ETV Bharat / entertainment

Gurugram Violance: ତାତିଲେ ବଲିଉଡ ସେଲିବ୍ରିଟି, କହିଲେ ଆଉ ସହି ହେଉନି

author img

By

Published : Aug 2, 2023, 2:07 PM IST

ଗୁରୁଗ୍ରାମରେ ହୋଇଥିବା ହିଂସାକୁ ନେଇ ତାତିଲେ ବଲିଉଡର ସେଲିବ୍ରିଟି । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପ୍ରତିକ୍ରିୟା ଦେଇଛନ୍ତି । ବଲିଉଡ ଅଭିନେତା ସୋନୁ ସୁଦ ଏବଂ ଧର୍ମେନ୍ଦ୍ର ଏନେଇ ପୋଷ୍ଟର ସେୟାର କରି ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ତାତିଲେ ବଲିଉଡ ସେଲିବ୍ରିଟି, କହିଲେ- 'ଆଉ ସହି ହେଉନି'

ହାଇଦ୍ରାବାଦ: ହରିୟାଣାର ନୁହରେ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ନିଆଁ ଏବେ ଗୁରୁଗ୍ରାମରେ ତେଜିବାରେ ଲାଗିଛି । ମଙ୍ଗଳବାର ଗୁରୁଗ୍ରାମର ଏକ ମସଜିଦରେ କିଛି ଉପଦ୍ରବୀ ଆକ୍ରମଣ କରିଥିଲେ । ଫଳରେ ଏଥିରେ 6 ଜଣଙ୍କ ମୃତ୍ୟୁ ହୋଇଛି । କେବଳ ଏତିକି ନୁହେଁ ଅନେକ ଦୋକାନ ଏବଂ ରେସ୍ତୋରାଁରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ଏହି ହିଂସା ଉପରେ ବର୍ତ୍ତମାନ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ରାଗିଯାଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଘଟଣାକୁ ନେଇ ବର୍ଷିଛନ୍ତି । ଅଭିନେତା ଧର୍ମେନ୍ଦ୍ର ଏବଂ ସୋନୁ ସୁଦ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିବା ସହ ଏହି ଦଙ୍ଗାରେ ପ୍ରଭାବିତ ହେଉଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

  • Ye qahar…. kiyon….kis liye ? Bakhsh de Maalik …ab ….. to bakhsh de…..🙏 ab bardaasht nahin hota 🙏. pic.twitter.com/NXnXLAKffN

    — Dharmendra Deol (@aapkadharam) August 2, 2023 " class="align-text-top noRightClick twitterSection" data=" ">

ଟ୍ବିଟରରେ ବଲିଉଡ ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ର ହାଟ ଯୋଡିଥିବା ଫଟୋ ସେୟାର କରି ଲେଖିଛନ୍ତି, ଏହି ହଇଚଇ... କାହିଁକି ... କଣ ପାଇଁ ? କ୍ଷମା କର ମାଲିକ, ବର୍ତ୍ତମାନ ତ କ୍ଷମା କର । ଏହାକୁ ଆଉ ସହ୍ୟ କରିହେଉନାହିଁ । ଏହାସହିତ ସେ ହାତ ଯୋଡିଥିବା ଏକ ଇମୋଜି ସେୟାର କରିଛନ୍ତି । ଧର୍ମେନ୍ଦ୍ରଙ୍କ ପୋଷ୍ଟରେ ଏକ ଶିଶୁ କନ୍ୟାର ଫଟୋ ସେୟାର କରି ଜଣେ ପ୍ରଶଂସକ ଲେଖିଛନ୍ତି, କାମାକ୍ଷା ଆପଣଙ୍କର ସମସ୍ତ ଯନ୍ତ୍ରଣା ଦୂର କରନ୍ତୁ ଏବଂ ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଏବଂ ସୁଖ ଦିଅନ୍ତୁ । ସେହିପରି ଅଭିନେତା ସୋନୁ ସୁଦ ଲେଖିଛନ୍ତି, ନା କାହାର ଘର ଜଳିଛି, ନା କାହାର ଦୋକାନ, କେବଳ ଜଳୁଥିଲା ମାନବିକତା, ମଣିଷ ଦେଖୁଥିଲା । ସୋନୁ ସୁଦଙ୍କ ଏହି ଟ୍ୱିଟ ଏବେ ଭାଇରାଲ ହେବାରେ ଲାଗିଛି ।

  • ना किसी का घर जला,
    ना किसी की दुकान,
    बस जल रही थी इंसानियत,
    देख रहा इंसान।

    — sonu sood (@SonuSood) August 2, 2023 " class="align-text-top noRightClick twitterSection" data=" ">

ସୂଚନା ଥାଉ କି, ଏହି ହିଂସା ହରିୟାଣାରେ ଏବେ ତେଜିବାରେ ଲାଗିଛି । ଗୁରୁଗ୍ରାମ ବ୍ୟତୀତ ପଲୱଲରେ ମଧ୍ୟ ହିଂସା ଘଟିଥିବାର ସୂଚନା ମିଳିଛି । ପଲୱଲର ପର୍ଶୁରାମ କଲୋନୀରେ ଉପଦ୍ରବୀମାନେ 25ରୁ ଅଧିକ ହାଟରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ: ଧର୍ମେନ୍ଦ୍ରଙ୍କ ସହ ଲିପଲକକୁ ନେଇ ଶବାନା କହିଲେ, 'ତାଙ୍କୁ କିସ୍ କରିବାକୁ କିଏ ନ ଚାହିଁବ'

ଧର୍ମେନ୍ଦ୍ରଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଧର୍ମେନ୍ଦ୍ରଙ୍କୁ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ଶବାନା ଆଜମିଙ୍କ ସହ ତାଙ୍କର ଲିପ୍ ଲକ୍ ସିନ ଭାଇରାଲ୍ ହେବାରେ ଲାଗିଛି । ଏହି ଚଳଚ୍ଚିତ୍ରରେ ଧର୍ମେନ୍ଦ୍ରଙ୍କ ଅଭିନୟକୁ ପ୍ରଶଂସା ମଧ୍ୟ କରାଯାଉଛି । ଅନ୍ୟପକ୍ଷରେ, ସୋନୁ ସୁଦ ବିଷୟରେ କହିବାକୁ ଗଲେ, ତେବେ ତାଙ୍କୁ ଖୁବ୍ ଶୀଘ୍ର ଫତେହ ଫିଲ୍ମରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.