ETV Bharat / entertainment

'ଆନିମଲ' ସଫଳତାକୁ ବିପଦଜ୍ଜନକ କହିଲେ ଜାଭେଦ ଅଖତର, ଜବାବ ଦେଲେ ଫିଲ୍ମ ନିର୍ମାତା

Animal Film Team Reaction: ଆନିମଲ ବକ୍ସ ଅଫିସରେ ଧମାକା କରିବା ସହ ବମ୍ପର କଲେକ୍ସନ କରି ସଫଳତା ହାସଲ କରିଛି । ଫିଲ୍ମର ସଫଳତାକୁ ନେଇ ନିକଟରେ ଜାଭେଦ ଅଖତର ଏହାକୁ ବିପଦଜ୍ଜନକ ବୋଲି କହିଥିଲେ । ବର୍ତ୍ତମାନ ଫିଲ୍ମର ନିର୍ମାତା ଜାଭେଦଙ୍କ ଏହି ବୟାନ ନେଇ ତାତିବା ସହ ତାଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Jan 8, 2024, 3:19 PM IST

'ଆନିମଲ' ସଫଳତାକୁ ବିପଦଜ୍ଜନକ କହିଲେ ଜାଭେଦ ଅଖତର, ଜବାବ ଦେଲେ ଫିଲ୍ମ ନିର୍ମାତା
'ଆନିମଲ' ସଫଳତାକୁ ବିପଦଜ୍ଜନକ କହିଲେ ଜାଭେଦ ଅଖତର, ଜବାବ ଦେଲେ ଫିଲ୍ମ ନିର୍ମାତା

ହାଇଦ୍ରାବାଦ: ରଣବୀର କପୁରଙ୍କ ଅଭିନୀତ ଫିଲ୍ମ 'ଆନିମଲ' ବ୍ଲକ ବ୍ଲଷ୍ଟର ହୋଇଛି । ଡିସେମ୍ବର ୧ରେ ରିଲିଜ ହୋଇଥିବା ଏହି ଫିଲ୍ମ ଭଲ ପ୍ରଦର୍ଶନ କରିଛି । ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ଶୋ' ଜାରି ରହିଥିବା ବେଳେ ଭାରତରେ ଫିଲ୍ମ ୫୫୦ କୋଟି ପାର୍ କରିଛି । ତେବେ ଏହି ଫିଲ୍ମକୁ କିଛି ଲୋକ ପସନ୍ଦ କରିଥିବା ବେଳେ କିଛି ଲୋକ ନାପସନ୍ଦ କରିଛନ୍ତି । ଏଥିସହ ଫିଲ୍ମକୁ ନେଇ ବିବାଦୀୟ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ନିକଟରେ ବଲିଉଡ ଲୋକପ୍ରିୟ ଲିରିଷ୍ଟ ତଥା ଲେଖକ ଜାଭେଦ ଅଖତର ଆନିମଲ ଫିଲ୍ମର ସଫଳତାକୁ ନେଇ ବିପଦଜ୍ଜନକ ବୋଲି କହିଥିଲେ । ବର୍ତ୍ତମାନ ଫିଲ୍ମ ନିର୍ମାତା ଜାଭେଦ ଅଖତରଙ୍କ ବୟାନକୁ ନେଇ ତାଙ୍କୁ ଉଚିତ ଜବାବ ଦେଇଛନ୍ତି ।

  • Writer of your calibre cannot understand the betrayal of a lover (Between Zoya & Ranvijay) then all your art form is big FALSE 🙃 & If a woman (betrayed and fooled by a man in the name of love) would have said "lick my shoe" then you guys would have celebrated it by calling it…

    — Animal The Film (@AnimalTheFilm) January 7, 2024 " class="align-text-top noRightClick twitterSection" data=" ">

ଆନିମଲ ନିର୍ମାତା ନିଜ ଏକ୍ସ ଅଫିସିଆଲ ପେଜରେ ଆନିମଲ ଦ ଫିଲ୍ମରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, "ଯଦି ଆପଣଙ୍କ କ୍ଷମତାର ଲେଖକ ଜଣେ ପ୍ରେମିକର ବିଶ୍ବାସଘାତକତାକୁ ବୁଝିପାରୁନାହାନ୍ତି (ଜୋୟା ଏବଂ ରଣବିଜୟ ମଧ୍ୟରେ) ତେବେ ଆପଣଙ୍କ ସମସ୍ତ କଳା ମିଥ୍ୟା ଅଟେ । ଯଦି ଜଣେ ମହିଳା ( ଭଲପାଇବା ନାଁରେ ଜଣେ ପୁରୁଷଙ୍କ ପ୍ରତି ବିଶ୍ବାସଘାତକତା କରିଥାନ୍ତେ) କହିଥାନ୍ତେ କି, 'ମୋର ଜୋତା ଚାଟ' ତେବେ ଏହାକୁ ଆପଣମାନେ ନାରୀବାଦୀ କହି ସେଲିବ୍ରେସନ କରିଥାନ୍ତେ । ପ୍ରେମକୁ ଲିଙ୍ଗ, ରାଜନୀତିଠାରୁ ଦୂରେଇ ରଖନ୍ତୁ । ତାଙ୍କୁ କେବଳ ପ୍ରେମୀ ବୋଲି କୁହନ୍ତି । ପ୍ରେମୀ ଜଣକ ଧୋକା ଦେଲା ଏବଂ ମିଛ କହିଲା ସେଥିପାଇଁ ପ୍ରେମୀ କହିଲା ମୋର ଜୋତା ଚାଟ ।'

ଏହା ମଧ୍ୟ ପଢନ୍ତୁ: ଆନିମଲ ସଫଳତା ପାର୍ଟି; ମନ ଜିତିଲେ ଆଲିଆ-ରଣବୀର, ସାମିଲ ହେଲେ ଏହି ସେଲିବ୍ରିଟି

ସୂଚନା ଥାଉ କି, ଜାଭେଦ ଅଖତର ନିକଟରେ ଏକ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇଥିଲେ । ଏହି ସମୟରେ ସେ ଆଜିକାଲିର ଫିଲ୍ମର ସଫଳତାକୁ ନେଇ ଆଲୋଚନା କରିଥିଲେ । ସେ ଏଠାରେ ପରୋକ୍ଷରେ ଜାଭେଦ ଆନିମଲ ସଫଳତାକୁ ନେଇ ବିପଦଜ୍ଜନକ ବୋଲି କହିଥିଲେ । ସେ କହିଥିଲେ, ଫିଲ୍ମର ସଫଳତା ପାଇଁ ନିର୍ମାତାଙ୍କୁ ନାହିଁ, ବରଂ ଦର୍ଶକଙ୍କୁ ଦୀୟୀ କରିବା ଦରକାର । ଏହାସହ ସେ କହିଛନ୍ତି, ଯଦି କେଉଁ ଫିଲ୍ମରେ ଜଣେ ପୁରୁଷ ଜଣେ ମହିଳାକୁ ହାତ ଉଠାଇଦିଏ କିମ୍ବା ଜଣେ ପୁରୁଷ ଜଣେ ମହିଳାକୁ 'ତୁ ମୋର ଜୋତା ଚାଟ' । ତେବେ ସେହି ଫିଲ୍ମ ସୁପରହିଟ ହେଉଛି । ଏହା ବହୁତ ବିପଦଜ୍ଜନକ ଅଟେ ।

ଆନିମଲ ଫିଲ୍ମ ବିଷୟରେ କହିବାକୁ ଗଲେ, ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବାପା ପୁଅର ସମ୍ପର୍କ ଉପରେ ଆଧାରିତ ଫିଲ୍ମ । ଯେଉଁଥିରେ ରଣବୀର କପୁର, ରଶ୍ମିକା ମନ୍ଦାନା, ତିପ୍ତୀ ଡିମ୍ରି, ଅନୀଲ କପୁର, ବବି ଦେଓଲ, ଶକ୍ତି କପୁରଙ୍କ ଭଳି ତାରକା ଅଭିନୟ କରିଛନ୍ତି । ଆକ୍ସନ, ରୋମାନ୍ସରେ ଭରପୁର ଏହି ଫିଲ୍ମ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିପାରିଛି । ଫିଲ୍ମ ରିଲିଜର ୩୮ ଦିନରେ ୫୫୦ କୋଟି ପାର୍ କରିଥିବା ବେଳେ ବିଶ୍ବରେ ୮୯୮ କୋଟି ଆୟ କରି ସଫଳତା ହାସଲ କରିଛି । ଏନେଇ ଗତ ଶନିବାର ମୁମ୍ବାଇରେ ସଫଳତା ପାର୍ଟିର ମଧ୍ୟ ଆୟୋଜନ କରିଥିଲେ । ଏଥିରେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟ ଏବଂ ବି-ଟାଉନର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.