ETV Bharat / entertainment

Amitabh and Anushka: ନିୟମ ଉଲ୍ଲଙ୍ଘନ ପଡିଲା ମହଙ୍ଗା, ଗଣିବେ 10500 ଜରିମାନା

ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ଅନୁଷ୍କା ଶର୍ମା ଗଣିବେ ତଣ୍ଡ । ବିନା ହେଲମେଟରେ ବାଇକ୍ ଯାତ୍ରା କରି ନିୟମ ଉଲ୍ଲଙ୍ଘନ କରିଥିବାରୁ ଉଭୟଙ୍କ ପାଇଁ ଜରିମାନା ବାଧ୍ୟତାମୂଳକ କରାଯାଇଛି । ଅଧିକ ପଢନ୍ତୁ,

ନିୟମ ଉଲ୍ଲଂଘନ ପାଇଁ ଅମିତାଭ ଏବଂ ଅନୁଷ୍କା ଗଣିବେ 10 ହଜାର 500 ଟଙ୍କା ତଣ୍ଡ

author img

By

Published : May 18, 2023, 11:57 AM IST

ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ଅନୁଷ୍କା ଶର୍ମାଙ୍କୁ ଲିଫ୍ଟ ଦେବା ପଡିଲା ମହଙ୍ଗା । ବିନା ହେଲମେଟରେ ବାଇକ ଯାତ୍ରା କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମୁମ୍ବାଇ ପୋଲିସ । ନିୟମ ଉଲ୍ଲଙ୍ଘନ କରି ବାଇକ୍ ଯାତ୍ରା ପାଇଁ ଅମିତାଭ ଏବଂ ଅନୁଷ୍କା ଉଭୟଙ୍କୁ ଦେବାକୁ ପଡିବ ଜରିମାନା । ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ମୁମ୍ବାଇ ଟ୍ରାଫିକ ପୋଲିସ ଚାଲାଣ କପି ସହ ଟୁଇଟ୍ କରି କହିଛି ଯେ, ଡ୍ରାଇଭରକୁ sec129/194 (D), sec 5/180 ଏବଂ sec 3 (1) 181 MV ଆକ୍ଟ ଅନୁଯାୟୀ ଜରିମାନା ଜାରି କରାଯାଇଛି । ପୋଲିସ ଗାଡି ଚାଳକଙ୍କ ବିରୋଧରେ 10 ହଜାର 500 ଟଙ୍କା ଜୋରିମାନା ଜାରି କରିଛି । ସେହିପରି ଟ୍ରାଫିକ ପୋଲିସର ଅନ୍ୟ ଏକ ଟ୍ବିଟରେ କହିଛି ଯେ, ଏମଭି ACTର ଧାରା 129/194 (D) ଅନୁଯାୟୀ ଚାଲାଣ 1000 ଟଙ୍କା ଜୋରିମାନା ଜାରି କରାଯାଇଛି ଏବଂ ଏହାକୁ ସେମାନେ ପ୍ରଦାନ କରିଛନ୍ତି ।

ନିକଟରେ ଅଭିନେତା ଅନୁଷ୍କା ଶର୍ମା ତାଙ୍କ ଅଙ୍ଗରକ୍ଷୀଙ୍କ ସହ ବାଇକରେ ଯାତ୍ରା କରିଥିବାର ନଜର ଆସିଥିଲେ, ଯେଉଁଥିରେ ଉଭୟ ଆରୋହୀ ବିନା ହେଲମେଟରେ ଥିଲେ । ସେହିପରି ଅମିତାଭ ମଧ୍ୟ ଏକ ଅଜଣା ବାଇକ ଆରୋହୀଙ୍କ ସହ ବାଇକ ଯାତ୍ରା କରିଥିଲେ । ଏମାନେ ମଧ୍ୟ ବିନା ହେଲମେଟରେ ଯାତ୍ରା କରିଥିଲେ । ତେବେ ଅନୁଷ୍କା ଏବଂ ଅମିତାଭଙ୍କ ବିନା ହେଲମେଟରେ ବାଇକ ଯାତ୍ରାକୁ ନେଟିଜେନ୍ସ ସମାଲୋଚନା କରିଥିଲେ ଏବଂ କିଛି ଲୋକ ପୋଲିସର ଟ୍ୱିଟର ହ୍ୟାଣ୍ଡେଲରେ କ୍ଲିପ୍ ଗୁଡିକୁ ଟ୍ୟାଗ୍ କରି ମୁମ୍ବାଇ ପୋଲିସର ନଜରକୁ ଆଣିଥିଲେ । ଏହା ଜାଣିବା ପରେ ପୋଲିସ ଗାଡି ଚାଳକଙ୍କ ବିରୋଧରେ 10 ହଜାର 500 ଟଙ୍କା ଜୋରିମାନା ଜାରି କରିଛି ବୋଲି ଅଧିକାରୀ କହିଛନ୍ତି ।

ଅମିତାଭଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଅମିତାଭ ନାଗ ଅଶ୍ୱିନଙ୍କ ପ୍ରୋଜେକ୍ଟ କେରେ ନଜର ଆସିବେ । ସେ ଫିଲ୍ମ ପାଇଁ ମଧ୍ୟ ସୁଟିଂ ଜାରି ରଖିଛନ୍ତି । ଏଥିରେ ଅମିତାଭଙ୍କ ସମେତ ସାଉଥ ଅଭିନେତା ପ୍ରଭାସ, ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଦିଶା ପାଟାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିସହ ଫିଲ୍ମର ସୁଟିଂ ହିନ୍ଦୀ ସହ ତେଲୁଗୁରେ କରାଯାଉଛି ।

ଫିଲ୍ମ 2024 ଜାନୁଆରୀ 12ରେ ସିନେମା ହଲରେ ରିଲିଜ ହେବ । ବିଗ୍ ବିଙ୍କୁ ରିଭୂ ଦାସଗୁପ୍ତଙ୍କ ପରବର୍ତ୍ତୀ କୋର୍ଟ ରୁମ୍ ଡ୍ରାମା ଫିଲ୍ମ ସେକ୍ସନ୍ 84ରେ ମଧ୍ୟ ଦେଖିବାକୁ ମିଳିବ । ଅନ୍ୟପକ୍ଷରେ ଅନୁଷ୍କା ଶର୍ମାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଅନୁଷ୍କା ପରବର୍ତ୍ତୀ ସମୟରେ ପ୍ରୋସିତ୍ ରୟଙ୍କ ସ୍ପୋର୍ଟସ୍ ବାୟୋପିକ୍ ଚକଡା ଏକ୍ସପ୍ରେସରେ ନଜର ଆସିବେ, ଯେଉଁଥିରେ ସେ କ୍ରିକେଟର ଜୁଲାନ୍ ଗୋସ୍ୱାମୀଙ୍କ ଭୂମିକାରେ ଅଭିନୟ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.