ETV Bharat / entertainment

ମଦ ବ୍ୟବସାୟ କରିବେ ଆର୍ଯ୍ୟନ ଖାନ୍‌ ? ପ୍ରିମିୟମ ଭୋଡକା କରିବେ ଲଞ୍ଚ !

author img

By

Published : Dec 13, 2022, 12:34 PM IST

Aryan Khan In Liquor Business, ମଦ ବ୍ୟବସାୟ କରିବେ ଆର୍ଯ୍ୟନ ଖାନ୍‌ । ଏଥିପାଇଁ ସେ ଭାରତରେ ଏକ ଭୋଡକା ବ୍ରାଣ୍ଡ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି । ଅଧିକ ପଢନ୍ତୁ

ମଦ ବ୍ୟବସାୟ କରିବେ ଆର୍ଯ୍ୟନ ଖାନ୍‌ ? ପ୍ରିମିୟମ ଭୋଡକା କରିବେ ଲଞ୍ଚ

ହାଇଦ୍ରାବାଦ: ବଲିଉଡରେ ଖୁବଶୀଘ୍ର ଏଣ୍ଟ୍ରି କରିବେ କିଙ୍ଗ ଖାନ୍ ଶାହରୁଖଙ୍କ ଲାଡଲା ପୁଅ ଆର୍ଯ୍ୟନ ଖାନ । କିଛିଦିନରୁ ଏହି ଖବରକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଏବେ ଆର୍ଯ୍ୟନ ଖାନ୍‌ଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଏଣିକି ମଦ ବ୍ୟବସାୟ କରିବେ ଆର୍ଯ୍ୟନ ଖାନ୍‌ (Aryan Khan In Liquor Business)। ଏଥିପାଇଁ ଆର୍ଯ୍ୟନ୍ ଖାନ୍ ଏକ ମଦ କମ୍ପାନୀ ସହିତ ହାତ ମିଳାଇଥିବା ଆଲୋଚନା ହେଉଛି । 2023 ମସିହା ସୁଦ୍ଧା ଆର୍ଯ୍ୟନ୍ ଖାନ୍ ତାଙ୍କର 2 ସହଯୋଗୀଙ୍କ ସହ ଭାରତରେ ପ୍ରିମିୟମ୍ ବିଦେଶୀ ଭୋଡକା ବିକ୍ରି କରୁଥିବା ଦେଖିବାକୁ ମିଳିବ।

ଭାରତରେ ଲଞ୍ଚ ହେବ ଭୋଡକା ବ୍ରାଣ୍ଡ ?

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 25 ବର୍ଷୀୟ ଆର୍ଯ୍ୟନ୍ ଖାନ୍ ବର୍ତ୍ତମାନ ଭାରତରେ ଏକ ପ୍ରିମିୟମ୍ ଭୋଡକା ବ୍ରାଣ୍ଡ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି । ସେ ତାଙ୍କର ବ୍ୟବସାୟ ସହଭାଗୀମାନଙ୍କ ସହିତ ଏହି କାର୍ଯ୍ୟ କରିବାକୁ ଯାଉଛନ୍ତି । ଏଥିପାଇଁ ଆର୍ଯ୍ୟନ୍ ଖାନ୍ ଏବଂ ତାଙ୍କ ସହଯୋଗୀମାନେ ବିଶ୍ୱର ସର୍ବବୃହତ ମଦ ଉତ୍ପାଦନକାରୀ କମ୍ପାନୀ ସହିତ ହାତ ମିଳାଇଛନ୍ତି । ଏହି କମ୍ପାନୀ ଭାରତରେ ଏହାର ପ୍ରିମିୟମ କ୍ବାଲିଟି ମଦ ବିକ୍ରି କରିବ ।

ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଆର୍ଯ୍ୟନ୍ ଖାନ୍ ଏବଂ ତାଙ୍କର ଦୁଇ ସହଯୋଗୀ (ବଣ୍ଟି ସଜଦେହ ଏବଂ ଲେତି ବ୍ଲାଗେୟୋବା) ଏହି ଯୋଜନାରେ ଏକାଠି କାମ କରୁଛନ୍ତି। ଏଥିପାଇଁ ସେମାନେ ଏକ କମ୍ପାନୀ ମଧ୍ୟ ଖୋଲିଛନ୍ତି, ୟାହାର ନାଁ ସ୍ଲାବ ଭେଞ୍ଚର୍ସ, ଯାହାର Anheuser-Busch InBev (AB InBev) ସହିତ ସହଭାଗିତା ରହିଛି । ଆର୍ଯ୍ୟନ୍ ଖାନ୍ ଏବଂ ତାଙ୍କର ବ୍ୟବସାୟିକ ସହଯୋଗୀମାନେ ବନ୍ଧୁ ଅଟନ୍ତି । ସମସ୍ତ ତିନିଜଣ 2018ରେ ଜର୍ମାନୀରେ ସାକ୍ଷାତ ହୋଇଥିଲେ । ସେତେବେଳେ ତିନିଜଣ ଭାରତରେ ବିଳାସପୂର୍ଣ୍ଣ ଉତ୍ପାଦ ଏବଂ ସେବା ଆରମ୍ଭ କରିବା ବିଷୟରେ ଆଲୋଚନା କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ନୂଆ ମଦ ବ୍ୟବସାୟ ଉପରେ ଏକ ସାକ୍ଷାତକାରରେ ଆର୍ଯ୍ୟନ୍ କହିଛନ୍ତି, "ଆମେ ଭାବୁଥିଲୁ ବର୍ତ୍ତମାନ ଏଥିରେ କିଛି ନାହିଁ, କିନ୍ତୁ ଏହା ମୋ ପାଇଁ ଏକ ସୁଯୋଗ ଭଳି ।"

ଏହା ବି ପଢନ୍ତୁ: ବଲିଉଡରେ ଆର୍ଯ୍ୟନ୍ ଖାନଙ୍କ ଏଣ୍ଟ୍ରି, ସାମ୍ନାକୁ ଆସିଲା ପ୍ରଥମ ପ୍ରୋଜେକ୍ଟର ଝଲକ

ବଲିଉଡରେ ମଧ୍ୟ କାମ କରିବେ ଆର୍ଯ୍ୟନ୍‌

ଏହାପୂର୍ବରୁ ଆର୍ଯ୍ୟନ୍ ଖାନ୍ ଏକ ସ୍କ୍ରିପ୍ଟ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ବଲିଉଡକୁ ଆସିବା ଖବରକୁ ସବୁଜ ସଙ୍କେତ ଦେଇଥିଲେ । ଏହି ପୋଷ୍ଟକୁ ସେୟାର କରି ଆର୍ଯ୍ୟନ୍ କ୍ୟାପସନରେ ଲେଖିଥିଲେ, 'ରାଇଟିଂ ସମ୍ପୂର୍ଣ୍ଣ ହୋଇଛି … ଆକ୍ସନ କହିବା ବାକି ଅଛି ।' ତାଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଥିଲା ଯେ, ସେ ଏକ ଆକ୍ସନ୍ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିବେ । ଏଥିସହ ତାଙ୍କ ପିତା ଶାହରୁଖ ଖାନ ମଧ୍ୟ ଆର୍ଯ୍ୟନ ଖାନଙ୍କ ପୋଷ୍ଟ ଉପରେ କମେଣ୍ଟ ଦେଇଥିଲେ । ଏହାଛଡା ଗୌରୀ ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ ଦେଇଥିଲେ । ଏହାଛଡା ଆର୍ଯ୍ୟନଙ୍କ ପୋଷ୍ଟରେ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, ସନାୟା କପୁର, ତାଲା ଶର୍ମା, ସିକନ୍ଦର ଖେର, ମନୀଷ ମଲହୋତ୍ରା ପ୍ରମୁଖ କମେଣ୍ଟ କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.