ETV Bharat / entertainment

ହଲିଉଡରେ ଡେବ୍ୟୁ କରିବେ ଆଲିଆ ଭଟ୍ଟ, ହାର୍ଟ ଅଫ୍ ଷ୍ଟୋନରେ ଆସିବେ ନଜର

author img

By

Published : May 5, 2022, 3:14 PM IST

ଆଲିଆ ଭଟ୍ଟ ତାଙ୍କର ପ୍ରଥମ ହଲିଉଡ ପ୍ରୋଜେକ୍ଟ ହାର୍ଟ ଅଫ୍ ଷ୍ଟୋନ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ହଲିଉଡ ଡେବ୍ୟୁ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନରେ ଆଲିଆ ଭଟ୍ଟ

ହାଇଦ୍ରାବାଦ: ଆଲିଆ ଭଟ୍ଟ ଗତ ମାର୍ଚ୍ଚରେ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ହଲିଉଡ ପ୍ରୋଜେକ୍ଟକୁ ନେଇ ଖୁସି ଖବର ଦେଇଥିଲେ । ଆଲିଆ 'ୱାଣ୍ଡର ୱମ୍ୟାନ' ଗାଲ ଗାଡୋଟଙ୍କ ସହ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଏହା ଉପରେ ଆଉ ଏକ ଖବର ଆସିଛି ଯେ, ଆଲିଆ ଭଟ୍ଟ ଏହି ମାସରୁ ହଲିଉଡ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଆଲିଆ ଭଟ୍ଟ ଅଭିନେତା ରଣବୀର ସିଂଙ୍କ ସହ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି, ଯାହାକୁ କରଣ ଜୋହର ନିର୍ଦ୍ଦେଶନା ଦେଇଛନ୍ତି ।

ହାର୍ଟ ଅଫ୍ ଷ୍ଟୋନ
ହାର୍ଟ ଅଫ୍ ଷ୍ଟୋନ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଲିଆ ଭଟ୍ଟ ଚଳିତ ମାସ ବ୍ରିଟେନରେ 'ହାର୍ଟ ଅଫ୍ ଷ୍ଟୋନ' ପାଇଁ ତାଙ୍କର ପ୍ରଥମ ହଲିଉଡ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ହଲିଉଡ ଅଭିନେତା ଗାଲ ଗାଡୋଟ ଏବଂ ଜେମି ଡୋର୍ମନଙ୍କ ସହ ନଜର ଆସିବେ। ରକି ଔର ରାନୀ କି ପ୍ରେମ କାହାଣୀର ସୁଟିଂ ଶେଷ ହେବା ମାତ୍ରେ ଆଲିଆ ବ୍ରିଟେନ ଯିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଟମ ହାର୍ପର୍। ଏହି ଚଳଚ୍ଚିତ୍ର ଅଗଷ୍ଟରେ ଶେଷ ହେବ। ଫିଲ୍ମଟି ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ ।

ଏହା ବ୍ୟତୀତ ଆଲିଆ ଅଭିନେତା ଫରହାନ୍ ଅଖତରଙ୍କ ଫିଲ୍ମ 'ଜି ଲେ ଜରା' ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଏକ ମଲ୍ଟି ଲୋକେସନ ଫିଲ୍ମ, ଯାହା ଭାରତର ଅନେକ ସହରରେ ସୁଟିଂ ହେବ । ଗଣମାଧ୍ୟମ ଅନୁଯାୟୀ, ଆଲିଆ ଭଟ୍ଟ ପୁଣି ଥରେ ଗଙ୍ଗୁବାଇ କାଠିଆୱାଡି ପରେ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ କରୁଥିବା ଦେଖିବାକୁ ମିଳିବ। କୁହାଯାଉଛି ଯେ ସଞ୍ଜୟଙ୍କ ଆଗାମୀ ଫିଲ୍ମ ବୈଜୁ ବାବରାରେ ଆଲିଆ ଏବଂ ରଣବୀର ସିଂ କାଷ୍ଟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.