ETV Bharat / entertainment

Atlee Kumar B’day: 37 ବର୍ଷ ବୟସରେ ପାଦ ଥାପିଲେ ଅଟଲି, ସୁପରହିଟ୍‌ ଫିଲ୍ମ ନିର୍ମାଣରେ ଓସ୍ତାଦ - ଅଟଲି କୁମାର ପତ୍ନୀ କୃଷ୍ଣା ପ୍ରିୟା

ଦକ୍ଷିଣ ସିନେମାର ଭେଟେରାନ୍ ଚଳଚ୍ଚିତ୍ର ନିର୍ମାତା ଅଟଲି କୁମାରଙ୍କ ଆଜି ଜନ୍ମଦିନ । 37 ବର୍ଷ ବୟସରେ ପାଦ ଥାପିଛନ୍ତି ଅଟଲି । ଜନ୍ମଦିନ ଅବସରରେ ଆମେ ତାଙ୍କ ସମ୍ପର୍କରେ ଜାଣିବା କିଛି ରୋଚକ କଥା । ଅଧିକ ପଢ଼ନ୍ତୁ

ଅଟଲି କୁମାର ଜନ୍ମଦିନ
ଅଟଲି କୁମାର ଜନ୍ମଦିନ
author img

By ETV Bharat Odisha Team

Published : Sep 21, 2023, 11:29 AM IST

ହାଇଦ୍ରାବାଦ: ଦକ୍ଷିଣ ସିନେମାର ଭେଟେରାନ୍ ଚଳଚ୍ଚିତ୍ର ନିର୍ମାତା ଅଟଲି କୁମାର । ଆଜି ଅଟଲି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । 21 ସେପ୍ଟେମ୍ବର 1986 ରେ ତାମିଲନାଡୁର ମଦୁରାଇରେ ଜନ୍ମଗ୍ରହଣ କରିଥିବା ଅଟଲିଙ୍କର ପ୍ରକୃତ ନାମ ହେଉଛି ଅରୁଣ କୁମାର । 2013ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର 'ରାଜା ରାନୀ' ସହିତ ଅଟଲି ତାଙ୍କର ନିର୍ଦ୍ଦେଶନା କ୍ୟାରିଅର ଆରମ୍ଭ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରୁ ବେଶ୍ ପ୍ରସିଦ୍ଧ ହୋଇଥିଲେ । ଏହି ରୋମାଣ୍ଟିକ୍ କମେଡି ଫିଲ୍ମରେ ନୟନତାରା ଏବଂ ଆର୍ଯ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ତାଙ୍କର ଉତ୍କୃଷ୍ଟ ଚଳଚ୍ଚିତ୍ର ପାଇଁ ଅଟଲିଙ୍କୁ ବିଜୟ ପୁରସ୍କାର ପ୍ରଦାନ କରାଯାଇଥିଲା । ନିର୍ଦ୍ଦେଶନା ଦିଗରେ କ୍ୟାରିୟର କରିବା ପୂର୍ବରୁ ସେ ପ୍ରସିଦ୍ଧ ନିର୍ଦ୍ଦେଶକ ଏସ ଶଙ୍କରଙ୍କ ସହିତ ପାଞ୍ଚ ବର୍ଷ କାମ କରିଥିଲେ। ସେ ନିଜର ପ୍ରଡକ୍ସନ୍ ହାଉସ୍ ଆପଲ୍ ପ୍ରଡକ୍ସନ୍ସ ଆରମ୍ଭ କରିଥିଲେ ଏବଂ ଫକ୍ସ ଷ୍ଟାର ଷ୍ଟୁଡିଓ ସହିତ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ସାଙ୍ଗିଲି ବଙ୍ଗିଲି କଧବା ଥୋରାଏ' କରିଥିଲେ ।

ପ୍ରଥମ ଚଳଚ୍ଚିତ୍ରର ହିଟ୍ ହେବା ପରେ ଅଟଲି ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବଡ଼ ତାରକା ବିଜୟଙ୍କ ସହିତ ଫିଲ୍ମ 'ଥେରି'ରେ କାମ କରିଥିଲେ। ବିଜୟଙ୍କ ବ୍ୟତୀତ ସାମନ୍ଥା ଏବଂ ଜ୍ୟାକସନ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବକ୍ସ ଅଫିସ୍‌ରେ ଭଲ କଲେକ୍ସନ କରିଥିଲା ​​। ଏହା ପରେ ସେ 'ମେରାସଲ୍' ସହିତ ଅନେକ ଉତ୍କୃଷ୍ଟ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Atlee Kumar: ଜବାନ ନିର୍ଦ୍ଦେଶକ ଅଟଲିଙ୍କ ହାଇ ଡିମାଣ୍ଡ, ପ୍ରତି ଫିଲ୍ମକୁ ଚାର୍ଜ କରନ୍ତି ଏତିକି କୋଟି

ସୁପରଷ୍ଟାର ଶାହାରୁଖଙ୍କ ଫିଲ୍ମ 'ଜବାନ' ସହିତ ଅଟଲି ବଲିଉଡରେ ପ୍ରବେଶ କରିଛନ୍ତି। ଅଟଲିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ନୟନତାରା ଏବଂ ବିଜୟ ସେଥୁପତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ନିର୍ଦ୍ଦେଶକ ଭାବେ ଏହା ତାଙ୍କର ଷଷ୍ଠ ଚଳଚ୍ଚିତ୍ର । ସେପ୍ଟେମ୍ବର 7ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ କଲେକ୍ସନ୍‌ ରେକର୍ଡ ଭାଙ୍ଗୁଛି । 'ଜବାନ୍' ବର୍ତ୍ତମାନ ପର୍ଯ୍ୟନ୍ତ ବକ୍ସ ଅଫିସରେ 507.88 କୋଟି ଟଙ୍କା ଆୟ କରିଛି ।

ନିର୍ଦ୍ଦେଶକଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଅଟଲି 2014ରେ ଅଭିନେତ୍ରୀ କୃଷ୍ଣା ପ୍ରିୟାଙ୍କୁ ବିବାହ କରିଥିଲେ । ପ୍ରାୟ 8 ବର୍ଷ ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ବିବାହ କରିଥିଲେ । ପ୍ରିୟା ଜଣେ ଜଣାଶୁଣା ଟିଭି ଅଭିନେତ୍ରୀ ଏବଂ ଅନେକ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.