ETV Bharat / entertainment

ଅଭିନେତ୍ରୀ ଅମିଷା ପଟେଲଙ୍କ ନାଁରେ ୱାରେଣ୍ଟ

author img

By

Published : Jul 21, 2022, 7:35 AM IST

ଅଡୁଆରେ ବଲିଉଡ ଅଭିନେତ୍ରୀ ଅମିଷା ପଟେଲ । ମୁରାଦାବାଦ ଏକ ଅଦାଲତ ଅମିଷାଙ୍କ ନାଁରେ ୱାରେଣ୍ଟ ଜାରି କରିଛନ୍ତି । ଅଧିକ ପଢନ୍ତୁ

ଅଭିନେତ୍ରୀ ଅମିଷା ପଟେଲଙ୍କ ନାଁରେ ୱାରେଣ୍ଟ
ଅଭିନେତ୍ରୀ ଅମିଷା ପଟେଲଙ୍କ ନାଁରେ ୱାରେଣ୍ଟ

ଲକ୍ଷ୍ନୌ: ଅଡୁଆରେ ବଲିଉଡ ଅଭିନେତ୍ରୀ ଅମିଷା ପଟେଲ । ମୁରାଦାବାଦ ଏକ ଅଦାଲତ ଅମିଷାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । କୋର୍ଟରେ ସଠିକ୍‌ ସମୟରେ ହାଜର ନହେବା ଯୋଗୁ ତାଙ୍କୁ ଏହି ୱାରେଣ୍ଟ ଜାରି କରାଯାଇଛି । ଆସନ୍ତା 20 ଅଗଷ୍ଟରେ କୋର୍ଟରେ ତାଙ୍କୁ ହାଜର ହେବାକୁ କୁହାଯାଇଛି । 2017 ଠକେଇ ମାମଲାରେ ଏକ ଇଭେଣ୍ଟ କମ୍ପାନୀ ତାଙ୍କ ନାମରେ ଅଭିଯୋଗ କରିଥିଲା ।

ସୂଚନାଅନୁସାରେ, ମୁରାଦାବାଦ ସ୍ଥିତ ଏକ ଇଭେଣ୍ଟ କମ୍ପାନୀ ଅମିଷା ପଟେଲ ଏବଂ ତାଙ୍କ ସହଯୋଗୀ ୧୧ ଲକ୍ଷ ଟଙ୍କା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ଅଭିଯୋଗ କରିଛନ୍ତି । ମୁରାଦାବାଦର ଡ୍ରିମ କମ୍ପାନୀ ନାମକ ଏକ ଇଭେଣ୍ଟ କମ୍ପାନୀ ଅଛି । 16 ନଭେମ୍ବର ୨୦୧୭ରେ ଏକ ପ୍ରୋଗ୍ରାମରେ ଯୋଗ ଦେବା ପାଇଁ ଅମିଷା ପଟେଲଙ୍କୁ ୧୧ ଲକ୍ଷ ଟଙ୍କା ଆଡଭାନ୍ସ ଦିଆଯାଇଥିଲା । ହେଲେ ଅମିଷା ପଟେଲ ମୁରାଦାବାଦ ଅଧିକ ଦୂର ହୋଇଯାଉଥିବା କହି ଆହୁରି ୨ ଲକ୍ଷ ଟଙ୍କା ମାଗିଥିଲେ । ଇଭେଣ୍ଟ କମ୍ପାନୀ ଅମିଷାଙ୍କୁ ଆଉ ୨ ଲକ୍ଷ ଟଙ୍କା ଦେବାକୁ ମନା କରିଦେଇଥିଲା। ଏହାପରେ ଅମିଷା କାର୍ଯ୍ୟକ୍ରମରେ ଦିଲ୍ଲୀ ଯାଏ ଆସି ଫେରିଯାଇଥିଲେ । ୧୧ ଲକ୍ଷ ଟଙ୍କା ନେଇ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ନଥିଲେ ।

ଘଟଣାକୁ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଅମିଷା ଏଯାଏଁ ଟଙ୍କା ଫେରସ୍ତ କରିନଥିବା ଅଭିଯୋଗ ହୋଇଛି । ଡ୍ରିମ୍ ଭିଜନ କମ୍ପାନୀର ମାଲିକ ପାବନ୍ ଭର୍ମାଙ୍କ ଅମିଷା ପଟେଲ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ । ଏହି ମାମଲାରେ ଆସନ୍ତା ଅଗଷ୍ଟ ୨୦ ତାରିଖରେ କୋର୍ଟରେ ହାଜର ହେବା ପାଇଁ ଅମିଷା ପଟେଲଙ୍କ ସମେତ ୪ ଜଣଙ୍କ ବିରୋଧରେ ମୁରାଦାବାଦ ଏସିଜେଏମ କୋର୍ଟ ଆରେଷ୍ଚ ୱାରେଣ୍ଟ ଜାରି କରିଛନ୍ତି । ଏହି ମାମଲାକୁ 2019 ସେପ୍ଟେମ୍ବର 12ରେ ହାଇକୋର୍ଟ ଶେଷ କରିବାକୁ ଆଦେଶ ଦେଇଥିଲେ । ଅମିଷାଙ୍କ ସହ ସୁରେଶ ପରମାର, ରାଜକୁମାର ଗୋସ୍ୱାମୀ, ଅହମ୍ମଦ ସରିଫଙ୍କ ନାମ ଅଭିଯୁକ୍ତ ତାଲିକାରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.