ETV Bharat / entertainment

Sonu Nigam@50: ବାପାଙ୍କ ସହ କରୁଥିଲେ ଷ୍ଟେଜ୍ ଶୋ', ଏହି ଗୀତ ବଦଳାଇଲା ସୋନୁଙ୍କ ଭାଗ୍ୟ - ସୋନୁ ନିଗମଙ୍କ ଜନ୍ମଦିନ

ବଲିଉଡର ପ୍ଲେବ୍ୟାକ ଗାୟକ ସୋନୁ ନିଗମ ଆଜି ତାଙ୍କ 50ତମ ଜନ୍ମଦିନ ପାଳନ କରୁଛନ୍ତି । ଆଜି ତାଙ୍କ ଦୁନିଆଲୋକ ସ୍ବର ପାଇଁ ଦିୱାନା ଅଟନ୍ତି । କିନ୍ତୁ ଜଣେ ସଫଳ କଣ୍ଠଶିଳ୍ପୀ ହେବା ତାଙ୍କ ପାଇଁ ସହଜ ନଥିଲା । ତେବେ ତାଙ୍କ ଜନ୍ମଦିନରେ ଜାଣନ୍ତୁ, ସୋନୁଙ୍କ କ୍ୟାରିୟରକୁ ନେଇ କିଛି ରୋଚକ କଥା ।

ପିତାଙ୍କ ସହ ବିବାହରେ କରୁଥିଲେ ଷ୍ଟେଜ୍ ଶୋ', ଏହି ଗୀତ ବଦଳାଇଲା ସୋନୁଙ୍କ ଭାଗ୍ୟ

author img

By

Published : Jul 30, 2023, 12:46 PM IST

ହାଇଦ୍ରାବାଦ: ସୋନୁ ନିଗମଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ନିଜ କ୍ୟାରିୟରରେ 5 ହଜାରରୁ ଅଧିକ ଗୀତ ଗାଇ ଦର୍ଶକଙ୍କ ପ୍ରଶଂସା ସାଉଁଟିବା ସହ ସଫଳ ଗାୟକ ଭାବେ ବେଶ ପରିଚୟ ହାସଲ କରିଛନ୍ତି । ଯେତେବେଳେ ବି ସୋନୁ ମାଇକ୍ ଧରି ମଞ୍ଚ ଉପରେ ଠିଆ ହୁଅନ୍ତି, ସେତେବେଳେ ତାଙ୍କ ଗୀତ ଶୁଣିବାକୁ ଲୋକଙ୍କ ଭିଡ଼ ଜମିଯାଇଥାଏ । କିନ୍ତୁ ତାଙ୍କ ପାଇଁ ଏହି ଯାତ୍ରା ସହଜ ନଥିଲା । ଜଣେ ସଫଳ ଗାୟକ ହେବାକୁ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଜି ସୋନୁ 50 ବର୍ଷରେ ପାଦ ଥାପିଛନ୍ତି । ଆଜି ବି ସାରା ଦୁନିଆ ତାଙ୍କ ଗୀତ ପାଇଁ ଦିୱାନା ରହିଛି । ତେବେ ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ତାଙ୍କ ଜୀବନ ଏବଂ ସଂଘର୍ଷକୁ ନେଇ କିଛି ରୋଚକ କଥା ।

ସୋନୁ ନିଗମ ପିଲାଦିନରୁ ଗୀତ ଗାଇବାକୁ ଆଗ୍ରହୀ ଥିଲେ । ସେ ତାଙ୍କ ସ୍କୁଲ ଦିନରୁ ତାଙ୍କର ଡ୍ରିମ ଥିଲା ଯେ ସେ ଜଣେ ଗାୟକ ହେବେ । ପ୍ରଥମେ ସେ ତାଙ୍କ ପିତାଙ୍କ ସହ ବିବାହରେ ଷ୍ଟେଜ୍ ଶୋ' କରୁଥିଲେ । ଏହା ପରେ ତାଙ୍କର ସଂଘର୍ଷ ଆରମ୍ଭ ହେଲା । ଗାୟକ ହେବାର ସ୍ବପ୍ନ ନେଇ ସେ ମାୟାନଗରୀ ଅର୍ଥାତ ମୁମ୍ବାଇ ଆସିଥିଲେ । ଏଠାକୁ ଆସିବା ପରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଲୋକମାନେ ତାଙ୍କୁ କାମ ଦେଇ ନ ଥିଲେ। ଏପରିକି ତାଙ୍କୁ ଅଫିସରୁ ମଧ୍ୟ ବାହାର କରି ଦିଆଯାଇଥିଲା । ତାପରେ ତାଙ୍କର ଗୋଟିଏ ନିଷ୍ପତ୍ତି ତାଙ୍କ ପୁରା ଜୀବନକୁ ବଦଳାଇ ଦେଇଥିଲା । ସଫଳତା ପାଇବା ପରେ ସୋନୁ ଆଉ ପଛକୁ ଫେରି ଚାହିଁନଥିଲେ । ତେବେ ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ସେ ଆଜି ଜଣେ ସଫଳ ଗାୟକ ଭାବେ ପରିଚୟ ହାସଲ କରିଛନ୍ତି।

ସୋନୁ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ପିତା ମଞ୍ଚରେ 'କ୍ୟା ହୁଆ ତେରା ବାଦା' ଗୀତ ଗାଉଥିଲେ। ସେହି ସମୟରେ ସୋନୁ କାନ୍ଦିବାକୁ ଲାଗିଥିଲେ ଏବଂ କହିଥିଲେ ଯେ ସେ ମଧ୍ୟ ଗୀତ ଗାଇବେ । ଏହା ପରେ ବାପା ସୋନୁ ନିଗମଙ୍କ ମା’ଙ୍କୁ ଆଖି ଦେଖାଇ ଚୁପ୍ ରହିବାକୁ କହିଥିଲେ । ସେହି ସମୟରେ କିଛି ଲୋକ ଗୀତ ଗାଇବାକୁ ଅନୁମତି ଦେବାକୁ କହିଥିଲେ । ତା’ପରେ ସୋନୁ ମଞ୍ଚକୁ ଯାଇ ତାଙ୍କ ପିତାଙ୍କ ସହ ଏକ ଗୀତ ଗାଇଲେ ଏବଂ ସମସ୍ତେ ଏହାକୁ ବହୁତ ପସନ୍ଦ କଲେ । ଏହା ପରେ ସେ ପ୍ରତ୍ୟେକ ଶୋ’ରେ ତାଙ୍କ ପିତାଙ୍କ ସହିତ ଗୀତ ଗାଇବା ଆରମ୍ଭ କରିଥିଲେ । ତାପରେ ମାତ୍ର 18 ବର୍ଷ ବୟସରେ ସେ ଗାୟକ ହେବା ପାଇଁ ସ୍ବପ୍ନ ନେଇ 1991ରେ ପିତାଙ୍କ ସହ ମୁମ୍ବାଇରେ ପହଞ୍ଚିଥିଲେ । ସେ ଏଠାରେ 4 ବର୍ଷ ଧରି ଅସୁବିଧାର ସମ୍ମୁଖୀନ ହୋଇଥିଲେ । କାମ ପାଇବା ପାଇଁ ସେ ତାଙ୍କ ପିତାଙ୍କ ସହ ସଙ୍ଗୀତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ କାର୍ଯ୍ୟାଳୟ ବୁଲୁଥିଲେ । କିନ୍ତୁ ପିଅନ ମାନେ ତାଙ୍କୁ ଅଫିସ୍ ବାହାରୁ ହିଁ ଘଉଡାଇ ଦେଉଥିଲେ ।

ଏହା ମଧ୍ୟ ପଢନ୍ତୁ: ସ୍ୱାମୀ ରଣଭୀର ସିଂଙ୍କ ଫିଲ୍ମକୁ ଭିନ୍ନ ଢଙ୍ଗରେ ପ୍ରମୋସନ କଲେ ଦୀପିକା, ଭିଡିଓ ଭାଇରାଲ

ଏହି ଗୀତ ସୋନୁଙ୍କ ଭାଗ୍ୟ ବଦଳାଇ ଦେଲା

ସଂଘର୍ଷ ଏହିପରି ଜାରି ରହିଥିଲା । କାମ ନ ମିଳିବା ଏବଂ ବାରମ୍ବାର ଅଫିସରୁ ବାହାର କରିଦେବା ପରେ ବି ହାର ମାନି ନଥିଲେ ସୋନୁ । ତା ପରେ ଏମିତି ଏକ ଦିନ ଆସିଲା ଯାହା ସୋନୁ ନିଗମଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଫିଲ୍ମ 'ବର୍ଡର' ରୁ ସେ ତାଙ୍କର ପ୍ରଥମ ବ୍ରେକ୍ ପାଇଥିଲେ । ଏଥିରେ ସେ 'ସନ୍ଦେଶା ଆତେ ହେଁ' ଗୀତ ଗାଇଥିଲେ। ଏହି ଗୀତଟି ଏତେ ଭଲ ହୋଇଥିଲା ଯେ ସେହି ସମୟରେ ହିଟ ହେବା ସହ ଲୋକଙ୍କ ମନକୁ ଛୁଇଁଥିଲା । ଏପରିକି ଆଜି ବି ଏହି ଗୀତ ଶୁଣିବାକୁ ବେଶ ଭଲ ପାଆନ୍ତି ଲୋକେ । ଏହାପରେ ସୋନୁ ଆଉ ପଛକୁ ଫେରି ଚାହିଁନଥିଲେ। ଏବଂ ପରେ ବଲିଉଡରେ 5ହଜାରରୁ ଅଧିକ ସୁପରହିଟ୍ ଗୀତ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.