ETV Bharat / entertainment

ଶ୍ରୀଭଲିଙ୍କୁ ପୁଷ୍ପା କହିଦେଲେ ବିଗ୍‌ ବି: ରଶ୍ମିକା କହିଲେ ସାର୍‌ ହମ୍‌ ଝୁକେଗା ନେହିଁ

author img

By

Published : Mar 31, 2022, 1:27 PM IST

ଅମିତାଭ ବଚ୍ଚନ ଫିଲ୍ମ ଗୁଡବାଏ ସେଟରୁ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ତାଙ୍କ ସହ-ଷ୍ଟାର ତଥା ସାଉଥ ସୁପରହିଟ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା ମଧ୍ୟ ନଜର ଆସିଛନ୍ତି । ଫଟୋ ସେୟାର କରି ଅମିତାଭ ବଚ୍ଚନ ପୁଷ୍ପା ଲେଖିଛନ୍ତି । ଅଧିକ ପଢନ୍ତୁ

ଶ୍ରୀଭଲିଙ୍କୁ ପୁଷ୍ପା କହିଦେଲେ ବିଗ୍‌ ବି
ଶ୍ରୀଭଲିଙ୍କୁ ପୁଷ୍ପା କହିଦେଲେ ବିଗ୍‌ ବି

ହାଇଦ୍ରାବାଦ: ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ କେତେ ସକ୍ରିୟ, ଏହା ସମସ୍ତଙ୍କୁ ଜଣା । ଅମିତାଭଙ୍କର ପ୍ରତିଦିନ ଗୋଟିଏ ସୋସିଆଲ ମିଡିଆ ପୋଷ୍ଟ ଆସିବା ତ ନିଶ୍ଚିତ । ଆଜିକାଲି ବିଗ୍ ବି ଯାହା କରୁଛନ୍ତି ତାହା ମଧ୍ୟ ତାଙ୍କ ସାମ୍ପ୍ରତିକ ପୋଷ୍ଟରୁ ସାମ୍ନାକୁ ଆସିଛି । ବିଗ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଗୁଡବାଏ'ର ସେଟ୍‌ରୁ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯାହା ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି ।

ବୁଧବାର ରାତିରେ ଅମିତାଭ ବଚ୍ଚନ ଫିଲ୍ମ 'ଗୁଡବାଏ'ର ସେଟରୁ ଏକ ନ୍ୟାଚୁରାଲ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ତାଙ୍କ ସହ-ଷ୍ଟାର ତଥା ସାଉଥର ସୁପରହିଟ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା ମଧ୍ୟ ନଜର ଆସିଛନ୍ତି । ରଶ୍ମିକା ମନ୍ଦନାଙ୍କ ସହ ଫଟୋ ସେୟାର କରି ଅମିତାଭ ବଚ୍ଚନ 'ପୁଷ୍ପା' ଲେଖିଛନ୍ତି । ଉଲ୍ଲେଖନୀୟ ଯେ, ରଶ୍ମିକା ଅଲୁ ଅର୍ଜୁନ ଷ୍ଟାରର ବ୍ଲକବଷ୍ଟର ଚଳଚ୍ଚିତ୍ର 'ପୁଷ୍ପା: ଦି ରାଇଜ୍-ପାର୍ଟ -1'ରେ' ଶ୍ରୀଭଲି ଚରିତ୍ରରେ ନଜର ଆସିଥିଲେ ।

ଏପଟେ ରଶ୍ମିକା ବଲିଉଡରେ ନିଜର ନାଁ କମାଇବାକୁ ଲାଗିଛନ୍ତି, ସେପଟେ ବିଗ୍‌ ବିଙ୍କ ଏହି ଫଟୋରେ ଜଣେ ୟୁଜର ଲେଖିଛନ୍ତି, 'ସାର୍, ପୁଷ୍ପା ନୁହେଁ ଶ୍ରୀଭଲି' । ଏହି ଫଟୋରେ ଖୋଦ୍‌ ରଶ୍ମିକା ମଧ୍ୟ ଏକ ମଜାଦାର ମନ୍ତବ୍ୟ ଦେଇଛନ୍ତି । ସେ ଲେଖିଛନ୍ତି, 'ସାର୍‌, ହମ୍‌ ଝୁକେଗା ନେହିଁ'।

ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ରଶ୍ମିକା ଏବଂ ବିଗ୍ ବି ଏକ ଫିଲ୍ମରେ ଏକାଠି ନଜର ଆସିବେ । ଏହା ରଶ୍ମିକାର ବଲିଉଡ ଡେବ୍ୟୁ ଚଳଚ୍ଚିତ୍ର ହୋଇପାରେ । ଯଦିଓ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ବଲିଉଡ ଫିଲ୍ମ 'ମିଶନ ମଜନୁ' କରୁଛନ୍ତି । ଏଥିମଧ୍ୟରୁ ଯେଉଁ ଫିଲ୍ମ ପ୍ରଥମେ ରିଲିଜ୍ ହେବ, ତାହା ରଶ୍ମିକାଙ୍କ ବଲିଉଡ ଡେବ୍ୟୁ ଚଳଚ୍ଚିତ୍ର ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.