ETV Bharat / entertainment

'ମେଟ୍ରୋ-ଇନ୍ ଦିନୋ'ରେ ଶୁଣିବାକୁ ମିଳିବ ଅନୁପମ ଖେରଙ୍କ ସଙ୍ଗୀତ ସ୍ୱର - ମେଟ୍ରୋ ଇନ୍ ଦିନୋ

ଅନୁରାଗ ବସୁଙ୍କ ଫିଲ୍ମ 'ମେଟ୍ରୋ-ଇନ୍ ଦିନୋ'ରେ ନଜର ଆସିବାକୁ ଯାଉଛନ୍ତି । ତେବେ ଫିଲ୍ମ ପାଇଁ ଏକ ଗୀତ ଗାଇଛନ୍ତି କାଶ୍ମୀର ଫାଇଲ୍ସ ଅଭିନେତା ଅନୁପମ ଖେର । ଅଧିକ ପଢନ୍ତୁ,

'ମେଟ୍ରୋ-ଇନ୍ ଦିନୋ'ରେ ଗୀତ ରେକର୍ଡ କରିଛନ୍ତି ଅନୁପମ ଖେର

author img

By

Published : Apr 2, 2023, 6:36 PM IST

ମୁମ୍ବାଇ: ନିଜ ଅଭିନୟରେ ଦୀର୍ଘ ବର୍ଷ ହେଲା ବେଶ ଲୋକପ୍ରିୟତା ସାଉଁଟି ଆସୁଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଅନୁପମ ଖେର । ବୟସର ଅପରାହ୍ନରେ ବି ତାଙ୍କୁ କେବେ ନୂତନ କ୍ଷେତ୍ରରେ ଅନୁସନ୍ଧାନ କରିବାରେ ଅଟକାଇ ପାରି ନାହିଁ । ତେବେ ସେ ଏବେ ମଧ୍ୟ ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ମନ ଜିତିବାରେ ସଫଳ ହେଉଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ପାଇଁ ଏକ ଗୀତ ଗାଇ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଅନୁପମ ଖେର । ଏନେଇ ଆଜି ସୋସିଆଲ ମିଡିଆରେ ସେ ଏହି ସୂଚନା ଦେଇଛନ୍ତି ।

ଇନଷ୍ଟାଗ୍ରାମରେ ଅନୁପମ ଖେର ଏକ ଭିଡିଓ ସେୟାର କରି ଆଗାମୀ ଫିଲ୍ମ ପାଇଁ ଗୀତ ଗାଇଥିବା କଥା କହିଛନ୍ତି । ସେ କହିଛନ୍ତି, ଅନୁରାଗ ବାସୁଙ୍କ ଆଗାମୀ ଚଳଚ୍ଚିତ୍ର 'ମେଟ୍ରୋ-ଇନ୍ ଦିନୋ' ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ନେତୃତ୍ୱରେ ସେ ଏକ ଗୀତ ରେକର୍ଡ କରିଛନ୍ତି । ଏହି ଭିଡିଓ ସେୟାର କରି ଅନୁପମ କ୍ୟାପସନରେ ଲେଖିଛନ୍ତି, "ସମସ୍ତ ସ୍ୱପ୍ନ ସାକାର ହୋଇଛି। 'ମେଟ୍ରୋ-ଇନ୍ ଦିନୋ' ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ନେତୃତ୍ୱରେ ମୋତେ ଗୀତ ଗାଇବାର ସୁଯୋଗ ମିଳିଛି। ଅନୁରାଗ ବାସୁ ଏବଂ ପ୍ରୀତମ ସେମାନେ ସେମାନଙ୍କ କ୍ଷେତ୍ରରେ ବେଶ ସଫଳ ବ୍ୟକ୍ତି ଅଟନ୍ତି । ସେମାନଙ୍କ ସହ ଗୀତ ଗାଇବା ମୋ ପାଇଁ ଗର୍ବର ବିଷୟ ଥିଲା । ଜୟ ହୋ !

ରେକର୍ଡିଂ ଷ୍ଟୁଡିଓରୁ ଏକାଧିକ ଫଟୋ ସେୟାର କରି ଅନୁପମ୍ ଭିଡିଓରେ କହିଛନ୍ତି, "ପ୍ରୀତମ ଦା ପାଇଁ ଗୀତ ଗାଇବା ମୋର ସ୍ୱପ୍ନ । ମୁଁ ବିଶ୍ୱାସ କରେ ପ୍ରତ୍ୟେକ ପ୍ରୟାସ ଆପଣଙ୍କୁ ତୁମର ସ୍ୱପ୍ନର ଗୋଟିଏ ପାଦ ଆଗକୁ ନେଇଥାଏ । ଲୋକମାନେ ଏହାକୁ ପସନ୍ଦ କରିବେ କି ନାହିଁ, ମୁଁ ଜାଣିନାହିଁ । ମୁଁ ମୋର କାମ କରିସାରିଛି ।" ଅନୁପମ କ୍ୟାପସନରେ ତାଙ୍କ ଆତ୍ମଜୀବନୀ ନାଟକ 'କୁଚ ଭୀ ସାକତା ହେ'କୁ ମଧ୍ୟ ପ୍ରୋତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ପୋଷ୍ଟ ପରେ ଫ୍ୟାନ୍ସ ଏହାକୁ ବହୁ ପସନ୍ଦ କରିବା ସହ ଅନୁପମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ, ମେଟ୍ରୋ-ଅନ ଦିିନୋ ଫିଲ୍ମଟି ଲୋକ ଏବଂ ଲୋକଙ୍କ ଜୀବନ କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ଅନୁପମଙ୍କ ବ୍ୟତୀତ ଅଭିନେତା ଆଦିତ୍ୟ ରୟ କାପୁର, ଅଭିନେତ୍ରୀ ସାରା ଅଲି ଖାନ, କନକୋନା ସେନ୍ ଶର୍ମା, ପଙ୍କଜ ତ୍ରିପାଠୀ, ଫାତିମା ସାନା ଶେଖ, ଅନୁପମ ଖେର, ଅଲି ଫୈଜଲ ଏବଂ ନୀନା ଗୁପ୍ତା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ଚଳିତବର୍ଷ ଡିସେମ୍ବର 8ରେ ସିନେମାହଲରେ ରିଲିଜ କରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.