ETV Bharat / entertainment

ଭାରତୀ ସିଂ ଲଗାଇଲେ ହର୍ଷଙ୍କ ନାଁର ମେହେନ୍ଦି, ହଳଦିଆ ଲେହେଙ୍ଗାରେ ସେୟାର କଲେ ଫଟୋ - କରବା ଚୌଥ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ସ୍ୱାମୀ ହର୍ଷଙ୍କ ନାଁରେ ମେହେନ୍ଦୀ ଲଗାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଭାରତ ସିଂ ଲଗାଇଲେ ହର୍ଷଙ୍କ ନାଁର ମେହେନ୍ଦି, ହଳଦିଆ ଲେହେଙ୍ଗାରେ ସେୟାର କଲେ ଫଟୋ
ହଳଦିଆ ଲେହେଙ୍ଗାରେ ସେୟାର କଲେ ଫଟୋ
author img

By

Published : Oct 13, 2022, 9:44 PM IST

ହାଇଦ୍ରାବାଦ: ଆଜି (ଅକ୍ଟୋବର 13) ସାରା ଦେଶରେ କରବା ଚୌଥ ପର୍ବ ପାଳନ କରାଯାଉଛି । ଏହି ଦିନ ସ୍ତ୍ରୀ ସ୍ବାମୀର ଦୀର୍ଘାୟୁ ପାଇଁ ବ୍ରତ ରଖିଥାଏ ଏବଂ ରାତିରେ ଚାନ୍ଦ ଦେଖି ବ୍ରତ ଖୋଲିଥାଏ । ପ୍ରେମ ଭରା ଏହି ପର୍ବକୁ ମହିଳାମାନେ ଅତ୍ୟନ୍ତ ଆନନ୍ଦ ସହକାରେ ପାଳନ କରିଥାନ୍ତି ଏବଂ ନିଜ ସ୍ବାମୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି । ଏହି ସମୟରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ସ୍ୱାମୀ ହର୍ଷଙ୍କ ନାଁରେ ମେହେନ୍ଦୀ ଲଗାଇଥିବା ଦେଖିବାକୁ ମିଳିଛି।

ଏହି ଭିଡିଓରେ ଆପଣ ଦେଖିପାରିବେ, ଭାରତୀ ପାପାରାଜିଙ୍କୁ କରବା ଚୌଥର ଅଭିନନ୍ଦନ ଜଣାଉଛନ୍ତି । ଭାରତୀଙ୍କ ସୁଟିଂ ସମୟରେ ମଧ୍ୟ କରବା ଚୌଥ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଦେଖାଯାଇଥିଲା । ଏହି ସମୟରେ ଭାରତୀ ସେଟରେ ମେହେନ୍ଦୀ ଲଗାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ​​। ଏହି ଅବସରରେ ଭାରତୀ ଏକ ସୁନ୍ଦର ହଳଦିଆ ରଙ୍ଗର ଲେହେଙ୍ଗାରେ ପିନ୍ଧିଛନ୍ତି । ଭାରତୀ ପଞ୍ଜାବୀ ପରିବାରର ଏବଂ ଏଥିପାଇଁ କରବା ଚୌଥ ତାଙ୍କ ପାଇଁ ସବୁଠାରୁ ବିଶେଷ ପର୍ବ । ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ବିବାହ ପରେ ପ୍ରତିବର୍ଷ ଭାରତୀ ଏହି ଉପବାସ ପାଳନ କରନ୍ତି ।

ଭାରତୀ ଏବଂ ହର୍ଷଙ୍କ ପ୍ରେମ କାହାଣୀ

ଭାରତୀ ଏବଂ ହର୍ଷ ବିବାହ ପୂର୍ବରୁ ପ୍ରାୟ 7 ବର୍ଷ ପରସ୍ପରକୁ ଡେଟ କରିଥିଲେ । ଦୁହେଁ ପ୍ରଥମେ ବନ୍ଧୁ ହେଲେ ଏବଂ ପରେ ପ୍ରେମରେ ପଡ଼ିଗଲେ, ଯାହା ପରେ ସେମାନେ 3 ଡିସେମ୍ବର 2017 ରେ ବିବାହ କରିଥିଲେ । ରିଆଲିଟି ସୋ 'କମେଡି ସର୍କସ୍' ସମୟରେ ଏହି ଦମ୍ପତି ପ୍ରଥମେ ସାକ୍ଷାତ ହୋଇଥିଲେ । ଭାରତୀ ଜଣେ ପ୍ରତିଯୋଗୀ ଭାବରେ ଯୋଗ ଦେଇଥିବାବେଳେ ହର୍ଷ ସ୍କ୍ରିପ୍ଟ ଲେଖକ ଥିଲେ । ଏହି ସୋ ସମୟରେ ଦୁହେଁ ବନ୍ଧୁ ଥିଲେ । ଭାରତୀ ପଞ୍ଜାବୀ ହୋଇଥିବାବେଳେ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଗୁଜୁରାଟର ଅଟନ୍ତି । ବିବାହର ପାଞ୍ଚ ବର୍ଷ ପରେ ଏହି ଦମ୍ପତି ପିତାମାତା ହୋଇଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ଭାରତୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.