତି ଟାଇଗର ।

  • " class="align-text-top noRightClick twitterSection" data="">

ତେବେ ଫିଲ୍ମଗୁଡିକ ମଧ୍ୟରେ ଏ ଫ୍ଲାଇଂ ଜେଟ, ଯୁଦ୍ଧ, Student of the year-2, ବାଗି , ବାଗି-2, ହିରୋପନ୍ତି-2 ଭଳି ଅନେକ ହିଟ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ବେଶ ପ୍ରଶଂସା ସାଉଁଟିପାରିଛନ୍ତି। ସେ ସବାର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ହିରୋପନ୍ତି' ସହ ବଲିଉଡରେ ଡେବ୍ୟୁ କରିଥିଲେ ଟାଇଗର। ଫିଲ୍ମର 'ହ୍ୱିସିଲ ବଜା' ଗୀତରେ ସେ ହିପ୍ ହେପ୍, ବି-ବୋଇଂ ସହ କଣ୍ଟେମ୍ପରି ଡ୍ୟାନ୍ସ ଏବଂ ଷ୍ଟଣ୍ଟ ଦ୍ବାରା ବେଶ ପ୍ରଶଂସିତ ହୋଇଥିଲେ। ଏବଂ ଫିଲ୍ମ ମଧ୍ୟ ସଫଳ ହୋଇଥିଲା।

'ହିରୋପନ୍ତି' ଫିଲ୍ମ 2014ରେ ରିଲିଜ ହୋଇଥିବା ବେଳେ ଅଭିନେତ୍ରୀ କ୍ରିତି ସାନନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ପରେ ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ହିରୋପନ୍ତି-2' 2022 ଏପ୍ରିଲ 29ରେ ରିଲିଜ ହୋଇଥିଲା। ଏଥିରେ ନବାଜ ଉଦ୍ଦିନ ସିଦ୍ଦିକି, ତାରା ସୁତାରିଆ, ଜାକିର ହୁସେନ ଭଳି କଳାକାର ଅଭିନୟ କରିଥିଲେ। ପ୍ରଥମ ଭାଗ ଭଳି ଦ୍ବିତୀୟ ଭାଗ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିପାରିଥିଲା।

ସେହିପରି ରେମୋ ଡିସ୍ୟୁଜାଙ୍କ ନିର୍ଦ୍ଦେଶିତ "ଏ ଫ୍ଲାଇଙ୍ଗ୍ ଜେଟ୍ ' ରେ ବିଟ ପେ ବୁଟି ଗୀତରେ ନିଜ ଆଇକନିକ ଡ୍ୟାନ୍ସ ପ୍ରଦର୍ଶନ କରି ଲୋକଙ୍କ ମନ ଜିତିଥିଲେ ଟାଇଗର। ତେବେ ଏହି ଗୀତକୁ ରେମୋ ଡିସ୍ୟୁଜା ହିଁ କୋରିଅଗ୍ରାଫ କରିଥିବା ବେଳେ ଟାଇଗରଙ୍କ ସମେତ ଏଥିରେ ଅଭିନେତ୍ରୀ ଜାକଲିନ ଫ୍ରନାଡିଜ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମ 2016 ଅଗଷ୍ଟ 25ରେ ସିନେମା ହଲରେ ରିଲିଜ ହୋଇଥିଲା।

ଯୁଦ୍ଧ ଫିଲ୍ମରେ ଜୟ ଜୟ ଶିବଶଙ୍କର ଗୀତରେ ଟାଇଗର ଏବଂ ହ୍ରିତିକ୍ ରଶୋନ୍ ଉଭୟଙ୍କ ଡ୍ୟାନ୍ସର ଜଲଓ୍ୱା ଦେଖିବାକୁ ମିଳିଥିଲା। ପୂର୍ବରୁ ହ୍ରିତିକ୍ ଆଇକୋନିକ ଡ୍ୟାନ୍ସ ପାଇଁ ଜଣାଶୁଣା ରହିଥିଲେ। ତେବେ ଏହି ଗୀତର କୋରିଓଗ୍ରାଫି ଉଭୟ ଆକର୍ଷଣୀୟ ରହିଥିବା ବେଳେ ଦର୍ଶକ ବେଶ ପସନ୍ଦ କରିଥିଲେ। ଏବଂ ଲୋକେ ଏହି ଗୀତକୁ ପ୍ରାୟ ପାର୍ଟୀ, ବିବାହରେ ବ୍ୟବହାର କରିଥାନ୍ତି।

ପୁନିତ ମଲହୋତ୍ରାଙ୍କ ନିର୍ଦ୍ଦେଶିତ Student of the year-2ରେ ଅଭିନେତା ଟାଇଗର, ଅଭିନେତ୍ରୀ ତାରା ସୁତାରିଆ, ଅନ୍ୟନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଫିଲ୍ମର ଟାଇଗର ଏବଂ ଆଲିଆଙ୍କ 'ହୁକ ଅପ' ଗୀତର ଆକର୍ଷଣୀୟ ବିଟ୍ ସହ ଉଭୟଙ୍କ ଡ୍ୟାନ୍ସ ଦର୍ଶକଙ୍କ ହୃଦୟ ଜିତିପାରିଥିଲା। ସେହିପରି 2011ରେ କେସୋନୋଭା ଭଳି ମ୍ୟୁଜିକ ଭିଜିଓ ମଧ୍ୟ ପ୍ରଶଂସକମାନଙ୍କୁ ବେଶ ପସନ୍ଦ ଆସିବା ସହ ସୋସିଆଲ୍ ମିଡିଆରେ ଗୀତକୁ ଲକ୍ଷ ଲକ୍ଷ ଲୋକ ଲାଇକ କରିଥିଲେ।

ସୂଚନା ଥାଉ କି, ଟାଇଗରଙ୍କ ଆଗାମୀ ଫିଲ୍ମ`ଗଣପଥ' ଚଳିତ ବର୍ଷ ଡିସେମ୍ବର 23ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ଅଭିନେତ୍ରୀ କ୍ରିତି ସାନନଙ୍କ ବ୍ୟତୀତ ବିଗ ବି ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.