ETV Bharat / entertainment

Cannes Film Festival: ଦୀପିକାଙ୍କ ପୂର୍ବରୁ ଏହି ଭାରତୀୟ ସେଲିବ୍ରିଟି ହୋଇସାରିଛନ୍ତି ଜୁରୀ ମେମ୍ବର - କାନ୍ସ ଫିଲ୍ମ ଫେଷ୍ଟିଭାଲ ଜୁରି ସଦସ୍ୟ

କାନ୍ସ 2022 ଫିଲ୍ମ ମହୋତ୍ସବ ପକ୍ଷରୁ ମଙ୍ଗଳବାର ବିଚାରପତି ତାଲିକା ଘୋଷଣା ହୋଇଛି । ଏଥର ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କାନ୍ସ ଚଳଚ୍ଚିତ୍ର ସମାରୋହର 75ତମ ସଂସ୍କରଣରେ ଜଜ୍ ଭାବରେ ଭାଗ ନେବେ । ଏହା ପୂର୍ବରୁ ଏହି ଭାରତୀୟ ସେଲିବ୍ରିଟି କାନ୍ସରେ ଜୁରୀ ମେମ୍ବର ହୋଇସାରିଛନ୍ତି । ଅଧିକ ପଢନ୍ତୁ

ଦୀପିକାଙ୍କ ପୂର୍ବରୁ ଏହି ଭାରତୀୟ ସେଲିବ୍ରିଟି ହୋଇସାରିଛନ୍ତି ଜୁରୀ ମେମ୍ବର

author img

By

Published : Apr 28, 2022, 5:41 PM IST

ପ୍ୟାରିସ: କାନ୍ସ 2022 ଫିଲ୍ମ ମହୋତ୍ସବ ପକ୍ଷରୁ ମଙ୍ଗଳବାର ବିଚାରପତି ତାଲିକା ଘୋଷଣା ହୋଇଛି । ଏଥର ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କାନ୍ସ ଚଳଚ୍ଚିତ୍ର ସମାରୋହ (Cannes Film Festival) ର 75ତମ ସଂସ୍କରଣରେ ଜଜ୍ ଭାବରେ ଭାଗ ନେବେ । ସେହିପରି ଫ୍ରାନ୍ସ ଅଭିନେତ୍ରୀ ବିସେଟ ଲଣ୍ଡନ ବିଚାରପତି ଅଧ୍ୟକ୍ଷ ହେବେ । 17 ମଇରୁ ଆରମ୍ଭ ହେବ କାନ 2022 ଫିଲ୍ମ ସମାରୋହ । 28 ମଇ ଯାଏଁ ଚାଲିବ । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରି ସଭାପତି ଏବଂ ପ୍ରତିଯୋଗିତା ସଦସ୍ୟ ଜୁରି ଚଳିତ ବର୍ଷର ପାଲମେ ଡି’ ସମ୍ମାନର ବିଜେତା ଚୟନ କରିବେ ଏବଂ ବଲିଉଡ ସୁନ୍ଦରୀ ଦୀପିକା ଏଥିରେ ଅଂଶଗ୍ରହଣ କରିବେ । ଏହି ଚଳଚ୍ଚିତ୍ର ମହୋତ୍ସବର ଜୁରିରେ ଦୀପିକା ହେଉଛନ୍ତି ଚଳିତ ବର୍ଷ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏକମାତ୍ର ଅଭିନେତ୍ରୀ ।

ପୂର୍ବରୁ ଏମାନେ ଥିଲେ କାନ୍ସର ଜୁରୀ ସଦସ୍ୟ:

1. ଚେତନ ଆନନ୍ଦ : 1950 ମସିହାରେ ଦେବ ଆନନ୍ଦଙ୍କ ବଡ ଭାଇ ଚେତନ ଆନନ୍ଦଙ୍କୁ ଏହି ଜୁରୀର ଅଂଶ ହେବାକୁ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ସେ ଏହାକୁ ମନା କରିଦେଇଥିଲେ । ସେ କହିଥିଲେ ଯେ ସେ ଏପରି ସମ୍ମାନଜନକ ତଥା ଜ୍ଞାନୀ ପ୍ୟାନେଲର ଅଂଶ ହେବା ଯୋଗ୍ୟ ନୁହଁନ୍ତି।

2. ମୃଣାଲ ସେନ : ୧୯୮୨ ମସିହାରେ ଫିଲ୍ମ ମେକର ମୃଣାଲ ସେନ୍ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ବନିଥିଲେ । ୧୯୮୩ ମସିହାରେ ତାଙ୍କ ଫିଲ୍ମ ଖାରଜି (Kharji ) ଜୁରୀ ପୁରସ୍କାର ଜିତିଥିଲା ।

3. ମୀରା ନାୟର : ମୀରା ନାୟର, ଯିଏ ମନସୁନ ୱେଡିଂ ଏବଂ ଦି ନେମସେକ୍ ଭଳି ଆଇକନିକ୍ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, 1990 ମସିହାରେ ମଧ୍ୟ ଏହି ଜୁରିର ଏକ ଅଂଶ ଥିଲେ । ତାଙ୍କ ଫିଲ୍ମ ସଲାମ ବମ୍ବେ ୧୯୮୮ ମସିହା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମ ଅଡିଏନ୍ସ ଆୱାର୍ଡ ପାଇଥିଲା ।

ମୀରା ନାୟର
ମୀରା ନାୟର

4. ଅରୁନ୍ଧତୀ ରଏ : ୨୦୦୦ ମସିହାରେ ବୁକର ପ୍ରାଇଜ ବିଜେତା ତଥା ଲେଖିକା ଅରୁନ୍ଧତୀ ରଏ କାନ୍ସର ଜୁରୀ ମେମ୍ବର ହୋଇଥିଲେ । ଉପନ୍ୟାସ ଦ ଗଡ୍ ଅଫ ସ୍ମଲ ଥିଙ୍ଗସ (The God of Small Things) ପାଇଁ ତାଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ମିଳିଥିଲା।

5. ଐଶ୍ୱର୍ଯ୍ୟା ରାୟ ବଚ୍ଚନ : 2003ରେ କାନ୍ସ ଫିଲ୍ମ ଫେଷ୍ଟିଭାଲର ଜୁରି ସଦସ୍ୟ ହୋଇଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ରଥମ ଭାରତୀୟ ଅଭିନେତ୍ରୀ ଥିଲେ।

ଐଶ୍ୱର୍ୟା ରାୟ ବଚ୍ଚନ
ଐଶ୍ୱର୍ୟା ରାୟ ବଚ୍ଚନ

6. ନନ୍ଦିତା ଦାସ : ଅଭିନେତା-ନିର୍ଦ୍ଦେଶକ ନନ୍ଦିତା ଦାସ କାନ୍ସର ଏକ ଜୁରୀ ସଦସ୍ୟ ଭାବରେ ଥରେ ନୁହେଁ ବରଂ ଦୁଇଥର ରହିସାରିଛନ୍ତି। 2005ରେ ଥରେ ଏବଂ 2013ରେ କାମ କରିଛନ୍ତି।

7. ଶର୍ମିଲା ଟାଗୋର : 60 ଓ 70 ଦଶକର ଅନ୍ୟତମ ଆଇକନିକ୍, ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ଶର୍ମିଲା ଟାଗୋର 2009 ରେ କାନ୍ସ ଫିଲ୍ମ ଫେଷ୍ଟିଭାଲର ଏକ ସ୍ୱତନ୍ତ୍ର ଜୁରୀର ସଦସ୍ୟ ହୋଇଥିଲେ ।

ଶର୍ମିଲା ଟାଗୋର
ଶର୍ମିଲା ଟାଗୋର

8. ବିଦ୍ୟା ବାଲାନ : 2013 ମସିହାରେ ବିଦ୍ୟା ବାଲାନ୍ ଏହି ସମ୍ମାନଜନକ ପ୍ୟାନେଲରେ ଏକ ଜୁରୀ ସଦସ୍ୟ ଭାବରେ ଯୋଗ ଦେଇଥିଲେ ।

ବିଦ୍ୟା ବାଲାନ
ବିଦ୍ୟା ବାଲାନ

9. ଶେଖର କପୁର : ଭାରତୀୟ ଫିଲ୍ମ ନିର୍ଦ୍ଦେଶକ, ପ୍ରଡ୍ୟୁସର ଏବଂ ଅଭିନେତା ଶେଖର କପୁର ୨୦୧୦ ମସିହାରେ ଜୁରୀ ମେମ୍ବର ହୋଇଥିଲେ ।

ଶେଖର କପୁର
ଶେଖର କପୁର

ସୂଚନାଯୋଗ୍ୟ ଯେ, କାନ୍ସ ରେଡ କାର୍ପେଟରେ ଅନେକଥର ଦୀପିକା ତାଙ୍କ ଜଲୱା ଦେଖାଇଛନ୍ତି । ମାତ୍ର ଏଥର ବିଚାରପତି ସଦସ୍ୟ ଭାବେ ଦାୟିତ୍ବ ତୁଲାଇବେ । ଏବର୍ଷ କାନ୍ସ ଫିଲ୍ମ ମହୋତ୍ସବରେ ସ୍ବତନ୍ତ୍ର ଫିଲ୍ମ ସ୍କ୍ରିନିଂରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଶୈନକ ସେନଙ୍କ ଡକ୍ୟୁମେଣ୍ଟାରୀ 'ଅଲ୍ ଦି ବ୍ରିଷ୍ଟ ସ୍କିନିଙ୍ଗ ହେବ । ଏଥି ସହିତ ହଲିଉଡର ପ୍ରସିଦ୍ଧ ମେଭେରିକ୍ ଏବଂ ଏଲଭିସ୍ ପ୍ରେସ୍ଲିଙ୍କ ବାୟୋପିକ୍ ସ୍କ୍ରିନିଂ ହେବ । ଏହା ବ୍ୟତୀତ ପାକିସ୍ତାନର ଫିଲ୍ମ 'ଜୋୟଲ୍ୟାଣ୍ଡ'କୁ ମଧ୍ୟ ଏକ ଏଣ୍ଟ୍ରି ମିଳିଛି । 2017 ରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନିଜର ରେଡ କାର୍ପେଟରେ ଡେବ୍ୟୁ କରିଥିବା ଦୀପିକା ତାଙ୍କ ପ୍ରଶଂସକଙ୍କ ସହ ଓସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ଅସଗର ଫରହାଦି, ଜେଫ ନିକୋଲ୍ସ, ରେବିକା ହଲ୍, ନୋମି ସହିତ ଅନ୍ୟ ଜଜ୍ ସଦସ୍ୟଙ୍କ ସହିତ ଫଟୋ ସେୟାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.