ETV Bharat / entertainment

Kartik Aaryan announces Bhool Bhulaiyaa 3: ପୁଣି ଧମାଲ ମଚାଇବେ ରୁହ ବାବା

ଆସିବାକୁ ଯାଉଛି ଆନିସ୍ ବାଜମିଙ୍କ ନିର୍ଦ୍ଦେଶିତ ତଥା ଭୂଷଣ କୁମାରଙ୍କ ଦ୍ବାରା ନିର୍ମିତ ଫିଲ୍ମ ଭୁଲ୍ ଭୁଲେୟା-3 । ଏଥର ବି "ରୁହ ବାବା" ଚରିତ୍ରରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ

ଭୁଲ୍ ଭୁଲେୟା-3 ଘୋଷଣା: ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ୍

author img

By

Published : Mar 2, 2023, 1:32 PM IST

ହାଇଦ୍ରାବାଦ: ଆସିବାକୁ ଯାଉଛି ଭୁଲ୍ ଭୁଲେୟା-3 । ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ଭାଗ ବେଶ ଲୋକପ୍ରିୟତା ହାସଲ କରିଥିବାବେଳେ ଏବେ ନିର୍ମାତା ଭୁଲ୍ ଭୁଲେୟା-3 ପ୍ରସ୍ତୁତ କରୁଛନ୍ତି । ଭୁଲ ଭୁଲେୟା ପାର୍ଟ 3ରେ ପୁଣିଥରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ନଜର ଆସିବେ । ଏହି ଫିଲ୍ମକୁ ଅନିସ୍ ବାଜମି ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରସ୍ତୁତ କରିଛନ୍ତି ଭୂଷଣ କୁମାର । ଫିଲ୍ମର ବ୍ୟାନର ଟି-ସିରିଜ୍ ଦ୍ବାରା ନିର୍ମିତ ହୋଇଥିବା ବେଳେ ଏହି ସିକ୍ୱେଲ ବୁଧବାର ସନ୍ଧ୍ୟାରେ ଘୋଷଣା କରାଯାଇଥିଲା । "ପାରିବାରିକ ମନୋରଞ୍ଜନ" ଭରପୁର ରହିଥିବା ଏହି କମେଡି ଫିଲ୍ମ 2024 ଦିପାବଳୀରେ ସିନେମା ହଲରେ ରିଲିଜ ହେବ ବୋଲି ଜଣାପଡିଛି ।

  • " class="align-text-top noRightClick twitterSection" data="">

ଏନେଇ ଟି-ସିରିଜ୍ ଏକ ଟିଜର ମଧ୍ୟ ସେୟାର କରିଛି, ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟନଙ୍କ ଚରିତ୍ର ହିନ୍ଦୀରେ କୁହନ୍ତି, 'ଆପଣ ଭାବିଛନ୍ତି କି କାହାଣୀ ଶେଷ ହୋଇଗଲା ? କବାଟ ବନ୍ଦ ଅଛି ଯାହାକୁ ସେମାନେ ଦିନେ ଖୋଲିବେ । ଏଥିସହ ଆର୍ଯ୍ୟନଙ୍କୁ ଏକ ଅନ୍ଧାର କୋଠରୀରେ ଏକ ଚେୟାରରେ ବସି 'ଆମି ଜେ ତୋମାର' ଗୀତ ଗାଉଥିବାର ଦେଖିବାକୁ ମିଳୁଛି । ସେ କେବଳ ଆତ୍ମାଙ୍କ ସହ କଥାବାର୍ତ୍ତା କରନ୍ତି ନାହିଁ, ବେଳେବେଳେ ସେମାନେ ତାଙ୍କ ଭିତରେ ମଧ୍ୟ ଆସି ଯାଆନ୍ତି । ଫିଲ୍ମରେ ଏଭଳି ଆର୍ଯ୍ୟନଙ୍କ ଚରିତ୍ର ରହିଥିବା ଜଣାପଡିଛି ।

ସୂଚନା ଥାଉ କି "ଭୁଲ ଭୁଲେୟା"ପ୍ରଥମ ଭାଗ "ଭୂଷଣ କୁମାର ଏବଂ କୃଷ୍ଣ କୁମାରଙ୍କ ଦ୍ବାରା ନିର୍ମିତ ହୋଇଥିଲା, ଯେଉଁଥିରେ ଅଭିନେତା ଅକ୍ଷୟ କୁମାର, ଅଭିନେତ୍ରୀ ବିଦ୍ୟାବାଲାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହା ଦର୍ଶକଙ୍କ ମନ ଜିତିବାରେ ବେଶ ସଫଳ ହୋଇଥିଲା । ପରେ ଆନିସ୍ ବାଜମିଙ୍କ ଦ୍ବାରା ନିର୍ଦ୍ଦେଶିତ "ଭୁଲ୍ ଭୁଲେୟା 2" 2022 ସବୁଠାରୁ ସଫଳ ହିନ୍ଦୀ ଚଳଚ୍ଚିତ୍ର ରିଲିଜ୍ ମଧ୍ୟରୁ ଗୋଟିଏ। ବକ୍ସ ଅଫିସରେ ଏହା 250 କୋଟିରୁ ଅଧିକ ଟଙ୍କା ଆୟ କରିଥିଲା ।

ଏଥିସହ ଏହି ଚଳଚ୍ଚିତ୍ରରେ ଆର୍ଯ୍ୟନଙ୍କ ଚରିତ୍ର ପାଇଁ ଦର୍ଶକମାନେ ତାଙ୍କୁ ବେଶ ପ୍ରଶଂସା କରିଥିଲେ । ତେବେ ଏବେ ଭୁଲ୍ ଭୁଲେୟା-3 ରେ "ରୁହ ବାବା" ଚରିତ୍ରରେ ପୁଣି ନଜର ଆସିବାକୁ ଯାଉଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । 2ୟ ଭାଗ ଭଳି ଏହା ମଧ୍ୟ ଲୋକଙ୍କୁ ବେଶ ମନୋରଞ୍ଜନ କରିବ ବୋଲି ନିର୍ମାତା ଓ ଅଭିନେତା ଆଶା ରଖିଛନ୍ତି ।

ସୂଚନା ଥାଉକି, ଫେବୃଆରୀ ୧୭ରେ କାର୍ତ୍ତିକ ଆର୍ଯ୍ୟନ ଓ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ 'ଶେହେଜାଦା' ରିଲିଜ ହୋଇଛି । ତେବେ ଏହି ଫିଲ୍ମ ଦର୍ଶକଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଥିବା ବେଳେ ଆଶା ଅନୁଯାୟୀ ବକ୍ସ ଅଫିସରେ ମଧ୍ୟ କଲେକ୍ସନ କରିପାରିନାହିଁ । ପ୍ରଥମ ଦିନରେ 6 କୋଟି ବ୍ୟବସାୟ କରିଥିବା ବେଳେ ଫେବୃଆରୀ 28 ୟାଏଁ ମୋଟ 6.54 କୋଟି ଆୟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.