ହାଇଦ୍ରାବାଦ: ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅମିତାଭ ବଚ୍ଚନ ନିଜେ ତାଙ୍କ ପୋଷ୍ଟ ମାଧ୍ୟମରେ ଏହା ନିଶ୍ଚିତ କରିଛନ୍ତି। ଅଗସ୍ତ୍ୟ ନନ୍ଦା ଫିଲ୍ମ 'ଦି ଆର୍ଚିଜ୍'ରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ନେଟଫ୍ଲିକ୍ସରେ ପ୍ରଦର୍ଶିତ ହେବ । ଜୋୟା ଅଖତର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରରେ କେବଳ ଅଗସ୍ତ୍ୟ ନନ୍ଦା ନୁହଁନ୍ତି ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଏବଂ ବୋନି କପୁରଙ୍କ ସାନ ଝିଅ ଖୁସୀ କପୁର ମଧ୍ୟ ନଜର ଆସିବେ। ତେବେ ଅଗସ୍ତ୍ୟ ନନ୍ଦା ହେଉଛନ୍ତି ଶ୍ୱେତା ବଚ୍ଚନ ନନ୍ଦା ଏବଂ ନିଖିଲ ନନ୍ଦାଙ୍କ ପୁଅ ।
- " class="align-text-top noRightClick twitterSection" data="
">
ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଅଗସ୍ତ୍ୟଙ୍କ ବଲିଉଡ ଡେବ୍ୟୁ ବିଷୟରେ ଲେଖିଛନ୍ତି, 'ଅଗସ୍ତ୍ୟ, ତୁମ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହେଉଛି ଏବଂ ଆମେ ସମସ୍ତେ ଏଥିପାଇଁ ବହୁତ ଖୁସି। ମୋର ପ୍ରାର୍ଥନା, ମୋର ଭଲ ପାଇବା ଏବଂ ମୋର ଶୁଭେଚ୍ଛା ସର୍ବଦା ତୁମ ସହିତ ଅଛି ...ଆହୁରି ଆଗକୁ ବଢ...।
ଏହା ବି ପଢନ୍ତୁ: ସୁହାନା ଖାନଙ୍କ ଡେବ୍ୟୁ ଫିଲ୍ମ ଆରମ୍ଭ, ଖୁସି କପୁର ଓ ଅଗସ୍ତ୍ୟ ନନ୍ଦା ବି ଆସିବେ ନଜର
ଖବର ଅନୁଯାୟୀ, ଏହି ତିନିଜଣଙ୍କୁ 'ଦି ଆର୍ଚିଜ୍'ରେ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ଅଗସ୍ତ୍ୟ ନନ୍ଦାଙ୍କୁ 'ଆର୍ଚି ଆଣ୍ଡ୍ରୁସ୍'ର ଭୂମିକାରେ ଦେଖିବାକୁ ମିଳିବ । ଏଥିସହିତ ସୁହାନା ଖାନଙ୍କୁ ବେରୋନିକା ଭୂମିକାରେ ଦେଖିବାକୁ ମିଳିବ ଏବଂ ଖୁସି କପୁରଙ୍କୁ 'ବେଟି କପୁର୍' ଭୂମିକାରେ ଦେଖିବାକୁ ମିଳିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ