ETV Bharat / entertainment

କମୁନି କ୍ରେଜ ବଢୁଛି ଆୟ, ଖୁବଶୀଘ୍ର ୫୦୦ କୋଟି କ୍ଲବରେ ସାମିଲ ହେବ 'ଆନିମଲ'

author img

By ETV Bharat Odisha Team

Published : Dec 15, 2023, 5:16 PM IST

Animal box office day 14: ବକ୍ସ ଅଫିସରେ କମିବାର ନାଁ ନେଉନି ରଣବୀର କପୁରଙ୍କ କ୍ରେଜ । ଫିଲ୍ମ ୧୪ଦିନରେ ମଧ୍ୟ ତାର ଜଲୱା ବଜାୟ ରଖିଛି । ଏହିପରି ଫିଲ୍ମ ଏବେ ବିଶ୍ବରେ ୭୮୪.୪୫ କୋଟି ଆୟ କରିଥିବା ବେଳେ ଭାରତରେ ୪୭୬.୮୪ କୋଟି କଲେକ୍ସନ କରି ସଫଳତା ହାସଲ କରିଛି । ଅଧିକ ପଢନ୍ତୁ

କମୁନି କ୍ରେଜ ବଢୁଛି ଆୟ, ଖୁବଶୀଘ୍ର ୫୦୦କୋଟି କ୍ଲବରେ ସାମିଲ ହେବ 'ଆନିମଲ'

ହାଇଦ୍ରାବାଦ: ରଣବୀର କପୁର ଅଭିନୀତ 'ଆନିମଲ' ବିଶ୍ୱ ତଥା ଭାରତରେ ପ୍ରେକ୍ଷାଳୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି । ଦର୍ଶକଙ୍କୁ ଆକର୍ଷିତ କରୁଛି ରଣବୀର କପୁର, ବବି ଦେଓଲଙ୍କ ଆକ୍ସନ । ଫିଲ୍ମ ଦିନକୁ ଦିନ ବମ୍ପର କଲେକ୍ସନ ସହ ସଫଳତା କରିଚାଲୁଛି । ତେବେ ଫିଲ୍ମର ଟିମ୍ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଫିଲ୍ମର ବିଶ୍ବ ରୋଜଗାର ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଫିଲ୍ମ ବର୍ତ୍ତମାନ ରିଲିଜର ୧୪ ଦିନ ମଧ୍ୟରେ ସାରା ବିଶ୍ୱରେ ୭୮୪.୪୫ କୋଟି ଆୟ କରିଛି । ସେପଟେ ଭାରତରେ ୪୭୬.୮୪ କୋଟି କଲେକ୍ସନ କରି ସଫଳତା ହାସଲ କରିଛି ।

ଆନିମଲ ନିର୍ମାତା ଟି-ସିରିଜ୍ ଇନଷ୍ଟାଗ୍ରାମରେ ଚଳଚ୍ଚିତ୍ରର ସଫଳତା ବିଷୟରେ ଏକ ପୋଷ୍ଟର ସେୟାର କରିଛି । କ୍ୟାପସନରେ ଲେଖାଯାଇଛି, "14 ଦିନିଆ ବିଶ୍ବସ୍ତରୀୟ ମୋଟ ଆୟ 784.45 କୋଟି ଟଙ୍କା ।" ଏଥିସହ ନିର୍ମାତା ଆନିମଲ ଫିଲ୍ମ ବକ୍ସ ଅଫିସରେ ଧମାକା କରୁଥିବା ମଧ୍ୟ କହିଛନ୍ତି । ସେପଟେ ଭାରତୀୟ ବକ୍ସ ଅଫିସ କଲେକ୍ସନ କହିବାକୁ ଗଲେ, ସାକନିକଙ୍କ ରିପୋର୍ଟ ଅନୁସାରେ, ଫିଲ୍ମ ୧୪ତମ ଦିନରେ ମାତ୍ର ୮.୭୫କୋଟି ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ ୪୭୬.୮୪ କୋଟି ଟଙ୍କାରେ ପହଞ୍ଚିଛି ।

ଡିସେମ୍ବର ୧ରେ ସାରା ବିଶ୍ୱରେ ଏହି ଚଳଚ୍ଚିତ୍ର ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ରିଲିଜ ହୋଇଥିଲା । ଷ୍ଟାରର କାଷ୍ଟ ବିଷୟରେ କହିବାକୁ ଗଲେ, ରଣବୀର କପୁର, ଅନୀଲ କପୁର, ବବି ଦେଓଲ, ରଶ୍ମିକା ମନ୍ଦାନା, ତ୍ରିପ୍ତୀ ଡିମ୍ରି, ସୁରେଶ ଓବରୋଇ ଏବଂ ପ୍ରେମ ଚୋପ୍ରା ମଧ୍ୟ ନଜର ଆସିଛନ୍ତି । ଚଳଚ୍ଚିତ୍ରଟି ନଭେମ୍ବରରେ ସିବିଏଫସି ତରଫରୁ ଏକ 'ଏ' ସାର୍ଟିଫିକେଟ୍ ପାଇଥିବା ବେଳେ ଫିଲ୍ମର ଆକ୍ସନ ଏବଂ ଚରିତ୍ର ଓ ରୋମାନ୍ସ ସିକ୍ବେନ୍ସ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି । ଫଳରେ ଏହି ଫିଲ୍ମ ଏକାସାଙ୍ଗେ ରିଲିଜ ହୋଇଥିବା ବିକି କୌଶଲଙ୍କ ଫିଲ୍ମ ସାମ ବାହାଦୂରକୁ ପଛରେ ପକାଇ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି ।

ଏହା ମଧ୍ୟ ପଢନ୍ତୁ: 'ଆନିମଲ' ପାଇଁ ୧୧ କିଲୋ ଓଜନ ବଢାଇଲେ ରଣବୀର, ଝଲକ ଦେଖାଇଲେ ଟ୍ରେନର

ସୂଚନା ଥାଉ କି, ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ତୃତୀୟ ରିଲିଜ୍ ଫିଲ୍ମ 'ଡଙ୍କି' ଏବଂ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ସାଲାର' ଚଳିତ ମାସରେ ରିଲିଜ ହେବାକୁ ହେଉଛି । 'ଡଙ୍କି' ଡିସେମ୍ବର ୨୧ରେ ରିଲିଜ ହେବାକୁ ଥିବା ବେଳେ 'ସାଲାର' ଡିସେମ୍ବର ୨୨ରେ ରିଲିଜ ହେବ । ତେବେ ଏହି ଉଭୟ ଷ୍ଟାରଙ୍କ ଫିଲ୍ମ ରିଲିଜ ପରେ କମିପାରେ ଆନିମଲ କ୍ରେଜ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.