ETV Bharat / entertainment

ଆଲିଆଙ୍କ ଅଜାଙ୍କ ଦେହାନ୍ତ, ସେୟାର କଲେ ଭାବବିହ୍ୱଳ ପୋଷ୍ଟ୍‌ - ନରେନ୍ଦ୍ରନାଥ ରାଜଦାନଙ୍କ ଦେହାନ୍ତ

ଆଲିଆଙ୍କ ଅଜା ନରେନ୍ଦ୍ରନାଥ ରାଜଦାନଙ୍କ ଦେହାନ୍ତ। ଜନ୍ମଦିନର ଭିଡିଓ ସେୟାର କରି ଭାବବିହ୍ବଳ ହେଲେ ଝିଅ ଏବଂ ନାତୁଣୀ। ଅଧିକ ପଢ଼ନ୍ତୁ

Narendranath Razdan passes away
Narendranath Razdan passes away
author img

By

Published : Jun 1, 2023, 4:04 PM IST

ମୁମ୍ବାଇ: ଆରପାରିରେ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଅଜା ନରେନ୍ଦ୍ରନାଥ ରାଜଦାନ । ଆଜି(ଗୁରୁବାର) ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତେବେ ଅଜା ନରେନ୍ଦ୍ରନାଥଙ୍କ ବିୟୋଗକୁ ନେଇ ଇନ୍‌ଷ୍ଟାଗ୍ରାମରେ ଭାବବିହ୍ବଳ ହେଲେ ନାତୁଣୀ । ତାଙ୍କ ଜନ୍ମଦିନ ସମୟର ଏକ ଭିଡିଓ ସହ ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି । 93 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି ।

ସୂଚନାଅନୁସାରେ, ନରେନ୍ଦ୍ରନାଥ ରାଜଦାନ କିଛି ଦିନ ହେବ ସ୍ବାସ୍ଥ୍ୟ ସମସ୍ୟାରେ ଛନ୍ଦି ହୋଇଥିଲେ । ତେବେ ଆଜି ମୃତ୍ୟୁ ହୋଇଥିବା ନେଇ ଆଲିଆ ସୂଚନା ଦେଇଛନ୍ତି । ସେ ପୋଷ୍ଟରେ ଅଜାଙ୍କୁ ହିରୋ ବୋଲି ସମ୍ବୋଧନ କରି ଲେଖିଛନ୍ତି । ସେ କହିଛନ୍ତି, "ମୋ ଅଜା ମୋ ପାଇଁ ହିରୋ । 93 ବର୍ଷ ଯାଏଁ ସେ ପୁରା ଫିଟ୍‌ ରହିବା ସହ କାମ କରୁଥିଲେ । ସେ ଭଲ ଅମ୍‌ଲେଟ୍‌ ତିଆରି କରୁଥିଲେ । ଭଲ ଷ୍ଟୋରୀ ଶୁଣାଉଥିଲେ । କେତେବେଳେ ଭିଲିଆନ ଭଳି ହେଉଥିଲେ, ମୁଁ ତାଙ୍କ ନାତୁଣୀ ହୋଇ ତାଙ୍କ ରୋଲ୍‌ କରୁଛି । ସେ କ୍ରିକେଟ ସହ ତାଙ୍କ ପରିବାରକୁ ମଧ୍ୟ ଭଲ ପାଉଥିଲେ । ଶେଷ ସମୟ ପର୍ଯ୍ୟନ୍ତ ମୁଁ ତାଙ୍କ ଜୀବନକୁ ଭଲ ପାଉଥିଲି । ଅଜାଙ୍କ ଦେହାନ୍ତଙ୍କୁ ନେଇ ମନଦୁଃଖ ହେଲେ ମଧ୍ୟ ମୁଁ ଖୁସି ଅଛି । ସେ ଆମକୁ ଖୁସି ଦେଇଛନ୍ତି। ଆମେ ତାଙ୍କର ସଂସ୍କାରରେ ବଢିଛୁ ।"

ଅଜାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା କାରଣରୁ ଆଲିଆ IIFAରେ ଯୋଗ ଦେଇନଥିଲେ: ସୂଚନା ଅନୁସାରେ, ଆଲିଆ ତାଙ୍କ ଅଜାଙ୍କ ଅସୁସ୍ଥତା ବିଷୟରେ ଜାଣିଥିଲେ । ତେବେ କୁହାଯାଉଛି କି ଆଲିଆ IIFA ଆଓ୍ବାର୍ଡ ପାଇଁ ଯାଉଥିଲେ । ବିମାନବନ୍ଦରରେ ପହଞ୍ଚିବା ପରେ ସେ ତାଙ୍କ ଅଜାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ନେଇ ଜାଣିବାକୁ ପାଇଥିଲେ । ଏହାପରେ ପୁଣି ବିମାନବନ୍ଦରରୁ ଘରକୁ ଫେରି ଆସିଥିଲେ ।

ତେବେ ଆଲିଆଙ୍କ ମାଆ ସୋନି ରାଜଦାନ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ କରି ଭାବବିହ୍ବଳ ହୋଇଛନ୍ତି । ସୋନି ରାଜଦାନ ଇନଷ୍ଟାଗ୍ରାମରେ ତାଙ୍କ ପିତାଙ୍କ ଫଟୋ ସେୟାର କରି ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ସୋନି ଲେଖିଛନ୍ତି, “ବାପା, ଜେଜେବାପା, ନିନ୍ଦି ସବୁକିଛି ଥିଲ ଆମପାଇଁ । ତୁମକୁ ନିଜର କହି ଆମେ ଗର୍ବିତ । ଆମକୁ ଉଜ୍ବଳ ଆଲୋକରେ ବଞ୍ଚାଇ ରଖିଥିବାରୁ ଆମେ କୃତଜ୍ଞ । ତୁମର ଦୟାଳୁ, ସ୍ନେହୀ, ଭଦ୍ର ଏବଂ ସର୍ବଦା ଜୀବନ୍ତ ଆତ୍ମା ​​ଦ୍ୱାରା ସ୍ପର୍ଶ ହୋଇଥିବାରୁ ଆଶୀର୍ବାଦ ପ୍ରାପ୍ତ ହେଲା ଭଳି ଲାଗେ । ତୁମେ ସିନା ଆମକୁ ଛାଡ଼ି ଦୂରକୁ ଚାଲିଯାଇଛ ହେଲେ କେବେ ଅଲଗା ହୋଇ ରହିପାରିବା ନାହିଁ । ଆମ ସମସ୍ତଙ୍କ ପାଇଁ ତୁମେ ସର୍ବଦା ଅମର ହୋଇ ରହିବ । ତୁମର ହସ ବଳରେ ତୁମେ ଯେଉଁଠାରେ ରହିଲେ ମଧ୍ୟ ସେହି ସ୍ଥାନକୁ ନିଜର କରିନେବ। ଲଭ ୟୁ ଫନି ବୟ। ଯେତେଦିନ ଯାଏଁ ଦେଖାହୋଇନି, ସେତିକି ଦିନ ଯାଏଁ ଲଭ ୟୁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.