ETV Bharat / entertainment

Arshad Warsi @54: ଘର ଘର ବୁଲି ବିକ୍ରି କରୁଥିଲେ କସ୍‌ମେଟିକ୍‌ ପ୍ରଡକ୍ଟସ୍‌, ଆଜି କରୁଛନ୍ତି ବଲିଉଡରେ ରାଜ୍‌

author img

By

Published : Apr 19, 2022, 11:41 AM IST

ବଲିଉଡର ଜଣାଶୁଣା ଅଭିନେତା ଅର୍ଶଦ ୱାର୍ସି ପ୍ରତିବର୍ଷ ଏପ୍ରିଲ 19ରେ ତାଙ୍କ ଜନ୍ମଦିନ ପାଳନ କରନ୍ତି । 1968 ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଅର୍ଶଦ ୱାର୍ସି ଆଜି ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ତେବେ ଏହି ସ୍ଥାନରେ ପହଞ୍ଚିବା ପାଇଁ ଅଭିନେତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା । ଅଧିକ ପଢନ୍ତୁ

ଘର ଘର ବୁଲି ବିକ୍ରି କରୁଥିଲେ କସ୍‌ମେଟିକ୍‌ ପ୍ରଡକ୍ଟସ୍‌, ଆଜି କରୁଛନ୍ତି ବଲିଉଡରେ ରାଜ୍‌

ହାଇଦ୍ରାବାଦ: ବଲିଉଡର ଜଣାଶୁଣା ଅଭିନେତା ଅର୍ଶଦ ୱାର୍ସିଙ୍କ ଜୀବନ ଏତେ ସହଜ ନଥିଲା । ବଡ ପରଦାରେ ସବୁବେଳେ ହସୁଥିବା ଅଭିନେତା ଅର୍ଶଦ ୱାର୍ସିଙ୍କ ଜୀବନ ଦିନେ ସଂଘର୍ଷରେ ପରିପୂର୍ଣ୍ଣ ଥିଲା । 1968 ଏପ୍ରିଲ 19ରେ ମୁମ୍ବାଇର ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିବା ଅର୍ଶଦ ୱାର୍ସି ଖୁବ୍‌ କମ୍‌ ବୟସରେ ପିତା-ମାତାଙ୍କୁ ବି ହରାଇଥିଲେ । ସେବେଠାରୁ ତାଙ୍କୁ ତାଙ୍କ ଜୀବନରେ ଅନେକ ଜିନିଷର ସାମ୍ନା କରିବାକୁ ପଡିଲା ।

ଅଭିନେତା ଅର୍ଶଦ ୱାର୍ସିଙ୍କ ପିତା-ମାତାଙ୍କ ଦେହାନ୍ତ ପରେ ସେ ବୋର୍ଡିଂ ସ୍କୁଲରେ ତାଙ୍କର ପାଠପଢା ଶେଷ କରିଥିଲେ । କହିବାକୁ ଗଲେ ଅଳ୍ପ ବୟସରେ ଅନାଥ ହୋଇଯାଇଲେ ଅର୍ଶଦ, ତାଙ୍କ ପିତା କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ, ତାଙ୍କ ମାଆ ମଧ୍ୟ 2 ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଥିଲେ । ଟଙ୍କା ଅଭାବରୁ ଅର୍ଶଦ ୱାର୍ସିଙ୍କୁ ସ୍କୁଲ ଛାଡିବାକୁ କୁହାଯାଇଥିଲା।

ଅଭିନେତା ଅର୍ଶଦ ୱାର୍ସି
ଅଭିନେତା ଅର୍ଶଦ ୱାର୍ସି

ସଂଘର୍ଷର କାହାଣୀ

17 ବର୍ଷ ବୟସରେ, ଅର୍ଶଦ ତାଙ୍କର ମୌଳିକ ଆବଶ୍ୟକତା ପୂରଣ ପାଇଁ କସ୍‌ମେଟିକ୍‌ ପ୍ରଡକ୍ଟସ୍‌ ବିକ୍ରି କରିବା ଆରମ୍ଭ କଲେ । ଧିରେ ଧିରେ ତାଙ୍କର ନୃତ୍ୟ ପ୍ରତି ଆଗ୍ରହ ବଢିଥିଲା ଏବଂ ପରେ ଏକ ଡ୍ୟାନ୍ସ ଗ୍ରୁପ୍‌ରେ ଯୋଗ ଦେଇଥିଲେ । 1987ରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ଠିକାନା ଏବଂ କାଶ୍ ପାଇଁ କୋରିଓଗ୍ରାଫର୍ ଭାବରେ ନିଯୁକ୍ତ ହୋଇଥିଲେ । 1992ରେ ଅର୍ଶଦ ଲଣ୍ଡନରେ ୱାର୍ଲ୍ଡ ଡ୍ୟାନ୍ସ ଚାମ୍ପିଅନସିପ୍ ଶେଷ କରିଥିଲେ ଏବଂ ଏହା ସହିତ ଏକ ଡ୍ୟାନ୍ସ ଗ୍ରୁପ୍ ବନାଇବା ସହିତ ନିଜର ଏକ ନୃତ୍ୟ ଏକାଡେମୀ ଆରମ୍ଭ କରିଥିଲେ ।

ଅଭିନୟ ଯାତ୍ରା

ଅଭିନେତା ଅର୍ଶଦ ୱାର୍ସି
ଅଭିନେତା ଅର୍ଶଦ ୱାର୍ସି

ଉଲ୍ଲେଖନୀୟ ଯେ, ଅର୍ଶଦ ମୁମ୍ବାଇରେ 'ଓସମ' ନାମକ ଏକ ଡ୍ୟାନ୍ସ ଷ୍ଟୁଡିଓ ଆରମ୍ଭ କରିଥିଲେ । 1993 ମସିହାରେ, ସତୀଶ କୌଶିକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଏକ ଗୀତ ପାଇଁ ଅର୍ଶଦ କୋରିଓଗ୍ରାଫ୍ କରିଥିଲେ । ଯଦିଓ ଅଭିନେତା ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି, ଅର୍ଶଦ ୱାର୍ସି 2003 ଚଳଚ୍ଚିତ୍ର 'ମୁନ୍ନା ଭାଇ ଏମବିବିଏସ୍'ରେ ସର୍କିଟ୍ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ ।

ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କ ଚରିତ୍ରକୁ ବହୁତ ପସନ୍ଦ କରାଯାଇଥିଲା । ଏହା ପରେ ସେ ଅନେକ ହିଟ୍ ଚଳଚ୍ଚିତ୍ର ଦେଇଥିଲେ ଯେପରିକି, 'ଗୋଲମାଲ୍ ସିରିଜ୍', 'ଧମାଲ'ରେ ଅଭିନେତା କାମ କରିବାର ସୁଯୋଗ ପାଇଥିଲେ, ଯେଉଁଥିରେ ତାଙ୍କ ଅଭିନୟକୁ ଖୁବ୍‌ ପସନ୍ଦ କରାଯାଇଥିଲା । ଏହା ସହିତ କମେଡି ଚଳଚ୍ଚିତ୍ରରେ ମଧ୍ୟ ଅର୍ଶଦ ଏକ ଖାସ ପରିଚୟ ସୃଷ୍ଟି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.