ETV Bharat / entertainment

ଡିଜେ ମାର୍ଟିନ ଗାରିକ୍ସଙ୍କ ସହ`ଉ ଆଣ୍ଟାଭା' ଗୀତରେ ନାଚିଲେ ଅଲ୍ଲୁ

author img

By

Published : Mar 5, 2023, 3:09 PM IST

ସନ୍‌ବର୍ଣ୍ଣ ଫେଷ୍ଟିଭାଲରେ ଫିଲ୍ମ ପୁଷ୍ପାର ହିଟ୍ ଗୀତ `ଉ ଉ ଆଣ୍ଟାଭା'ରେ ଦର୍ଶକଙ୍କୁ ଉତ୍ସାହିତ କଲେ ଅଲ୍ଲୁ ଅର୍ଜୁନ। ଡିଜେ ମାର୍ଟିନ ଗାରିକ୍ସଙ୍କ ସହ ସେ ଏହି ପ୍ରଦର୍ଶନ କରିଥିବା ବେଳେ ଇଭେଣ୍ଟର 2ଟି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଲ୍ଲୁ। ଅଧିକ ପଢନ୍ତୁ,

ଡିଜେ ମାର୍ଟିନ ଗାରିକ୍ସଙ୍କ ସହ`ଉ ଉ ଆଣ୍ଟାଭା' ଗୀତରେ ନାଚିଲେ ଅଲ୍ଲୁ

ହାଇଦ୍ରାବାଦ: ହାଇଦ୍ରାବାଦର ସନବର୍ଣ୍ଣ ଫେଷ୍ଟିଭାଲରେ ଡିଜେ ମାର୍ଟିନ ଗାରିକ୍ସଙ୍କ ସହ ନଜର ଆସିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଉଭୟଙ୍କୁ ସୁପରହିଟ୍‌ ଫିଲ୍ମ ପୁଷ୍ପାର ହିଟ୍ ଗୀତ `ଉ ଆଣ୍ଟାଭା' ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଦର୍ଶକ ବେଶ ଉତ୍ସାହିତ ହୋଇଥିଲେ । ଏହି ଇଭେଣ୍ଟ୍‌ର 2ଟି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଲ୍ଲୁ।

ଅଲ୍ଲୁ ଏକ କଳା ଟି ସାର୍ଟ ଏବଂ କଳା କାର୍ଗୋ ପ୍ୟାଣ୍ଟ ସହ କାଜୁଆଲ୍ ଲୁକ୍‌ରେ ନଜର ଆସିଥିବା ବେଳେ ଆଇକନ୍ ଲେଖାଯାଇଥିବା ଏକ କ୍ୟାପ୍ ମଧ୍ୟ ପିନ୍ଧିଥିଲେ । ଅଲ୍ଲୁ ଇଭେଣ୍ଟର 2ଟି ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରଥମଟିରେ ଡିଜେ ମାର୍ଟିନଙ୍କ ସହ ଅଭିନେତା ଅଲ୍ଲୁ ନଜର ଆସିଥିବା ବେଳେ ଦ୍ବିତୀୟଟି ଦର୍ଶକଙ୍କ ସହ ଫଟୋ ରହିଛି । ଫଟୋଗୁଡିକ ସେୟାର କରି ଅଲ୍ଲୁ କ୍ୟାପସନରେ ଲେଖିଛନ୍ତି, "କି ମଜା ରାତି । Oo anta va @martingarrix। Hydrabad Thaggedele।"

ଅଲ୍ଲୁ ଅର୍ଜୁନ ଇନଷ୍ଟାଗ୍ରାମ ଷ୍ଟୋରୀରେ ସନବର୍ଣ୍ଣ ଫେଷ୍ଟିଭାଲର 3ଟି ପୋଷ୍ଟ ସେୟାର କରିଥିଲେ । ପ୍ରଥମଟି ଥିଲା ମଞ୍ଚରୁ ଏକ ଛୋଟ ଭିଡିଓ, ଯାହା ରଙ୍ଗୀନ ଆଲୋକରେ ସଜ୍ଜିତ ପାର୍ଟିର ରହିଥିଲା ​। ଦ୍ବିତୀୟ ପୋଷ୍ଟଟି ଡିଜେ ମାର୍ଟିନ ଗାରିକ୍ସଙ୍କ ସହିତ ଥିଲା, ଯେଉଁଥିରେ ସେ ଲେଖିଥିଲେ, ଏହା ଏକ ବ୍ଲାଷ୍ଟ । ତୃତୀୟଟି ପୁଣି ସେହି ସମାନ ଛବି ଥିଲା ଯାହା ସେ ବିଶ୍ବସ୍ତରୀୟ ସ୍ବୀକୃତିପ୍ରାପ୍ତ ଡିଜେ ସହିତ ଦର୍ଶକଙ୍କ ସମ୍ମୁଖରେ ଏକ ପୋଷ୍ଟରେ ସେୟାର କରିଥିଲେ । ଫଟୋ ଦେଖି ଅନେକ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି ।

ଜଣେ ପ୍ରଶଂସକ କମେଣ୍ଟ୍‌ ଦେଇ କହିଛନ୍ତି, ପ୍ରିୟ ଭାଇ ଦୟାକରି ପୁଷ୍ପା ପାର୍ଟ 2ର କିଛି ଅପଡେଟ୍ ଦିଅନ୍ତୁ । ଆଉ ଜଣେ ଲେଖିଛନ୍ତି, "ସୁପର୍ ଲୁକ୍ ବ୍ରଦର୍‌ " । ସେହିପରି ହାର୍ଟ ଇମୋଜି ସହ ଜଣେ ପ୍ରଶଂସକ ଲେଖିଛନ୍ତି, "ତୁମେ ସାଉଥ୍‌ର 1 ନଂ ହିରୋ । ତୁମର ଆଗାମୀ ଚଳଚ୍ଚିତ୍ର ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛୁ ।"

ଟଲିଉଡ ଅଭିନେତ୍ରୀ ଶ୍ରୀଜିତା ଘୋଷ ମଧ୍ୟ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲକୁ ନେଇ ହାଇଦ୍ରାବାଦର ସନବର୍ଣ୍ଣ ଫେଷ୍ଟିଭାଲରୁ ଅଲ୍ଲୁ ଅର୍ଜୁନଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହିତ ଅଭିନେତ୍ରୀ ଲେଖିଛନ୍ତି, ଏହା @alluarjunonline #sunburn #hyderabad BEST DAY INDEED ସହିତ ଏକ ବିଶେଷ ଫ୍ରେମ୍ ।

ସୂଚନା ଥାଉ କି, 'ପୁଷ୍ପା' ପରେ ଅଲ୍ଲୁ ଅର୍ଜୁନଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ଘୋଷଣା କରାଯାଇଛି । ଭୂଷଣ କୁମାର ଏହି ଅନଟାଇଟେଲ ପିଲ୍ମ ନିର୍ମାଣ କରିବେ, ଯାହାକୁ 'ଅର୍ଜୁନ ରେଡ୍ଡୀ' ଖ୍ୟାତି ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ନିର୍ଦ୍ଦେଶନା ଦେବେ । ଭାରତୀୟ ସିନେମାର ତିନୋଟି ପାୱାରହାଉସ୍ ସହଯୋଗରେ ନିର୍ମାତା ଭୂଷଣ କୁମାର, ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ଏବଂ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସହ ଏହି ଚଳଚ୍ଚିତ୍ରଟି ବହୁ ସଫଳ ହେବ ବୋଲି ଆଶା କରାଯାଉଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.