ହାଇଦ୍ରାବାଦ: ଇସ୍ରାଏଲ ଓ ପାଲେଷ୍ଟାଇନ ଅଧିକୃତ ଗାଜା ମଧ୍ୟରେ ଯୁଦ୍ଧ ଜାରି ରହିଛି । ଶନିବାର ଦିନ ଠାରୁ ପାଲେଷ୍ଟାଇନର ହମାସ ଆତଙ୍କବାଦୀର ଇସ୍ରାଏଲ ଉପରେ 5000 ରକେଟ ମାଡ କରିଥିଲା । ତାହା ପରଠାରୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଘନାଇବାରେ ଲାଗିଛି । ଯୁଦ୍ଧର ତୃତୀୟ ଦିନ ସୁଦ୍ଧା 2 ଦେଶର 1 ହଜାରରୁ ଉର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅନେକ ଦେଶ ଏହି ୨ ଦେଶ ପ୍ରତି ଭିନ୍ନଭିନ୍ନ ସମର୍ଥନ ଘୋଷଣା କରିଥିବା ବେଳେ ବର୍ତ୍ତମାନ ବଲିଉଡ ଅଭିନେତ୍ରୀମାନେ ମଧ୍ୟ ଘଟଣା ନେଇ ପ୍ରତିକ୍ରିୟା ଦେଇଛନ୍ତି । ଏପରିକି ପାକିସ୍ତାନୀ ଅଭିନେତ୍ରୀ ମଧ୍ୟ ଏନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ।
-
Killings are wrong , All killings are wrong . Let the world have peace . Let it stop right at the very beginning of it . There is no right or wrong in war , it’s ALL wrong . So all countries must adhere to human rights , ALL lives matter , ALL lives matter . ALL lives matter .…
— Gauahar Khan (@GAUAHAR_KHAN) October 8, 2023 " class="align-text-top noRightClick twitterSection" data="
">Killings are wrong , All killings are wrong . Let the world have peace . Let it stop right at the very beginning of it . There is no right or wrong in war , it’s ALL wrong . So all countries must adhere to human rights , ALL lives matter , ALL lives matter . ALL lives matter .…
— Gauahar Khan (@GAUAHAR_KHAN) October 8, 2023Killings are wrong , All killings are wrong . Let the world have peace . Let it stop right at the very beginning of it . There is no right or wrong in war , it’s ALL wrong . So all countries must adhere to human rights , ALL lives matter , ALL lives matter . ALL lives matter .…
— Gauahar Khan (@GAUAHAR_KHAN) October 8, 2023
ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ ଏବଂ ସ୍ୱରା ଭାସ୍କର ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସ୍ୱରା ଭାସ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି । ସ୍ୱରା ଲେଖିଛନ୍ତି- 'ଯେତେବେଳେ ଇସ୍ରାଏଲ ପାଲେଷ୍ଟାଇନ ଉପରେ ଆକ୍ରମଣ କଲା ସେତେବେଳେ ଏହା ଆପଣକୁ ଚକିତ କରିନଥିଲା । କିନ୍ତୁ ପାଲେଷ୍ଟାଇନ୍ ଇସ୍ରାଏଲ୍ ଉପରେ ଆକ୍ରମଣ କାହିଁକି ଆପଣକୁ ଆଶ୍ଚର୍ଯ୍ୟ କରୁଛି । ଯେତେବେଳେ ଇସ୍ରାଏଲୀୟମାନେ ପାଲେଷ୍ଟାଇନ୍ ଲୋକଙ୍କ ଘର ନଷ୍ଟ କରି ଜବରଦଖଲ କରି ନେଇଗଲେ । ଏପରିକି ପାଲେଷ୍ଟାଇନ୍ର ପିଲାମାନଙ୍କୁ ଛାଡ଼ି ନଥିଲେ । ଦଶନ୍ଧି ଧରି ଗାଜା ଉପରେ ବୋମା ପକାଇଥିଲା । ଇସ୍ରାଏଲ୍ରେ ଶୋକ କରୁଥିବା ଲୋକମାନେ କପଟୀ ଅଟନ୍ତି ।
ସେହିପରି କଙ୍ଗନା ରାଣାୱତ ଇସ୍ରାଏଲକୁ ସମର୍ଥନ କରିଛନ୍ତି । କଙ୍ଗନା ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ସୋସିଆଲ ମିଡିଆରେ ଇସ୍ରାଏଲର ମହିଳାଙ୍କ ଫଟୋ ଦେଖିବା ପରେ ହୃଦୟ ଭାଙ୍ଗିଯାଇଛି । ଆତଙ୍କବାଦୀମାନେ ସେମାନଙ୍କ ମୃତଦେହକୁ ମଧ୍ୟ ଛାଡୁନାହାନ୍ତି । ସେମାନଙ୍କ ସହ ମଧ୍ୟ ଦୁଷ୍କର୍ମ କରୁଛନ୍ତି । ପ୍ରତ୍ୟେକ ଶହୀଦ ଏକ ସମ୍ମାନଜନକ ମୃତ୍ୟୁର ଯୋଗ୍ୟ ବୋଲି ସେ କହିଛନ୍ତି ।
ସେପଟେ ଗୌହର ଖାନ ମଧ୍ୟ ୨ ଦେଶର ଯୁଦ୍ଧକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି- "କାହାର ଜୀବନ ନେବା ଭୁଲ୍ । ଦୁନିଆରେ ଶାନ୍ତି ରହିବାକୁ ଦିଅ। ଏହା ଆରମ୍ଭରୁ ହିଁ ବନ୍ଦ କର। ଯୁଦ୍ଧରେ କୌଣସି ଠିକ କିମ୍ବା ଭୁଲ ହୁଅନ୍ତି ନାହିଁ । ବରଂ ଏହା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ସମସ୍ତ ଦେଶ ମାନବିକ ଅଧିକାର ଅନୁସରଣ କରିବା ଉଚିତ । ସମସ୍ତଙ୍କର ଜୀବନ ଗୁରୁତ୍ୱପୂର୍ଣ୍ଣ ।"
ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲରୁ ସୁରକ୍ଷିତ ସ୍ବଦେଶ ଫେରିଲେ ନୁସରତ ଭରୁଚା
ଅନ୍ୟପଟେ ପାକିସ୍ତାନୀ ଅଭିନେତ୍ରୀମାନେ ମଧ୍ୟ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସବା କମର, ଦନାନିର ମୁବିନ, ହୁମା ଜେହରା ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି । ପାକିସ୍ତାନୀ ଅଭିନେତ୍ରୀମାନେ କହିଛନ୍ତି ଯେ ସେମାନେ ପାଲେଷ୍ଟାଇନ ସହ ଅଛନ୍ତି ଏବଂ ଏହାକୁ ସ୍ୱାଧୀନ ଦେଖିବାକୁ ଚାହୁଁଛନ୍ତି ।