ETV Bharat / entertainment

Dream Girl 2: ଆସିଲା ଦମଦାର ଟ୍ରାକ ‘ନାଚ୍‌’, ଠୁମକା ଲଗାଇଲେ ଆୟୁଷ୍ମାନ ଓ ଅନନ୍ୟା

ଡ୍ରିମ୍ ଗାର୍ଲ ୨ ର ନୂଆ ଗୀତ ରିଲିଜ୍ ହୋଇଛି । ଯେଉଁଥିରେ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେ ଏକ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଉଭୟଙ୍କ ଏହି ଡ୍ୟାନ୍ସ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ଅଧିକ ପଢନ୍ତୁ,

author img

By

Published : Aug 17, 2023, 7:27 AM IST

Dream Girl 2: ଫିଲ୍ମର ନୂଆ ଗୀତ ରିଲିଜ, ଠୁମକା ଲଗାଉଥିବାର ନଜର ଆସିଲେ ଆୟୁଷ୍ମାନ ଏବଂ ଅନନ୍ୟା

ହାଇଦ୍ରାବାଦ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଖୁବ୍ ଶୀଘ୍ର 'ଡ୍ରିମ୍ ଗାର୍ଲ 2'ରେ ନଜର ଆସିବେ। ଏହି ଫିଲ୍ମ ସହ ଉଭୟ ପ୍ରଥମ ଥର ପାଇଁ ଦର୍ଶକ ଏହି ଯୋଡିଙ୍କୁ ଏକାଠି ପରଦାରେ ଦେଖିବେ । ନିକଟରେ ଫିଲ୍ମର ଟ୍ରେଲର ଏବଂ ପ୍ରଥମ ଗୀତ 'ଦିଲ କା ଟେଲିଫୋନ୍ 2.0' ରିଲିଜ୍ ହୋଇଥିଲା । ଆଉ ଏବେ 'ଡ୍ରିମ୍ ଗାର୍ଲ ୨'ର ଦ୍ୱିତୀୟ ଗୀତ 'ନାଚ୍' ରିଲିଜ ହୋଇଛି । ଯେଉଁଥିରେ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେ ଏକ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଗୀତ ରିଲିଜ ହେବା ପରେ ବେଶ ଭାଇରାଲ ହେବାରେ ଲାଗିଛି ।

  • " class="align-text-top noRightClick twitterSection" data="">

ଫିଲ୍ମର ପ୍ରଥମ ଗୀତ 'ଦିଲ କା ଟେଲିଫୋନ୍ 2.0' ନନୂଆ ଭର୍ସନ ସହ ନିକଟରେ ରିଲିଜ ହୋଇଥିଲା। ବର୍ତ୍ତମାନ ଫିଲ୍ମର ଆଉ ଏକ ଗୀତ ନାଚ୍ ରିଲିଜ ହୋଇଛି । ଲୋକମାନେ ଏହି ନୂତନ ଗୀତକୁ ପସନ୍ଦ କରିବା ସହ 'ଆଉଟସାଣ୍ଡିଂ' ଟ୍ୟାଗ୍ ଦେଇଛନ୍ତି । ଏହି ଗୀତକୁ ନକସ ଅଜିଜ ଗାଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେୃଶନା ଦେଇଛନ୍ତି ତନିସ୍କ ବାଗଚି । ସାନ ୟାଦବ ଗୀତ ଲେଖିଛନ୍ତି । ଆୟୁଷ୍ମାନ ଖୁରାନା 25 ଅଗଷ୍ଟରେ ପୂଜା ଭାବେ ଲୋକଙ୍କୁ ମନୋରଞ୍ଜନ କରିବାକୁ ପୁଣି ପରଦାରେ ଫେରୁଛନ୍ତି । ଏନେଇ ବର୍ତ୍ତମାନ ଫିଲ୍ମର ସମସ୍ତ କାଷ୍ଟ ଫିଲ୍ମକୁ ପ୍ରମୋସନ କରିବାରେ ବ୍ୟସ୍ତ ଅଛନ୍ତି ।

ସୂଚନା ଥାଉ କି, ଏହି ଚଳଚ୍ଚିତ୍ରଟି 2019 ସୁପରହିଟ୍ ଫିଲ୍ମ 'ଡ୍ରିମ୍ ଗାର୍ଲ'ର ଏକ ସିକ୍ୱେଲ୍, ଯେଉଁଥିରେ କରିମ୍ ନାମକ ଜଣେ ଯୁବକ ଝିଅର ସ୍ୱରରେ କଥା ହୋଇ ଲୋକଙ୍କୁ ବୋକା ବନାଇଥାଏ । ତେବେ ପୂର୍ବରୁ ଫିଲ୍ମରେ ନୁସରତଙ୍କ ସମେତ ଅନ୍ନୁ କପୁର, ବିଜୟ ରାଜ ଏବଂ ଅଭିଷେକ ବାନାର୍ଜୀ ନିଜ ହାସ୍ୟ ଅଭିନୟରେ ଲୋକଙ୍କୁ ହସାଇଥିଲେ । ଏଥର ପୁଣି ଅନ୍ନୁ କପୁର, ବିଜୟ ରାଜ, ପରେଶ ରାୱଲ ଏବଂ ରାଜପାଲ ଯାଦବ ମଧ୍ୟ ଦର୍ଶକଙ୍କୁ ହସାଇବାକୁ ଯାଉଛନ୍ତି ।

ହା ମଧ୍ୟ ପଢନ୍ତୁ: ନୂଆ ଭର୍ସନ ସହ 'ଡ୍ରିମ୍‌ ଗାର୍ଲ 2' ର ପ୍ରଥମ ଗୀତ ରିଲିଜ

ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଏକତା କପୁର ଏବଂ ତାଙ୍କ ମାତା ଶୋଭା କପୁର । ରାଜ ଶାଣ୍ଡିଲ୍ୟ ଫିଲ୍ମ ଡ୍ରିମ ଗାର୍ଲ-2ର ନିର୍ଦ୍ଦେଶନା ଦେଇଛନ୍ତି । ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ବ୍ୟତୀତ ଡ୍ରିମ୍ ଗାର୍ଲ ୨ ମଧ୍ୟ ଅଭିଷେକ ବାନାର୍ଜୀ, ପରେଶ ରାୱଲ, ବିଜୟ ରାଜ, ମଞ୍ଜୋତ୍ ସିଂ, ରାଜପାଲ ଯାଦବ, ସୀମା ପହୱା, ମନୋଜ ଯୋଶୀ, ଅନ୍ନୁ କପୁର ଏବଂ ଅସରାନୀଙ୍କ ଅଭିନୀତ ଅଭିନୟ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.