ହାଇଦ୍ରାବାଦ: ସୁଟିଂ ସେଟରେ ଆହତ ହେଲେ ବଲିଉଡର ବିଗ ବି ଅମିତାଭ ବଚ୍ଚନ । ହାଇଦ୍ରାବାଦରେ ପ୍ରୋଜେକ୍ଟ କେର ସୁଟିଂ ଚାଲିଥିବା ବେଳେ ସେ ଆହତ ହୋଇଥିବା ସୂଚନା । ଏନେଇ ନିଜେ ବିଗ ବି ଏକ ବ୍ଲଗ କରି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରହିଥିବା ବେଳେ ସେ ଘରେ ରହିଥିବା ନେଇ ଫ୍ୟାନ୍ସମାନଙ୍କୁ କହିଛନ୍ତି ବିଗବି ।
-
"In Hyderabad at shoot for Project K, during an action shot, got injured, rib cartilage popped broke & muscle tear to the right rib cage. Cancelled shoot, did doctor consult & scan by CT at AIG Hospital in Hyderabad & flown back home," posts Amitabh Bachchan.
— ANI (@ANI) March 6, 2023 " class="align-text-top noRightClick twitterSection" data="
(pic 2: file pic) pic.twitter.com/BqHu6yKirL
">"In Hyderabad at shoot for Project K, during an action shot, got injured, rib cartilage popped broke & muscle tear to the right rib cage. Cancelled shoot, did doctor consult & scan by CT at AIG Hospital in Hyderabad & flown back home," posts Amitabh Bachchan.
— ANI (@ANI) March 6, 2023
(pic 2: file pic) pic.twitter.com/BqHu6yKirL"In Hyderabad at shoot for Project K, during an action shot, got injured, rib cartilage popped broke & muscle tear to the right rib cage. Cancelled shoot, did doctor consult & scan by CT at AIG Hospital in Hyderabad & flown back home," posts Amitabh Bachchan.
— ANI (@ANI) March 6, 2023
(pic 2: file pic) pic.twitter.com/BqHu6yKirL
ସେ ବ୍ଲଗରେ କହିଛନ୍ତି, "ହାଇଦ୍ରାବାଦରେ ପ୍ରୋଜେକ୍ଟ କେର ସୁଟିଂ ଚାଲିଥିବା ସମୟରେ ମୁଁ ଆହତ ହୋଇଛି । ଆକ୍ସନ ସର୍ଟ ସମୟରେ ମୋତେ ଆଘାତ ଲାଗିଥିଲା । ଛାତି ହାଡ ଭାଙ୍ଗିଯିବା ସହ ମାଂସପେଶୀରେ ଆଘାତ ଲାଗିଥିଲା । ଫଳରେ ସୁଟିଂକୁ ଅଧାରୁ ବାତିଲ କରାଯାଇଥିଲା । ଏହାପରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ଯାଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସିଟିସ୍କାନ କରିଥିଲି ।
ଏହାପରେ ମୁଁ ଘରକୁ ଫେରିଛି । ଡାକ୍ତର ବେଡ ରେଷ୍ଟ ପାଇଁ ପରାମର୍ଶ ଦେଇଥିବାରୁ ମୁଁ ସୁଟିଂ ବାତିଲ କରିଛି । ଏହା ବହୁତ କଷ୍ଟଦାୟକ! ଚଳପ୍ରଚଳ ସହ ନିଶ୍ବାସ ନେବାରେ ମୋତେ କଷ୍ଟ ହେଉଛି । କିଛି ଦିନ ପରେ ପୁଣି ପୂର୍ବପରି ଫେରିବ । ମୋତେ ଦୁଃଖର ସହ କହିବାକୁ ପଡୁଛି ଯେ, ମୋ ସହ ଦେଖା କରିବା ପାଇଁ ଘର ସାମ୍ନାରେ ଫ୍ୟାନ୍ସମାନେ ଭିଡ ଜମାଇଥିଲେ । କିନ୍ତୁ ମୁଁ ଅସୁସ୍ଥ ରହିଥିବାରୁ ଦେଖା କରିପାରିଲି ନାହିଁ । ମୁଁ ସୁସ୍ଥ ହେବା ପରେ ନିଶ୍ଚୟ ଦେଖା କରିବି । "
ଏହା ମଧ୍ୟ ପଢନ୍ତୁ: ଖୁସବୁ ସୁନ୍ଦରଙ୍କ ଚାଞ୍ଚଲ୍ୟକର ଖୁଲାସା, 8 ବର୍ଷର ହୋଇଥିବାବେଳେ ବାପା କରୁଥିଲେ ଅସଦାଚରଣ
ତେବେ ସୁସ୍ଥ ହେବା ଯାଏଁ ସେ ସମସ୍ତ ପ୍ରୋଜେକ୍ଟର ସୁଟିଂକୁ ବାତିଲ କରିବେ ବୋଲି ସୂଚନା ଦେଇଛନ୍ତି । ପ୍ରୋଜେକ୍ଟ କେକୁ ମଧ୍ୟ ସ୍ଥଗିତ ରଖିଛନ୍ତି । ବିଗ ବିଙ୍କ ଅଭିନିତ ପ୍ରୋଜେକ୍ଟ କେ ୨୦୨୩ରେ ରିଲିଜ ହେବା ନେଇ କୁହାଯାଉଥିଲା । ପ୍ରଭାସ ଏଥିରେ ଲିଡ ରୋଲରେ ଥିଲେ । ଏହାସହ ବଲିଉଡ ସୁନ୍ଦରୀ ଦୀପିକା ପାଦୁକୋନ ଏବଂ ଦିଶା ପଟାନୀ ମଧ୍ୟ ସହ ଅଭିନେତ୍ରୀ ଭାବେ ନଜର ଆସିବେ ।
ପ୍ରକାଶଥାଉକି, 'ପ୍ରୋଜେକ୍ଟ କେ' ନାଗା ଅଶ୍ବିନଙ୍କ ସାଇନ୍ସ -ଫାଇ ଫ୍ମିଲ୍ମ ଅଟେ । ମହାଶିବରାତ୍ରୀ ଅବସରରେ ନାଗା ଅଶ୍ବିନଙ୍କ ପ୍ୟାନ ଇଣ୍ଡିଆ ଫିଲ୍ମ 'ପ୍ରୋଜେକ୍ଟ କେ'ର ରିଲିଜ ତାରିଖ ଘୋଷଣା କରାଯାଇଥିଲା । ୨୦୨୪ ଜାନୁଆରୀ ୧୨ ତାରିଖରେ ସିନେମା ହଲରେ ରିଲିଜ ହେବ ବୋଲି କୁହାଯାଇଛି । ଏହା ପୂର୍ବରୁ ୨୦୨୩ ଜାନୁଆରୀ ୯ରେ ନିର୍ମାତା ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଚର ଜାରି କରିଥିଲେ ।
ପରେ ଫିଲ୍ମ ସମ୍ବନ୍ଧିତ ଗୋଟିଏ ପରେ ଗୋଟିଏ ପୋଷ୍ଟର ସେୟାର କରାଯାଇଥିଲା । ତେବେ ଦୀର୍ଘ ଦିନର ଅପେକ୍ଷା ପରେ ଶନିବାର 'ପ୍ରୋଜେକ୍ଟ କେ' ଫିଲ୍ମର ରିଲିଜ ତାରିଖ ଘୋଷଣା ପରେ ପ୍ରଶଂସକଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି । ଏବଂ 'ବାହୁବଳୀ' ଫିଲ୍ମ ଭଳି ପ୍ରଭାସଙ୍କ ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା କରାଯାଉଛି । ଏଥିସହ ଫିଲ୍ମର ସୁଟିଂ ହିନ୍ଦୀ ସହ ତେଲୁଗୁରେ କରାଯାଉଛି । ତେବେ ବିଗ ବି ଆହତ ପରେ ଫ୍ୟାନ୍ସକୁ ଝଟକା ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ