ETV Bharat / entertainment

ଜନ୍ମ ହେବାର କିଛି କ୍ଷଣ ପରେ ଆଖି ବୁଜିଲା ଗାୟକ ବି ପ୍ରାକଙ୍କ ଦ୍ବିତୀୟ ସନ୍ତାନ

ଫ୍ୟାନ୍ସଙ୍କୁ ସ୍ୟାଡ୍ ନ୍ୟୁଜ ଦେଲେ ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବି ପ୍ରାକ୍(Singer and music director B Praak) । ଦ୍ବିତୀୟ ସନ୍ତାନକୁ ହାରାଇଛନ୍ତି ବି ପ୍ରାକ୍ ଓ ପତ୍ନୀ ମୀରାବଚ୍ଚନ । ଜନ୍ମର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଅଧିକ ପଢନ୍ତୁ

ଆଖିବୁଜିଲା ଗାୟକ ବି ପ୍ରାକଙ୍କ ଦ୍ବିତୀୟ ସନ୍ତାନ:ସମବେଦନା ଜଣାଇଲେ ବଲିଉଡ୍

author img

By

Published : Jun 16, 2022, 1:04 PM IST

ମୁମ୍ବାଇ: ଫ୍ୟାନ୍ସଙ୍କୁ ସ୍ୟାଡ୍ ନ୍ୟୁଜ ଦେଲେ ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବି ପ୍ରାକ୍(Singer and music director B Praak) । ତାଙ୍କର ଦ୍ବିତୀୟ ସନ୍ତାନକୁ ହରାଇଛନ୍ତି ବି ପ୍ରାକ୍ ଓ ପତ୍ନୀ ମୀରାବଚ୍ଚନ । ଜନ୍ମର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଛି । ଏହି ଖବର ସାମ୍ନାକୁ ଆସିବା ପରେ ଶୋକ ପ୍ରକାଶ କରିଛି ବଲିଉଡ ।

ପ୍ରାକ୍‌ ଇନଷ୍ଟାରେ ଲେଖିଛନ୍ତି କି, ଆମ ନବଜାତକର ମୃତ୍ୟୁରେ ଆମେ ଉଭୟ ମର୍ମାହତ । କଠିନ ସମୟ ଦେଇ ଆମେ ଏବେ ଗତି କରୁଛୁ । ତେବେ, ନବଜାତକ ଜନ୍ମ ହେବାର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଡାକ୍ତର ଓ ନର୍ସମାନେ ଶିଶୁଟିକୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ । ହେଲେ ତାହା ସମ୍ଭବ ହୋଇନଥିଲା । ଡାକ୍ତର ଓ ନର୍ସଙ୍କୁ ସେମାନଙ୍କର ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ । ସେପଟେ, ଏନେଇ ଉଭୟ ବଲିଉଡ ଓ ସଙ୍ଗୀତ ଜଗତର କିଛି ବ୍ୟକ୍ତି ବିଶେଷ ମଧ୍ୟ ସମବେଦନା ଜଣାଇଛନ୍ତି ।

କରଣ ଜୋହର ଲେଖିଛନ୍ତି, ମୋର ଆଶୀର୍ବାଦ ତୁମ ଦୁହିଁଙ୍କ ସହ ଅଛି । ଏପ୍ରିଲରେ ବି ପ୍ରାକ୍ ଓ ମୀରା ଦ୍ବିତୀୟ ସନ୍ତାନ ଆସିବା ନେଇ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଥିଲେ । ଏପରିକି ଏକ କ୍ୟାପସନ ସହ ଫଟୋ ମଧ୍ୟ ସେୟାର କରିଥିଲେ । ୨୦୧୯ ମସିହାରେ ମୀରା ବଚ୍ଚନ ଓ ବି ପ୍ରାକଙ୍କ ବିବାହ ହୋଇଥିଲା । ୨୦୨୦ରେ ପ୍ରଥମ ସନ୍ତାନ ଲାଭ କରିଥିଲେ ଉଭୟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.