ETV Bharat / entertainment

ଅର୍ଜୁନ ରାମପାଲଙ୍କ ଘରେ କୁନି ଅତିଥି, ଗର୍ଲଫ୍ରେଣ୍ଡ ଜନ୍ମ ଦେଲେ ଶିଶୁ ପୁତ୍ର

author img

By

Published : Jul 21, 2023, 11:24 AM IST

ଅର୍ଜୁନ ରାମପାଲ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଦ୍ୱିତୀୟ ଥର ପାଇଁ ଏକ ଶିଶୁ ପୁତ୍ରର ପିତାମାତା ହୋଇଛନ୍ତି। ଏହି କପଲଙ୍କର ପୂର୍ବରୁ ଏକ ପୁଅ ଅଛି। ବର୍ତ୍ତମାନ ପୁଣି ବାପା ହେବା ନେଇ ଖୁସି ଖବର ଦେଇଛନ୍ତି ଅର୍ଜୁନ। ଅଧିକ ପଢନ୍ତୁ,

ଦ୍ବିତୀୟ ଥର ପାଇଁ ବାପା ହେଲେ ଅର୍ଜୁନ ରାମପାଲ, ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସ୍ ଜନ୍ମ ଦେଲେ ଶିଶୁପୁତ୍ର

ହାଇଦ୍ରାବାଦ: 50 ବର୍ଷ ବୟସରେ ବଲିଉଡ ଲୋକପ୍ରିୟ ଅଭିନେତା ଅର୍ଜୁନ ରାମପାଲ ଚତୁର୍ଥ ଥର ପାଇଁ ବାପା ହୋଇଛନ୍ତି । ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସ୍ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ପୂର୍ବରୁ ଏହି କପଲଙ୍କ ଏକ ପୁଅ ଅଛି । ଗୁରୁବାର ଦିନ ଏହି କପଲ ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି । ତେବେ ଅଭିନେତା ନିଜେ ଟ୍ୱିଟରରେ ପୋଷ୍ଟ କରି ପ୍ରଶଂସକ ଏବଂ ସାଙ୍ଗମାନଙ୍କୁ ଏହି ଖୁସି ଖବର ସେୟାର କରିଛନ୍ତି ।

  • My family and I were blessed with a beautiful baby boy today, Mother and son are both well. Filled with love and gratitude. ❤️ Thank you for all your love. #20.07.2023 #helloworld pic.twitter.com/i4aEZqwLrf

    — arjun rampal (@rampalarjun) July 20, 2023 " class="align-text-top noRightClick twitterSection" data=" ">

ଟ୍ୱିଟରେ ଦ୍ୱିତୀୟ ଥର ପାଇଁ ପିତା ହେବାର ଖୁସି ଖବର ସେୟାର କରି ଅର୍ଜୁନ ରାମପାଲ ଲେଖିଛନ୍ତି, "ମୋର ପରିବାର ଏବଂ ମୁଁ ଆଜି ଏକ ସୁନ୍ଦର ଶିଶୁପୁତ୍ର ସହ ଆଶୀର୍ବାଦ ପ୍ରାପ୍ତ କରିଛୁ । ଉଭୟ ମା' ଏବଂ ପୁଅ ଭଲ ଅଛନ୍ତି । ଆପଣଙ୍କର ସମସ୍ତ ଭଲପାଇବା ପାଇଁ ଧନ୍ୟବାଦ, 20.07.2023 ହେଲୋ ୱାର୍ଲ୍ଡ ।" ଏହି ଖୁସି ଖବର ଜାଣିବା ପରେ, ସମସ୍ତ ସେଲିବ୍ରେଟିମାନେ ଏବଂ ପ୍ରଶଂସକମାନେ ଅଭିନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନା ଥାଉ କି, ଅର୍ଜୁନ ରାମପାଲ ଏବଂ ଗାବ୍ରିଏଲା ଦୀର୍ଘ ସମୟ ଧରି ଏକ ସଂପର୍କରେ ଅଛନ୍ତି । ଉଭୟ ଏ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ଗାବ୍ରିଏଲା ଜଣେ ଦକ୍ଷିଣ ଆଫ୍ରିକାର ମଡେଲ୍ ଅଟନ୍ତି । ଉଭୟ 2018 ରେ ଜଣେ ବନ୍ଧୁଙ୍କ ଜରିଆରେ ଭେଟିଥିଲେ । କିଛି ମାସ ପରେ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କଲେ । 2019 ମସିହାରେ ପୁଅ ଏରିକ୍ ରାମପାଲଙ୍କୁ ଗାବ୍ରିଏଲା ଜନ୍ମ ଦେଇଥିଲେ । ସେପଟେ ଅର୍ଜୁନ ରାମପାଲଙ୍କ ପୂର୍ବତନ ପତ୍ନୀ ମେହେର ଜେସିୟାଙ୍କର ମଧ୍ୟ ଦୁଇଟି ଝିଅ ଅଛନ୍ତି । ମାହିକା ରାମପାଲ ଏବଂ ମିରା ରାମପାଲ । 2019 ରେ ଅର୍ଜୁନ ଏବଂ ମେହେରଙ୍କ ଛାଡପତ୍ର ହୋଇଥିଲା । ୨୦ ବର୍ଷର ବିବାହ ଭାଙ୍ଗି ତାଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ଅର୍ଜୁନ ।

ଏହା ମଧ୍ୟ ପଢନ୍ତୁ: ପ୍ରଥମଥର ପୁଅର ଫଟୋ ସେୟାର କଲେ ଅର୍ଜୁନ ରାମପାଲ

ଅର୍ଜୁନ ରାମପାଲଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଅର୍ଜୁନଙ୍କୁ ବଲିଉଡ କ୍ବିନ କଙ୍ଗନା ରାଣାୱତଙ୍କ ବିପକ୍ଷରେ ଆକ୍ସନ୍ ଫିଲ୍ମ ଧାକଡରେ ଦେଖିବାକୁ ମିଳିଥିଲା ​​। କିନ୍ତୁ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଖୁବ୍ ଶୀଘ୍ର ତାଙ୍କୁ ଅଭିନେତା ବବି ଦେଓଲଙ୍କ ବିପକ୍ଷରେ ଅବ୍ବାସ ମୁସ୍ତାନଙ୍କ ଆଗାମୀ ଚଳଚ୍ଚିତ୍ର 'ପେଣ୍ଟହାଉସ୍'ରେ ନଜର ଆସିବେ । ଏହା ବ୍ୟତୀତ ଅର୍ଜୁନଙ୍କୁ କ୍ରୀଡ଼ା ଆକ୍ସନ୍ ଫିଲ୍ମ କ୍ରୈକରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ଏବଂ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.