ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ହୃଦଘାତର ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା । ସୁସ୍ମିତା ମିସ୍ ୟୁନିଭର୍ସ ରହି ସାରିଛନ୍ତି ଏବଂ ସେ 47 ବର୍ଷ ବୟସରେ ଆଜି ବି ଫିଟ୍ ବି ଅଛନ୍ତି । ଏଭଳି ପରିସ୍ଥିତିରେ ସମସ୍ତଙ୍କ ପାଇଁ ସେ ହୃଦଘାତର ଶିକାର ହେବା ଆଶ୍ଚର୍ଯ୍ୟଜନକ ଥିଲା । କିନ୍ତୁ ସୁସ୍ମିତା ମଧ୍ୟ ଏହି ଖରାପ ସମୟକୁ ସାହସର ସହ ଲଢ଼ିଥିଲେ ଏବଂ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବର୍ତ୍ତମାନ ଏହି ଅଭିନେତ୍ରୀ ତାଙ୍କ ଫିଟନେସ୍ ଏବଂ ସ୍ୱାସ୍ଥ୍ୟ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି । ହୃଦଘାତ ପରେ ଜୀବନ ପ୍ରତି ତାଙ୍କର ଦୃଷ୍ଟିକୋଣ କଣ ଅଛି ତାହା ମଧ୍ୟ ସେ କହିଛନ୍ତି ।
ନିକଟରେ ଏକ ସାକ୍ଷାତକାରରେ ସୁସ୍ମିତା ସେନ୍ କହିଛନ୍ତି ଯେ ସେ ଭାଗ୍ୟବାନ ଥିବାରୁ ବଞ୍ଚିଯାଇଛନ୍ତି । ସ୍ୱାସ୍ଥ୍ୟର ଭୟ ତାଙ୍କୁ ଜୀବନର ମହତ୍ତ୍ୱ ଶିଖାଇଛି ଏବଂ ବର୍ତ୍ତମାନ ସେ ଜୀବନର ମହତ୍ତ୍ୱ ପୂର୍ବ ଅପେକ୍ଷା ଅଧିକ ବୁଝିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ, ଏହା ଏକ ପର୍ଯ୍ୟାୟ ଥିଲା । ବର୍ତ୍ତମାନ ତାଙ୍କ ଜୀବନ ପ୍ରତି ଭୟ ନାହିଁ । ବର୍ତ୍ତମାନ ସେ ଭଲ ଜୀବନଯାପନ କରିବାକୁ ପ୍ରତିଶୃତି ଦେଇଛନ୍ତି । ସେ ଆହୁରି କହିଛନ୍ତି, "ଯେତେବେଳେ ଜୀବନ ଆପଣଙ୍କୁ ଦ୍ୱିତୀୟ ସୁଯୋଗ ଦେଇଥାଏ, ସେତେବେଳେ ଆପଣ ଏହାର ସମ୍ମାନ କରିବା ଉଚିତ । ବର୍ତ୍ତମାନ ମୁଁ ଜୀବନରେ ପୂର୍ବ ଅପେକ୍ଷା ଅଧିକ ସଚେତନତା ଅବଲମ୍ବନ କରୁଛି ।"
ମାର୍ଚ୍ଚ ଆରମ୍ଭରେ ଯେତେବେଳେ ସୁସ୍ମିତା ହୃଦଘାତର ଶିକାର ହୋଇଥିଲେ, ସେତେବେଳେ ଅଭିନେତ୍ରୀ ୱେବ୍ ସିରିଜ୍ 'ଆର୍ଯ୍ୟ 3' ପାଇଁ ସୁଟିଂରେ ବ୍ୟସ୍ତ ଥିଲେ । ଅସୁସ୍ଥତା ହେତୁ ୱେବ୍ ସିରିଜର ସୁଟିଂ ମଧ୍ୟଭାଗରେ ବନ୍ଦ କରିବାକୁ ପଡ଼ିଲା । ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ହୃଦରୋଗ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ନିଜ କାମକୁ ଫେରିଛନ୍ତି । ନିଜ କାମକୁ ଫେରିବା ପରେ ଅଭିନେତ୍ରୀ ଆର୍ଯ୍ୟ ସିଜନ-3 ର ସୁଟିଂ ମଧ୍ୟ ଶେଷ କରିଛନ୍ତି । ଏହା ସହିତ ଅନ୍ୟ ଏକ ପ୍ରୋଜେକ୍ଟ 'ତାଲି'ର ମଧ୍ୟ ସୁଟିଂ ଶେଷ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଆଞ୍ଜିଓପ୍ଲାଷ୍ଟିର ଏକ ମାସ ପୂର୍ତ୍ତିକୁ ଏମିତି ସେଲିବ୍ରେଟ୍ କଲେ ସୁସ୍ମିତା ସେନ୍
ଏହି ଅଭିନେତ୍ରୀ ତାଲିରେ ଗୌରୀ ସାୱନ୍ତଙ୍କ ଭୂମିକାରେ ନଜର ଆସିବେ । ସେ ଏହି ଚ୍ୟାଲେଞ୍ଜିଂ ଭୂମିକାରେ ଅଭିନୟ କରିବା ବିଷୟରେ ମଧ୍ୟ କହିଥିଲେ । ଗୌରୀ ବହୁତ ସଚ୍ଚୋଟ ବୋଲି ଅଭିନେତ୍ରୀ କହିଛନ୍ତି । ଏହି ଭୂମିକାରେ ଅଭିନୟ କରୁଥିବାବେଳେ ତାଙ୍କ ଭିତରେ ମଧ୍ୟ ଏହି ସଚ୍ଚୋଟତା ଆସିଥିଲା କାରଣ ସେ କେବଳ ଏହି ଚଳଚ୍ଚିତ୍ରରେ ଅଭିନୟ କରୁନାହାଁନ୍ତି ବରଂ ଏହା ଗୌରୀ ସାୱନ୍ତଙ୍କୁ ଏକ ସମ୍ମାନ ଜଣାଉଛନ୍ତି । ତାଲି ବିଷୟରେ କହିବାକୁ ଗଲେ ଏହା ଅଗଷ୍ଟ 15ରେ ଷ୍ଟ୍ରିମିଂ ହେବ ।