ETV Bharat / entertainment

ଶୌରାଙ୍କୁ ଏମିତି ବିବାହ ପ୍ରସ୍ତାବ ଦେଇଥିଲେ ଅର୍‌ବାଜ୍‌ - ଅରବାଜ ଖାନ ଶୌରା ଖାନ

Arbaaz Propose Sshura: ଡିସେମ୍ବର ୨୪, ୨ ୦୨୩ରେ ଅରବାଜ ଖାନ ଶୌରା ଖାନଙ୍କୁ ବିବାହ କରିଛନ୍ତି । ତେବେ ବିବାହର ୫ ଦିନ ପୂର୍ବରୁ ଅର୍‌ବାଜ ଶୌରାଙ୍କୁ କରିଥିଲେ ପ୍ରୋପୋଜ୍‌ । ଭିଡିଓ ସେୟାର କରି ଝଲକ ଦେଖାଇଛନ୍ତି ଶୌରା । ଦେଖନ୍ତୁ ଭିଡିଓ

ଶୌରାଙ୍କୁ ଏମିତି ବିବାହ ପ୍ରସ୍ତାବ ଦେଇଥିଲେ ଅରବାଜ

author img

By ETV Bharat Odisha Team

Published : Dec 31, 2023, 5:51 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ତଥା ନିର୍ମାତା ଅର୍‌ବାଜ ଖାନ ପ୍ରଥମ ପତ୍ନୀ ମଲାଇକା ଆରୋରାଙ୍କୁ ଛାଡ଼ପତ୍ର ଦେବାର ୬ ବର୍ଷ ପରେ ଦ୍ବିତୀୟ ବିବାହ କରିଛନ୍ତି । ଅରବାଜ ଡିସେମ୍ବର ୨୪, ୨ ୦୨୩ରେ ମେକଅପ ଆର୍ଟିଷ୍ଟ ତଥା ନିଜ ଗାର୍ଲଫ୍ରେଣ୍ଡ ଶୌରା ଖାନଙ୍କୁ ବିବାହ କରିଛନ୍ତି । ତେବେ ବିବାହର ୫ ଦିନ ପୂର୍ବରୁ ଶୌରାଙ୍କୁ ମ୍ୟାରେଜ ପ୍ରସ୍ତାବ ଦେଇଥିଲେ ଅରବାଜ । ଯାହାର ଭିଡିଓ ସେୟାର କରି ଝଲକ ଦେଖାଇଛନ୍ତି ଶୌରା ।

ଶୌରା ନିଜ ଇନ୍‌ଷ୍ଟାଗ୍ରାମରେ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଅର୍‌ବାଜ ଆଣ୍ଠୁ ମାଡ଼ି ବସି ତାଙ୍କୁ ରିଙ୍ଗ ଏବଂ ଫୁଷ୍ପଗୁଚ୍ଛ ଦେଇ ବିବାହ ପ୍ରସ୍ତାବ ଦେଉଥିବା ନଜର ଆସିଛନ୍ତି । ଏହି ସମୟରେ ଅରବାଜଙ୍କ ପୁଅ ଏବଂ ଭଉଣୀ ଅର୍ପିତା ଖାନ, ଆୟୁଷ ଶର୍ମା ଏବଂ ପରିବାର ସାମିଲ ଥିବା ଦେଖିବାକୁ ମିଳିଛି । ଶୌରା ଏବଂ ଅର୍‌ବାଜ ବ୍ଲାକ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି, "ମୁଁ ୧୯ ଡିସେମ୍ବର, ୨୦୨୩ରେ ହଁ କହିଲି ଏବଂ ୨୪ ଡିସେମ୍ବର ୨୦୨୩ରେ ଆମେ ବିବାହ କରିଛୁ । ଏହା ବହୁତ ଶୀଘ୍ର ଥିଲା ଅରବାଜ ।"

ସୂଚନା ଥାଉ କି, ବିବାହ ପରେ ବର୍ତ୍ତମାନ ଶୌରା ଏବଂ ଅର୍‌ବାଜ୍‌ ପ୍ରଥମ ଥର ପାଇଁ ହନିମୁନ ସହ ନୂଆ ବର୍ଷ ପାଳନ ପାଇଁ ଭ୍ୟାକେସନରେ ବାହାରିଛନ୍ତି । ନିକଟରେ ଉଭୟଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଉଭୟ କୁଲ୍‌ ଲୁକ୍‌ରେ ନଜର ଆସିଥିବା ବେଳେ କ୍ୟାମେରା ସାମ୍ନାରେ ମୁହଁ ଲୁଚାଇଥିଲେ ଶୌରା । ସ୍ବାମୀଙ୍କ ସହ ପୋଜ ଦେଇନଥିବା ବେଳେ ଟୋପିରେ ମୁହଁ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ। ଯାହାର ଭିଡିଓ ବେଶ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ହନିମୁନ ସହିତ ନ୍ୟୁୟର ସେଲିବ୍ରେସନ, ଏୟାରପୋର୍ଟରେ ନଜର ଆସିଲେ ଅରବାଜ-ଶୌରା

ପ୍ରକାଶ ଥାଉ କି, ଭଉଣୀ ଅର୍ପିତା ଖାନଙ୍କ ବାସଭବନରେ ଅର୍‌ବାଜ ଶୌରାଙ୍କ ସହ ପରିବାର ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ ବିବାହ କରିଥିଲେ । ଏହି ସମୟରେ ଭାବିଜାନଙ୍କ ସହ ସଲମାନ ଖାନ ଏବଂ ପୁରା ପରିବାର ଠୁମ୍‌କା ଲଗାଇଥିଲେ । ଏଥିସହ ଅର୍‌ବାଜ ମଧ୍ୟ ନିଜ ବିବାହରେ ପୁଅ ସହ ଦବଙ୍ଗର ଗୀତ 'ତାକ ତେ ରେହେତେ ତୁଝେ' ଗୀତ ମଧ୍ୟ ଗାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରିକି ବିବାହ ସମୟର ଝଲକ ମଧ୍ୟ ଅର୍‌ବାଜ ସୋସଇାଲ ମିଡିଆରେ ଦେଖାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.