ETV Bharat / entertainment

ଡ୍ରଗ୍ସ ମାମଲା: ଜାମିନରେ ମୁକୁଳିଲେ ଶ୍ରଦ୍ଧା କପୁରଙ୍କ ଭାଇ

ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇକୁ ଜାମିନ ମିଳିଛି । ଡ୍ରଗ୍ସ ଖାଉଥିବା ଅଭିଯୋଗରେ ଶ୍ରଦ୍ଧାଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଥିଲା । ରବିବାର ରାତିରେ ଏକ ପାର୍ଟିରେ ନିଶା ସେବନ ଅଭିଯୋଗରେ ପୋଲିସ ତାଙ୍କୁ ଉଠାଇ ନେଇଥିଲା । ଅଧିକ ପଢନ୍ତୁ

ଜାମିନରେ ମୁକୁଳିଲେ ଶ୍ରଦ୍ଧାଙ୍କ ଭାଇ
ଜାମିନରେ ମୁକୁଳିଲେ ଶ୍ରଦ୍ଧାଙ୍କ ଭାଇ
author img

By

Published : Jun 14, 2022, 11:12 AM IST

ବେଙ୍ଗାଲୁରୁ: ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇକୁ ଜାମିନ ମିଳିଛି । ଡ୍ରଗ୍ସ ସେବନ କରୁଥିବା ଅଭିଯୋଗରେ ଶ୍ରଦ୍ଧାଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଥିଲା । ରବିବାର ରାତିରେ ଏକ ପାର୍ଟିରେ ନିଶା ସେବନ ଅଭିଯୋଗରେ ପୋଲିସ ତାଙ୍କୁ ଉଠାଇ ନେଇଥିଲା । ବେଙ୍ଗାଲୁରୁର ଏମଜି ରୋଡ଼ ଏକ ହୋଟେଲରେ ଚାଲୁଥିବା ପାର୍ଟି ଉପରେ ପୋଲିସ ରେଡ୍ କରିଥିଲା । ସିଦ୍ଧାନ୍ତଙ୍କ ସମେତ ୬ ଜଣଙ୍କୁୁ ଅଟକ ରଖିଥିଲା ପୋଲିସ । ସର୍ତ୍ତମୂଳକ ଜାମିନରେ ହେପାଜତରୁ ମୁକୁଳିଛନ୍ତି ସିଦ୍ଧାନ୍ତ । ତାଙ୍କ ସହ ଅନ୍ୟ ଚାରି ଜଣଙ୍କୁ ମଧ୍ୟ ଜାମିନ ମିଳିଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ଡ୍ରଗ୍ସ ଖାଉଥିଲେ ଶ୍ରଦ୍ଧାଙ୍କ ଭାଇ, ଉଠାଇ ଆଣିଲା ପୋଲିସ

ପୂର୍ବ ବେଙ୍ଗାଲୁରୁର DCP ଭୀମଶଙ୍କର ଗୁଲେଡ କହିଛନ୍ତି, "ସିଦ୍ଧାନ୍ତ କପୁର ଏବଂ ଅନ୍ୟ ଚାରିଜଣଙ୍କୁ ଯେତେବେଳେ ମଧ୍ୟ ତଦନ୍ତ ପାଇଁ ଫୋନ କରାଯିବ ତାଙ୍କୁ ପୋଲିସ ନିକଟରେ ହାଜର ହେବାକୁ ପଡିବ । ସିଦ୍ଧାନ୍ତ ଡ୍ରଗ୍ସ ସେବନ କରିଥିଲେ ମେଡିକାଲ ରିପୋର୍ଟରୁ ଜଣାପଡିଛି । ରବିବାର ରାତିରେ ଏମ୍‌ଜି ରୋଡ ସ୍ଥିତ ହୋଟଲେ ପାର୍ଟି ହେଉଥିବା ଜାଣିବାକୁ ପାଇଥିଲୁ । ହୋଟେଲରେ ରେଡ୍‌ ମାରିବା ପରେ 35 ଜଣଙ୍କୁ ଅଟକ ରଖିଥିଲୁ । ସିଦ୍ଧାନ୍ତଙ୍କ ସମେତ 5 ଜଣଙ୍କ ଡ୍ରଗ୍ସ ଟେଷ୍ଟ ନିଆଯାଇଥିଲା ଯାହା ପଜିଟିଭ୍‌ ଆସିଥିଲା । ହୋଟେଲକୁ ମଧ୍ୟ ଏ ବାବଦରେ ପ୍ରଶ୍ନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.