ETV Bharat / entertainment

90 ବର୍ଷ ବୟସରେ ମାଧୁରୀ ଦୀକ୍ଷିତଙ୍କ ମା' ସ୍ନେହଲତାଙ୍କ ପରଲୋକ

author img

By

Published : Mar 12, 2023, 5:12 PM IST

ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମା' ସ୍ନେହଲତା ଦୀକ୍ଷିତଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ 90 ବର୍ଷ ବୟସ ହୋଇଥିଲା । ଖବର ଶୁଣି ମାଧୁରୀଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଶଂସକ । ଅଧିକ ପଢନ୍ତୁ,

ମାଧୁରୀ ଦୀକ୍ଷ୍ସିତଙ୍କ ମା' ସ୍ନେହଲତା ଦୀକ୍ଷ୍ସିତଙ୍କ ପରଲୋକ

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମା' ସ୍ନେହଲତା ଦୀକ୍ଷିତଙ୍କ ଦେହାନ୍ତ ହୋଇଛି । ଆଜି(ରବିବାର) ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ 90 ବର୍ଷ ବୟସ ହୋଇଥିଲା । ୱର୍ଲି ଶ୍ମଶାନରେ ସ୍ନେହଲତା ଦୀକ୍ଷିତଙ୍କ ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ରହିଛି । ତେବେ ମାଧୁରୀଙ୍କ ମା’ଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

  • RIP Snehlata ji
    Sending heartfelt condolences to Madhuri Dixit and her family during this difficult time. We will always remember the love and warmth that her mother brought into this world. May her soul rest in peace. pic.twitter.com/nPv7kiG2YE

    — Madhuri Dixit - The Empress (@MadhuriEmpress) March 12, 2023 " class="align-text-top noRightClick twitterSection" data=" ">

ଏହି ଖବର ଶୁଣି ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିବା ସହ ମାଧୁରୀ ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, "RIP ସ୍ନେହଲତା ଜୀ। ଏହି କଠିନ ସମୟରେ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ପରିବାରକୁ ହୃଦୟରୁ ସମବେଦନା ଜଣାଉଛି । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।" ଅନ୍ୟ ଜଣେ ଜଣେ ପ୍ରଶଂସକ ଲେଖିଛନ୍ତି, "ମାଧୁରୀଙ୍କ ଭାଇମାନେ ଭାରତରେ ଅଛନ୍ତି ଏବଂ ମା’ଙ୍କ ଶେଷ ଦିନରେ ସମସ୍ତେ ତାଙ୍କ ସହ ଏକାଠି ଅଛନ୍ତି ।"

  • Heartbreaking to see that the most inspiring & supportive person in #MadhuriDixit's life is no more. Mam must be so sad at this tough time,her heart must be crying💔 Deepest condolences & prayers for her family. May her soul rest in eternal peace🤍💐 #RIPSnehlata ji🙏🏻 Stay strong pic.twitter.com/JlKGwZZwty

    — Abhinav Garg #MadhuriDixit (@Abhinav_MadzFan) March 12, 2023 " class="align-text-top noRightClick twitterSection" data=" ">

ସେହିପରି ଅନ୍ୟ ଜଣେ ଜଣେ ପ୍ରଶଂସକ ଲେଖିଛନ୍ତି, ଏହା ଅତ୍ୟନ୍ତ ଦୁଃଖର ବିଷୟ, ମାଧୁରୀ ଦୀକ୍ଷିତଙ୍କ ଜୀବନରେ ସବୁଠାରୁ ପ୍ରେରଣାଦାୟୀ ମହିଳା ଆଉ ନାହାଁନ୍ତି । ଏହି କଠିନ ସମୟରେ ପରିବାରକୁ ସମବେଦନା ଜଣାଉଛି । ତାଙ୍କ ଆତ୍ମାକୁ ସଦ୍‌ଗତି ପ୍ରାପ୍ତି ହେଉ । ଅନ୍ୟ ଜଣେ ଲେଖିଛନ୍ତି, "ସ୍ନେହଲତାଜୀଙ୍କ ଆତ୍ମାକୁ ଶାନ୍ତି ମିଳୁ । ତାଙ୍କ ପରିବାରକୁ ଏହି ଦୁଃଖ ସହିବାକୁ ଶକ୍ତି ମିଳୁ ।" ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, "ମୁଁ ଆପଣଙ୍କୁ ଓ ଆପଣଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।"

ସୂଚନା ଥାଉ କି, ମାଧୁରୀ ତାଙ୍କ ମାଙ୍କୁ 'ଆଇ' ବୋଲି ସମ୍ବୋଧନ କରୁଥିଲେ। ଏହାପୂର୍ବରୁ, ମା’ଙ୍କ ଜନ୍ମଦିନରେ ମାଧୁରୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ନୋଟ୍ ସେୟାର କରିଥିଲେ । ନୋଟ୍‌ ସେୟାର କରି ଅଭିନେତ୍ରୀ ଲେଖିଥିଲେ, "ଆଇ, ଜନ୍ମଦିନର ଶୁଭେଚ୍ଛା ! ତୁମେ ମୋର ସବୁଠୁ ଭଲ ବନ୍ଧୁ । ମୋ ପାଇଁ ସବୁଠାରୁ ବଡ଼ ଉପହାର ହେଉଛି ତୁମେ ମୋତେ ଦେଇଥିବା ଶିକ୍ଷା । ତୁମ ଜନ୍ମଦିନ ଅବସରରରେ ମୁଁ କେବଳ ତୁମର ଉତ୍ତମ ସ୍ବାସ୍ଥ୍ୟ ଏବଂ ତୁମ ଖୁସି କାମନା କରୁଛି ।"

ସ୍ନେହଲତା ଦୀକ୍ଷିତ ଜଣେ ଭଲ କଣ୍ଠଶିଳ୍ପୀ ମଧ୍ୟ ଥିଲେ । 2013 ମସିହାରେ, 'ଗୁଲାବ ଗ୍ୟାଙ୍ଗ' ଫିଲ୍ମର ଏକ ଗୀତର ରେକର୍ଡିଂ ସମୟରେ ସ୍ନେହଲତା ଗୀତ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ତେବେ ମାଧୁରୀ ଦୀକ୍ଷିତ 'ତେଜାବ', 'ଦିଲ୍', "ହମ୍ ଆପକେ ହେନ୍ କୌନ୍" ଏବଂ "ଦେବଦାସ" ଭଳି ସିନେମାରେ ତାଙ୍କର ଅଭିନୟ ପାଇଁ ବେଶ ପରିଚିତ । ଏପରିକି ସେ ତାଙ୍କର ଡ୍ୟାନ୍ସ ପାଇଁ ମଧ୍ୟ ଜଣାଶୁଣା ଏବଂ ଲୋକପ୍ରିତା ହାସଲ କରିଛନ୍ତି । ଅଭିନୟ ବ୍ୟତୀତ ମାଧୁରୀ ଅନେକ ଟେଲିଭିଜନ ଡ୍ୟାନ୍ସ ରିଆଲିଟି ସୋ’ରେ ଜର୍ଜ ମଧ୍ୟ ରହିଛନ୍ତି । ସେ ଡକ୍ଟର ଶ୍ରୀରାମ ନେନେଙ୍କୁ ବିବାହ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.