ETV Bharat / entertainment

Chandrayaan 3: ଆଉ କିଛି ସମୟର ଅପେକ୍ଷା, ବି-ଟାଉନରୁ ଇସ୍ରୋକୁ ଛୁଟିଲା ଶୁଭେଚ୍ଛା ସୁଅ

ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-3ର ଶୁଭାରମ୍ଭ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଏହି ଐତିହାସିକ ମୁହୂର୍ତ୍ତ ପାଇଁ ବଲିଉଡ ସେଲିବ୍ରିଟିମାନେ ଇସ୍ରୋକୁ ଶୁଭକାମନା ଜଣାଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ଚନ୍ଦ୍ରୟାନ-3 ଲଞ୍ଚ ପାଇଁ ପ୍ରସ୍ତୁତ, ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

author img

By

Published : Jul 14, 2023, 1:06 PM IST

ହାଇଦ୍ରାବାଦ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ISRO ଆଜି ଚନ୍ଦ୍ରୟାନ-3 ଲଞ୍ଚ କରିବାକୁ ଯାଉଛି । ଆଜି ଚନ୍ଦ୍ରୟାନ-3 ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଅପରାହ୍ନ 2.35 ସମୟରେ ଉତକ୍ଷେପଣ ହେବ । ISRO ସହିତ, ଚନ୍ଦ୍ରୟାନ-3 ମିଶନକୁ ନେଇ ସାରା ଦେଶରେ ଉତ୍ସାହିତ ଅଛି । ଏହି ସମୟରେ ବଲିଉଡର ସେଲିବ୍ରେଟିମାନେ ମଧ୍ୟ ଏନେଇ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ISRO ବୈଜ୍ଞାନିକଙ୍କୁ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି ।

ଭାରତର ଏହି ଐତିହାସିକ ମୁହୁର୍ତ୍ତରେ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ବି ଉତ୍ସାହ ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ଜରିଆରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଅନୁପମ ଖେର, ରିତେଶ ଦେଶମୁଖ ଏବଂ ସୁନୀଲ ଶେଟ୍ଟୀ ISRO ବୈଜ୍ଞାନିକଙ୍କୁ ଶୁଭକାମନା ଜଣାଇଛନ୍ତି । ଅନୁପମ ଖେର ISRO ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇ ଚନ୍ଦ୍ରମିଶନକୁ ପ୍ରଶଂସା କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି, "ଭାରତ ଏହାର ତୃତୀୟ ଚନ୍ଦ୍ର ମିଶନ ପାଇଁ ପ୍ରସ୍ତୁତ ହୋଇଛି । ମୁଁ ଆମର ISRO ବୈଜ୍ଞାନିକମାନଙ୍କୁ ଚନ୍ଦ୍ରୟାନ-3ର ଶୁଭକାମନା ଜଣାଉଛି । ଆମର ପତାକା ଉଚ୍ଚ ହେଉ । ଜୟ ହିନ୍ଦ !"

ଏହା ମଧ୍ୟ ପଢନ୍ତୁ: ଆଜି ଜହ୍ନରାଇଜରୁ ଯିବ ଚନ୍ଦ୍ରଯାନ-3, ଜାଣନ୍ତୁ ଲିଡ କରୁଥିବା ରକେଟ ୱିମେନଙ୍କ ବିଷୟରେ

ସେହିପରି ଅକ୍ଷୟ କୁମାର ଚନ୍ଦ୍ରୟାନ -3 ମିଶନ ପାଇଁ ISRO କୁ ଅଭିନନ୍ଦନ ଜଣାଇଛନ୍ତି । 2019 ବର୍ଷର ଟ୍ୱିଟ୍ ପୁର୍ନବାର ସେୟାର କରି ଅକ୍ଷୟ ଲେଖିଛନ୍ତି, 'ଆଗକୁ ବଢିବାର ସମୟ ଆସିଛି । ଚନ୍ଦ୍ରୟାନ-3 ପାଇଁ ISRO ବୈଜ୍ଞାନିକମାନଙ୍କୁ ଅନେକ ଅନେକ ଅଭିନନ୍ଦନ । କୋଟି କୋଟି ହୃଦୟ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛି । କେବଳ ଏତିକି ନୁହେଁ 2019ରେ ଚନ୍ଦ୍ରାୟନ-୨ ମିଶନର ବିଫଳତା ସମ୍ପର୍କରେ ମଧ୍ୟ ଅକ୍ଷୟ କହିଛନ୍ତି । ଏଥିରେ ISROର ବୈଜ୍ଞାନିକମାନଙ୍କୁ ସାନ୍ତ୍ୱନା ଦେବା ସହ ସେମାନଙ୍କର ସାହାସକୁ ପ୍ରଶଂସା କରିଛନ୍ତି । ଅକ୍ଷୟ ଆହୁରି ମଧ୍ୟ କହିଛନ୍ତି, 'ବିନା ପରୀକ୍ଷଣରେ କୌଣସି ବିଜ୍ଞାନ ନାହିଁ । ବେଳେବେଳେ ଆମେ ସଫଳ ହୋଇଥାଉ, ବେଳେବେଳେ ଆମେ ଶିଖିବାକୁ ମିଳୁଛି । ISROର ବୁଦ୍ଧିମାନ ଲୋକଙ୍କୁ ଆମର ନମସ୍କାର । ଆମେ ଆପଣଙ୍କ ପାଇଁ ଗର୍ବିତ ଏବଂ ନିଶ୍ଚିତ ଯେ ଚନ୍ଦ୍ରାୟନ-୨ ଖୁବଶୀଘ୍ର ଚନ୍ଦ୍ରାୟନ -3 ପାଇଁ ରାସ୍ତା ପ୍ରସ୍ତୁତ କରିବ । ଆମେ ପୁନର୍ବାର ଆଗକୁ ବଢିବା ।''

  • Excitement levels reaching the MOON! 🌕 Sending my virtual cheers to #Chandrayaan3 for its upcoming mission! 🎉 Can't wait to witness India's tech prowess soar to new heights! 🇮🇳 May the journey be smooth, discoveries be mind-blowing, and success be astronomical! 🙌 #ProudIndianpic.twitter.com/2XGFwllv2h

    — Suniel Shetty (@SunielVShetty) July 13, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ସୁନୀଲ ଶେଟ୍ଟୀ ଚନ୍ଦ୍ରୟାନ 3ର ଏକ ଫଟୋ ଟ୍ୱିଟ କରି କ୍ୟାପସନରେ ଲେଖିଛନ୍ତି, ଉତ୍ସାହ ବଢୁଛି । ମୁଁ ଆଗାମୀ ମିଶନରେ ଚନ୍ଦ୍ରୟାନ 3କୁ ଭର୍ଚୁଆଲ ଶୁଭେଚ୍ଛା ପଠାଉଛି । ମୁଁ ଭାରତର ବୈଷୟିକ ଶୈଳୀର ନୂତନ ଉଚ୍ଚତାକୁ ଦେଖିବା ପାଇଁ ଅପେକ୍ଷା କରିପାରୁନାହିଁ । ଯାତ୍ରାଟି ସହଜ ହେଉ । ଗର୍ବିତ ଇଣ୍ଡିଆ ।'' ଅଭିନେତା ରିତେଶ ଦେଶମୁଖ ମଧ୍ୟ ISRO ପାଇଁ ବାର୍ତ୍ତା ସେୟାର କରିଛନ୍ତି । ରିତେଶ ନିଜେ ISROର କ୍ୟାପ ପିନ୍ଧିଥିବା ଏକ ଫଟୋ ସେୟାର କରି ଲେଖିଛନ୍ତି, 'ମୁଁ ଚନ୍ଦ୍ରୟାନ-3 ଲଞ୍ଚ ପାଇଁ ଉତ୍ସାହିତ ଅଛି । ଆମ ଦେଶର ISROର ଗର୍ବ ପାଇଁ ଶୁଭେଚ୍ଛା । ମୁଁ ଆପଣଙ୍କୁ ସଫଳତା କାମନା କରୁଛି ଜୟ ହିନ୍ଦ ।

ଏହା ମଧ୍ୟ ପଢନ୍ତୁ: 539ତମ ଫିଲ୍ମ ଘୋଷଣା କଲେ ଅନୁପମ ଖେର, ସାମ୍ନାକୁ ଆସିଲା ପ୍ରଥମ ଲୁକ୍‌

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.