ETV Bharat / entertainment

ପାସୁରୀ ଗୀତକୁ ନେଇ ରାଗିଲେ ଶୋଏବ ଅଖତର, କହିଲେ ଏମିତି

author img

By

Published : Jun 29, 2023, 10:22 AM IST

କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଆଗାମୀ ଫିଲ୍ମ 'ସତ୍ୟପ୍ରେମ କି କଥା'ର ପାସୁରୀ ଗୀତ ରିଲିଜ ହୋଇଛି । ଗୀତ ରିଲିଜ ହେବା ପରେ ବିବାଦକୁ ଆସିଛି । ଏହାରି ମଧ୍ୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ଗୀତକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । କଣ କହିଛନ୍ତି ଜାଣନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଆଗାମୀ ଫିଲ୍ମ 'ସତ୍ୟପ୍ରେମ କି କଥା'କୁ ନେଇ ଶିରୋନାମାରେ ରହିଛନ୍ତି । ନିକଟରେ ଫିଲ୍ମର ଗୀତ 'ପାସୁରୀ' ରିଲିଜ ହୋଇଥିଲା । ଯାହାକି 2022 ସୁପରହିଟ୍ ଗୀତ ପାସୁରୀର ରିମେକ୍ ଅଟେ । 'ପାସୁରୀ' ରିଲିଜ୍ ହେବା ଦିନ ଠାରୁ ଉଭୟ ଗୀତ ଏବଂ ନିର୍ମାତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମୂଳ ଗୀତକୁ ପସନ୍ଦ କରୁଥିବା ଲୋକମାନେ ସୋସିଆଲ ମିଡିଆରେ ଅରିଜିତ ସିଂଙ୍କ ପାସୁରୀ ନୁଙ୍କୁ କ୍ରମାଗତ ଭାବରେ ଟ୍ରୋଲ କରୁଛନ୍ତି । ଏହାରି ମଧ୍ୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ମଧ୍ୟ ପାସୁରୀର ରିମେକ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ।

  • Aye ki pasoori paayi ay.

    — Shoaib Akhtar (@shoaib100mph) June 27, 2023 " class="align-text-top noRightClick twitterSection" data=" ">

ପାସୁରୀର ମୂଳ ଗୀତକୁ ପାକିସ୍ତାନୀ ଗାୟକ ଅଲି ସେଠୀ ଏବଂ ସେ ଗିଲ ଗାଇଛନ୍ତି । ଏହି ସମୟରେ କୋକ୍ ଷ୍ଟୁଡିଓ ଏହାକୁ ଉପସ୍ଥାପନ କରିଛି । ଏପଟେ ପାସୁରୀର ରିମେକ୍ ଉପରେ ପାକିସ୍ତାନରୁ କ୍ରମାଗତ ପ୍ରତିକ୍ରିୟା ଆସୁଛି । ବର୍ତ୍ତମାନ ଶୋଏବ ଅଖତର ଟ୍ୱିଟରରେ ଗୀତକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି, “ଆଏ କୀ ପାସୁରି ପାୟେ ଆଏ'' (ଏହାର ଅର୍ଥ ପାସୁରୀ ନେଇ ଏ କେମିତି କା ଗୀତ ହୋଇଛି )। ଏହି ପ୍ରତିକ୍ରିୟା ବେଶ ଭାଇରାଲ ହେଉଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 6000 ଲୋକ କ୍ରିକେଟରଙ୍କ ପୋଷ୍ଟକୁ ପସନ୍ଦ କରିଛନ୍ତି । ଏହାକୁ ନେଇ ୟୁର୍ଜସ ନିଜ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଲେଖିଛନ୍ତି, ଏପରି ଏକ ସୁନ୍ଦର ଗୀତକୁ ନଷ୍ଟ କରିଦେଇଛନ୍ତି । ଟି-ସିରିଜ ବଲିଉଡର ସମସ୍ତ ହିଟ୍ ଗୀତ ନଷ୍ଟ କରିବା ପରେ ବର୍ତ୍ତମାନ ତୁମ ପରେ ପଡିଯାଇଛି । ଆଉ ଜଣେ ଲେଖିଛନ୍ତି, ସବୁବେଳ ପରି ପାକିସ୍ତାନ ମ୍ୟୁଜିକକୁ ଚୋରି କରାଯାଉଛି ।

  • Wait a second I wish they had titled it as a“Pakistani Hit”coz “Global Hit” is very smartly placed to avoid the origins of the iconic song which is #madeinpakistan
    Ps : No cross border hatred, Ive grown up on indian songs and i hate when they ruin their own classics off late. https://t.co/1RQvTKT3jy

    — Amar khan (@iamamarkhan) June 25, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: କାର୍ତ୍ତିକ-କିଆରାଙ୍କ ଫିଲ୍ମ 'ସତ୍ୟପ୍ରେମ କି କଥା'ର ଟ୍ରେଲର ରିଲିଜ

ସୂଚନା ଥାଉ କି, ପାସୁରୀ ଗୀତକୁ ବଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ଅର୍ଜିତ ସିଂ କଣ୍ଠଦାନ କରିଥିବା ବେଳେ ମହିଳା ସ୍ବର ଦେଇଛନ୍ତି ତୁଲସୀ କୁମାର । ଗତ ସୋମବାର ଦିନ ଅର୍ଥାତ ଜୁନ 26ରେ ନିର୍ମାତା କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମରୁ ନିର୍ମିତ ଗୀତ ପାସୁରିକୁ ରିଲିଜ କରିଥିଲେ । ପାକିସ୍ତାନ ଗୀତର ରିମେକ ହୋଇଥିବାରୁ ଅନେକ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ନାପସନ୍ଦ କରୁଛନ୍ତି।

ଫିଲ୍ମ କେବେ ରିଲିଜ ହେବ?

'ସତ୍ୟପ୍ରେମ କି କଥା' ଜୁନ୍ 29 ରେ ଅର୍ଥାତ ଆଜି ରିଲିଜ ହେବ । ସମୀର ବିଦ୍ବାନ୍ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ନିର୍ମାତା ହେଉଛନ୍ତି ସାଜିଦ ନାଦିଆୱାଲା । ପୂର୍ବରୁ କାର୍ତ୍ତିକ ଏବଂ କିଆରାଙ୍କ ଯୋଡି ଫିଲ୍ମ ଭୁଲାୟା 2ରେ ଦେଖିବାକୁ ମିଳିଥିଲା ​। ବର୍ତ୍ତମାନ ଏହି ଫିଲ୍ମ ଜରିଆରେ କାର୍ତ୍ତିକ କିଆରାଙ୍କୁ ଦ୍ୱିତୀୟ ଥର ପାଇଁ ବଡ ପରଦାରେ ଏକାଠି ନଜର ଆସିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.