ETV Bharat / entertainment

ଆଗାମୀ ଫିଲ୍ମ ନେଇ ଅମୀରଙ୍କ ଖୁଲାସା, କ୍ୟାରି ଅନ୍ ଜଟ୍ଟା 3 ଟ୍ରେଲର ଲଞ୍ଚରେ ଭାଙ୍ଗଡା କରି ଜିତିଲେ ମନ

ବର୍ତ୍ତମାନ ସମୟରେ ବଲିଉଡ ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ କୌଣସି ଫିଲ୍ମ ରିଲିଜ ହୋଇନାହିଁ । ଆଗାମୀ ପଞ୍ଜାବୀ ଚଳଚ୍ଚିତ୍ର 'କ୍ୟାରି ଅନ୍ ଜଟ୍ଟା 3'ର ଟ୍ରେଲର ଲଞ୍ଚରେ ତାଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଠି ତାଙ୍କୁ ତାଙ୍କ ଆଗାମୀ ଫିଲ୍ମ ବିଷୟରେ ପଚରାଯାଇଥିଲା । ଜାଣନ୍ତୁ କଣ କହିଲେ ଅମୀର

author img

By

Published : May 31, 2023, 1:18 PM IST

'କ୍ୟାରି ଅନ୍ ଜଟ୍ଟା 3'ର ଟ୍ରେଲର ଲଞ୍ଚରେ ଆଗାମୀ ଫିଲ୍ମ ନେଇ ଖୁଲାସା କଲେ ଆମୀର,
'କ୍ୟାରି ଅନ୍ ଜଟ୍ଟା 3'ର ଟ୍ରେଲର ଲଞ୍ଚରେ ଆଗାମୀ ଫିଲ୍ମ ନେଇ ଖୁଲାସା କଲେ ଆମୀର

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଜଣାଶୁଣା ଅମୀର ଖାନଙ୍କ ଶେଷ ଥର ଲାଲ ସିଂ ଚଢାରେ ଦେଖିବାକୁ ମିଳିଥିଲା । ଯାହା ପରେ କୌଣସି ଫିଲ୍ମ ଆସିନାହିଁ । ଏହାରି ମଧ୍ୟରେ ତାଙ୍କୁ ପଞ୍ଜାବୀ ଫିଲ୍ମ 'କ୍ୟାରି ଅନ୍ ଜଟ୍ଟା' ର ଟ୍ରେଲର ଲଞ୍ଚରେ ଦେଖିବାକୁ ମିଳିଥିଲା ​​। ଯେଉଁଠାରେ ତାଙ୍କୁ ଫିଲ୍ମର ଅଭିନେତା-ଅଭିନେତ୍ରୀ ଜିପି ଗ୍ରୋବେଲ, ସୋନମ୍ ବାଜୱା ଏବଂ ଅନ୍ୟମାନଙ୍କ ସହ ନଜର ଆସିଥିଲେ । ଏହି ସମୟରେ ତାଙ୍କୁ ତାଙ୍କ ଆଗାମୀ ଫିଲ୍ମ ବିଷୟରେ ପଚରାଯାଇଥିଲା । ଆମୀର ଏହାର ଉତ୍ତରରେ କହିଲେ, ବର୍ତ୍ତମାନ ମୁଁ କୌଣସି ଫିଲ୍ମ ପାଇଁ ପ୍ରସ୍ତୁତ ନୁହଁ । ଏବଂ ବର୍ତ୍ତମାନ ମୁଁ ମୋ ପରିବାର ସହ ସମୟ ବିତାଇବାକୁ ଉପଭୋଗ କରୁଛି ।

ଟ୍ରେଲର ଲଞ୍ଚ ସମୟରେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ତାଙ୍କୁ ଯେତେବେଳେ ପଚରାଗଲା । ଅମୀର ସମସ୍ତଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ସେ ସମର୍ଥନ କରିବାକୁ ଆସିଥିବା ପଞ୍ଜାବୀ ଚଳଚ୍ଚିତ୍ର ଉପରେ ଧ୍ୟାନ ଦିଅନ୍ତୁ । ଏଥିସହ ସେ କହିଥିଲେ, ମୁଁ ମୋର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ନିଷ୍ପତ୍ତି ନେଇନାହିଁ । ବର୍ତ୍ତମାନ ମୁଁ ମୋ ପରିବାର ସହ ସମୟ ବିତାଇବାକୁ ଚାହୁଁଛି । ମୁଁ ଏନେଇ ବେଶ ଉତ୍ସାହିତ ଅଛି । ମୁଁ ବର୍ତ୍ତମାନ ଯାହା କରିବାକୁ ଚାହୁଁଛି ତାହା ଠିକ୍ ଅଟେ । ବର୍ତ୍ତମାନ ମୁଁ ଫିଲ୍ମ କରିବାକୁ ପ୍ରସ୍ତୁତ ନୁହଁ ।"

ଏଥିସହ ଏହି ସମୟରେ ଅମୀର ଜିପି ଗ୍ରୋବେଲଙ୍କ ସହ ଭାଙ୍ଗଡା ପ୍ରଦର୍ଶନ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ, ଅମୀର ଖାନ ଏକ ଲାଲ୍ ରଙ୍ଗର କୁର୍ତାରେ ଡ୍ୟାନ୍ସର ମଜା ନେବା ସହ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । କାରରୁ ଓହ୍ଲାଇବା ପରେ ଅମୀର ଖାନ ଜିପିଙ୍କ ସହ ଢୋଲର ବିଟରେ ନାଚୁଥିବାର ନଜର ଆସିଥିଲେ । ପରେ, ଫିଲ୍ମର ଜିପି ଗ୍ରୋବେଲ ଏବଂ ସୋନମ୍ ବାଜୱା ମଧ୍ୟ ଯୋଗ ଦେଇଥିଲେ ଏବଂ ସେମାନେ ସେମାନଙ୍କ ସହ ଫଟୋ ପାଇଁ ପୋଜ୍ ଦେଇଥିଲେ । ଜିପି ଏକ ବ୍ଲାକ ଜ୍ୟାକେଟରେ ନଜର ଆସିଥିବା ବେଳେ ସୋନମ୍ ଫିଙ୍କ ଏବଂ ହ୍ବାଇଟ ରଙ୍ଗର ଆଉଟଫିଟରେ ଖୁବ ସୁନ୍ଦର ଦେଖାଯାଉଥିଲେ ।

ସେପଟେ ଏହି ସମାରୋହରେ ହାସ୍ୟ ଅଭିନେତା କପିଲ ଶର୍ମା ମଧ୍ୟ ତାଙ୍କ ସାମିଲ ହୋଇଥିଲେ । ଅମୀର ଖାନ ଏବଂ କପିଲ ପରସ୍ପରକୁ ଅଭିନନ୍ଦନ ଜଣାଇ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା । ଅମୀର କପିଲଙ୍କୁ ପ୍ରଶଂସା କରିଥିଲେ ଏବଂ ଥଟ୍ଟା ଭାବରେ ପଚାରିଥିଲେ ଯେ ସେ ମୋତେ କାହିଁକି ତୁମ ଶୋ’କୁ ଆମନ୍ତ୍ରଣ କରୁନାହଁ ?

ସୂଚନା ଥାଉ କି, ପଞ୍ଜାବୀ ଫିଲ୍ମ 'କ୍ୟାରି ଅନ୍ ଜଟ୍ଟା' ଏହି ଚଳଚ୍ଚିତ୍ରରେ ଜିପି ଗ୍ରୋବେଲ୍, ବିନୁ ଧିଲନ୍, ସୋନମ୍ ବାଜୱା, ଗୁରୁପ୍ରୀତ ଗୁଗୀ, ଏବଂ ଜସବିନ୍ଦର ଭାଲା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମଟି 2023 ଜୁନ 29,ରେ ସିନେମାହଲରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.