ETV Bharat / entertainment

WORLD WOMEN BOXING CHAMPIONSHIP: ବିଜେତାଙ୍କ ପାଇଁ ବଲିଉଡରୁ ଛୁଟୁଛି ଶୁଭେଚ୍ଛାର ସୁଅ

author img

By

Published : Mar 27, 2023, 5:25 PM IST

ମହିଳା ବିଶ୍ବ ବକ୍ସିଂ ଚାମ୍ପିଅନସିପ୍ 2023 ବିଜେତାଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ। କଙ୍ଗନା ରାଣାୱତଙ୍କ ଠାରୁ ଅଭିଷେକ ବଚ୍ଚନ ପର୍ଯ୍ୟନ୍ତ ସମସ୍ତ ସେଲିବ୍ରିଟି ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଧିକ ପଢନ୍ତୁ,

ବକ୍ସିଂ ଚାମ୍ପିଅନସିପ୍ ବିଜେତାଙ୍କ ପାଇଁ ବଲିଉଡରୁ ଛୁଟୁଛି ଶୁଭେଚ୍ଛାର ସୁଅ

ହାଇଦ୍ରାବାଦ: ମହିଳା ବିଶ୍ବ ବକ୍ସିଂ ଚାମ୍ପିଅନସିପ୍ ଫାଇନାଲରେ ଭାରତ ରଚିଲା ଇତିହାସ । ଇନ୍ଦିରା ଗାନ୍ଧି ଇନଡୋର ଷ୍ଟାଡିୟମ୍‌ରେ ଚାଲିଥିବା ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ୍‌ରେ 4ଟି ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ପୂର୍ବରୁ ନୀତୁ ଘନଘସ୍ ଏବଂ ସ୍ବିଟି ବୁରା ସ୍ବର୍ଣ୍ଣ ହାତେଇଥିବା ବେଳେ ନିଖତ୍ ଜରିନ୍ ଏବଂ ଲଭ୍‌ଲିନା ବୋର୍ଗୋହେଁ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ଏଥିପାଇଁ ବଲିଉଡ ଜଗତରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ନିଖତ୍ ଜରିନ୍ ଏବଂ ଲୋଭଲିନା ବୋର୍ଗୋହେନଙ୍କୁ କଙ୍ଗନା ରାଣାୱତଙ୍କ ଶୁଭେଚ୍ଛା

75 କେଜି ବର୍ଗରେ ଲଭ୍‌ଲିନା ବୋର୍ଗୋହେଁ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ନିଖତ ଜରିନ 50 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ରାଜନେତାଙ୍କଠାରୁ ଆରମ୍ଭ କରି କ୍ରୀଡା ପ୍ରେମୀ, ଏପରିକି ବଲିଉଡ ତାରକାମାନେ ମଧ୍ୟ ନିଖତ ଏବଂ ଲଭ୍‌ଲିନାଙ୍କ ସଫଳତାକୁ ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି । ବଲିଉଡ କୁଇନ କଙ୍ଗନା ରାଣାୱତଙ୍କଠାରୁ ଆରମ୍ଭ କରି ଅଭିନେତା ଅଭିଷେକ ବଚ୍ଚନ ଏବଂ ଫରହାନ ଅଖତର ବକ୍ସରଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ ପାଇଁ ଗୌରବ ଆଣିଥିବାରୁ ସୋମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି ।

ନିଖତ୍ ଜରିନ୍ ଏବଂ ଲୋଭଲିନା ବୋର୍ଗୋହେନଙ୍କୁ ଫରହାନ୍ ଅଖତରଙ୍କ ଶୁଭେଚ୍ଛା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ନିଜ ବର୍ଗରେ ସଫଳତା ହାସଲ କରିଥିବା ଲଭ୍‌ଲିନା, ନିଖତ ଏବଂ ନୀତୁଙ୍କୁ ନେଇ ତିନୋଟି ଭିନ୍ନ ପୋଷ୍ଟ ସେୟାର କରିଛନ୍ତି । ଶେଷ ସ୍ଲାଇଡରେ ଅଭିନେତ୍ରୀ ଲେଖିଛନ୍ତି, ନବରାତ୍ରୀରେ ମହିଳାମାନେ ନିଆଁ ଲଗାଇ ଦେଇଛନ୍ତି । ସେହିପରି ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ନିଖତ ଏବଂ ଲଭ୍‌ଲିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଭିଷେକ ଇନଷ୍ଟାଗ୍ରାମ ଷ୍ଟୋରିରେ ଫଟୋ ସେୟାର କରି ଲେଖିଛନ୍ତି, "ମହିଳା ବିଶ୍ବ ବକ୍ସିଂ 2023 ଚମ୍ପିଆନ ନିଖତ୍ ଜରିନ୍ ଏବଂ ଲଭ୍‌ଲିନା ବୋର୍ଗୋହେଁଙ୍କୁ ସ୍ବର୍ଣ୍ଣ ପଦକ ପାଇଁ ଅଭିନନ୍ଦନ । ଆପଣଙ୍କ କଠିନ ପରିଶ୍ରମ ଆଜି ଦେଶକୁ ପଦକ ଦେଇଛି । ଆପଣଙ୍କୁ ନେଇ ଆମେ ଗର୍ବିତ। ସେପଟେ ଫରହାନ୍ ଅଖତର ମଧ୍ୟ ବକ୍ସିଂ ଚମ୍ପିଆନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟୁର୍ଣ୍ଣାମେଣ୍ଟର ଭିଡିଓ ଏବଂ ଫଟୋଗୁଡିକ ସେୟାର କରି ଫରହାନ୍ ଲେଖିଛନ୍ତି, "ନିଖତ୍ ଜରିନ୍ । ତୁମେ ଆମ ସମସ୍ତଙ୍କୁ ଗର୍ବିତ କରାଇଛ ।" ଲଭ୍‌ଲିନାଙ୍କ ପାଇଁ ସେ ଲେଖିଛନ୍ତି, ଦମଦାର ବିଜୟ ।

ନିଖତ୍ ଜରିନ୍ ଏବଂ ଲୋଭଲିନା ବୋର୍ଗୋହେନଙ୍କୁ ଅଭିଷେକ ବଚ୍ଚନଙ୍କ ଶୁଭେଚ୍ଛା

ଡିଫେଣ୍ଡିଂ ୱାର୍ଲ୍ଡ ଚମ୍ପିଆନ୍ ନିଖତ୍ 50 କେଜି ବର୍ଗରେ ଭିଏତନାମର ନ୍ୟୁଏମ୍ ଥିତାମଙ୍କୁ ପରାସ୍ତ କରିଥିବାବେଳେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଲଭ୍‌ଲିନା 75 କିଲୋଗ୍ରାମ ବର୍ଗରେ ଅଷ୍ଟ୍ରେଲିଆର କ୍ୟାଟଲିନ୍ ପାର୍କରଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି । ଏହି ବିଜୟ ସହିତ ନିଖତ ବକ୍ସିଂ ସୁପରଷ୍ଟାର ମେରି କମଙ୍କ ସମକକ୍ଷ ହୋଇଛନ୍ତି । ବିଶ୍ବ ଚମ୍ପିଆନସିପ୍‌ରେ କ୍ରମାଗତ ଦୁଇ ଥର ସ୍ବର୍ଣ୍ଣ ପଦକ ହାସଲ କରିବା କୀର୍ତ୍ତିମାନ ତାଲିକାରେ ଏଥର ନିଖତଙ୍କ ନାମ ମଧ୍ୟ ସାମିଲ ରହିଛି । ସେହିପରି ନୀତୁ ଘନଙ୍ଗାସ୍ 48 କିଲୋଗ୍ରାମ ବର୍ଗରେ ଏବଂ ସ୍ବିଟି ବୋରା 81 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରି ବିଜେତା ହୋଇଥିଲେ । ୱାର୍ଲ୍ଡ ଚମ୍ପିଆନ୍ ହୋଇ ସମସ୍ତ ବିଜେତାମାନେ 82.7 ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.