ETV Bharat / entertainment

Sanak controversy: ବିବାଦ ମୁଣ୍ଡ ଟେକିବା ପରେ କ୍ଷମା ମାଗିଲେ ବାଦଶାହ

author img

By

Published : Apr 24, 2023, 11:51 AM IST

ନୂତନ ଆଲବମ୍ ସନକ ପାଇଁ ବିବାଦରେ ଛନ୍ଦି ହୋଇଥିବା ବଲିଉଡ ରାପ୍‌ ସିଙ୍ଗର୍‌ ବାଦଶାହ ଶେଷରେ କ୍ଷମା ମାଗିଛନ୍ତି । ଏହାସହ ଗୀତର କିଛି ଅନ୍ତରା ପରିବର୍ତ୍ତନ କରିବାକୁ ବାଦଶାହ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ,

ନୂତନ ଗୀତ 'ସନକ' ବିବାଦ ଘଟଣା, କ୍ଷମା ମାଗିଲେ ବାଦଶାହ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଗୀତ 'ସନକ୍' ପାଇଁ ବିବାଦରେ ଛନ୍ଦି ହୋଇଥିବା ଲୋକପ୍ରିୟ ବଲିଉଡ ରାପ୍‌ ସିଙ୍ଗର୍‌ ବାଦଶାହ ଶେଷରେ କ୍ଷମା ମାଗିଛନ୍ତି । ବାଦଶାହ ଆଲବମ୍ ଗୀତରେ ସହ ଭଗବାନ ଶିବଙ୍କ ନାମ ସହ କିଛି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧର ସାମ୍ନା କରିବା ପରେ ଶେଷରେ କ୍ଷମା ମାଗିଛନ୍ତି ବାଦଶାହ । ଏଥିସହ ଗୀତର ନୂତନ ସଂସ୍କରଣ ସହ କିଛି ଅନ୍ତରା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗାୟକ ।

ବାଦଶାହ ତାଙ୍କର ନୂତନ ଆଲବମ୍ ସନକକୁ ନେଇ ବିବାଦରେ ଛନ୍ଦି ହୋଇଥିଲେ । ଏହାକୁ ଉଜ୍ଜୈନ ମହାକାଳ ମନ୍ଦିରର ପୁରୋହିତ ଏବଂ ହିନ୍ଦୁ ସଂଗଠନ ବାଦଶାହଙ୍କ ନିନ୍ଦା କରିବା ସହ ଦୃଢ ବିରୋଧ କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ସୋମବାର ଗୀତ ପାଇଁ କ୍ଷମା ମାଗିଛନ୍ତି ରାପର ବାଦଶାହ । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ବାଦଶାହ ଲେଖିଛନ୍ତି,"ଏହା ମୋ ନଜରକୁ ଆସିଛି ଯେ ମୋର ସଦ୍ୟ ପ୍ରକାଶିତ ଗୀତ ସନକ କିଛି ଲୋକଙ୍କ ଭାବନାକୁ ଆଘାତ ଦେଇଛି । ମୁଁ କଦାପି ଜାଣିଶୁଣି କିମ୍ବା ଅଜାଣତରେ କାହାର ଭାବନାକୁ ଆଘାତ ଦେଇ ନାହିଁ, ଏହାକୁ ଆନ୍ତରିକତା ଏବଂ ଉତ୍ସାହ ସହ ଆଣିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ସର୍ବଦା ସମସ୍ତଙ୍କୁ ସମ୍ମାନ ଜଣାଉଛି । "ମୁଁ ଗୀତର କିଛି ଅଂଶ ପରିବର୍ତ୍ତନ କରିବାକୁ ଏବଂ କାହାକୁ ଆଘାତ ନକରିବାକୁ ସମସ୍ତ ଡିଜିଟାଲ୍ ପ୍ଲାଟଫର୍ମରେ ଏହି ଗୀତକୁ ଏକ ନୂତନ ସଂସ୍କରଣ ସହ ବଦଳାଇବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ କିଛି ଦିନ ଲାଗିବ । ଏହି ସମୟ ମଧ୍ୟରେ ମୁଁ ସମସ୍ତଙ୍କୁ ଧୈର୍ଯ୍ୟବାନ ହେବାକୁ କହୁଛି ଏବଂ ମୁଁ ଏନେଇ କ୍ଷମା ମାଗୁଛି ।

ସୂଚନା ଥାଉ କି, ମଧ୍ୟପ୍ରଦେଶର ଉଜୈନ ଜିଲ୍ଲାରେ ଅବସ୍ଥିତ ମହାକାଳେଶ୍ୱର ମନ୍ଦିରର ଜଣେ ବରିଷ୍ଠ ପୁରୋହିତ ଗୀତରେ ଆପତ୍ତିଜନକ ଶବ୍ଦ ସହିତ ଭଗବାନ ଶିବ (ଭୋଳାନାଥ)ଙ୍କ ନାମ ବ୍ୟବହାର କରିଥିବାରୁ ବାଦଶାହଙ୍କୁ ନିନ୍ଦା କରିଥିଲେ । ପୁରୋହିତ ମହେଶ ତାଙ୍କୁ ଗୀତରୁ ଭଗବାନଙ୍କ ନାମ ହଟାଇବାକୁ ଏବଂ କ୍ଷମା ମାଗିବାକୁ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଯଦି ସେ ଏହା ନ କରନ୍ତି ତେବେ ସେ ରାପରଙ୍କ ବିରୋଧରେ ଏଫଆଇଆର ଦାଖଲ କରିବେ ବୋଲି ଚେତାବନୀ ଦେଇଥିଲେ । କେବଳ ମନ୍ଦିର ପୁରୋହିତ ନୁହେଁ ବରଂ ମହାକାଳ ସେନା ଏବଂ ପୂଜାରୀ ମହାସଙ୍ଗ ସମେତ ହିନ୍ଦୁ ସଂଗଠନ ଏବଂ ଶ୍ରଦ୍ଧାଳୁ ମଧ୍ୟ ଏହାର ବିରୋଧ କରିଥିଲେ ।

ତେବେ ଏକ ମାସ ପୂର୍ବରୁ ରିଲିଜ କରିଥିବା 'ସନକ' ଗୀତକୁ ଏପର୍ଯ୍ୟନ୍ତ 22 ମିଲିୟନରୁ ଅଧିକ ଭ୍ୟୁ ମିଳିଛି । ଦର୍ଶକମାନେ ନୂଆ ସଂସ୍କରଣରେ କିପରି ପ୍ରତିକ୍ରିୟା କରିବେ ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.