ETV Bharat / entertainment

ଜାତୀୟ ପୁରସ୍କାର ପାଇଁ ବିବାହ ଦିନର ଶାଢୀ କାହିଁକି ପିନ୍ଧିଲେ ଆଲିଆ ? କହିଲେ କାରଣ

69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଆଲିଆ ଭଟ୍ଟ ଏହି କାର୍ଯ୍ୟକ୍ରମରେ ନିଜ ବିବାହ ଦିନର ଶାଢୀ ଲୁକରେ ନଜର ଆସିଥିଲେ । ତେବେ ସେ ଏଥିପାଇଁ କାହିଁକି ତାଙ୍କ ବିବାହ ଶାଢୀକୁ ବାଛିଥିଲେ ତାହା ଜଣାଇଛନ୍ତି । ଅଧିକ ପଢନ୍ତୁ

ଜାତୀୟ ପୁରସ୍କାର ପାଇଁ ବିବାହ ଦିନର ଶାଢୀ କାହିଁକି ପିନ୍ଧିଲେ ଆଲିଆ ? କହିଲେ କାରଣ
ଜାତୀୟ ପୁରସ୍କାର ପାଇଁ ବିବାହ ଦିନର ଶାଢୀ କାହିଁକି ପିନ୍ଧିଲେ ଆଲିଆ ? କହିଲେ କାରଣ
author img

By ETV Bharat Odisha Team

Published : Oct 18, 2023, 3:17 PM IST

Updated : Oct 18, 2023, 3:53 PM IST

ହାଇଦ୍ରାବାଦ: 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାତେଇଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ସମ୍ମାନିତ ହେଲେ ଆଲିଆ । ତେବେ ସେ ନୂଆଦିଲ୍ଲୀରେ ଆୟୋଜିତ ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ନିଜ ବିବାହ ଦିନର ଶାଢୀ ସହ ପାରମ୍ପରିକ ଲୁକରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ସେ କାହିଁକି ଏହି ଦିନ ପାଇଁ ବିବାହ ଦିନର ଶାଢୀକୁ ପୁନର୍ବାର ବ୍ୟବହାର କରିଛନ୍ତି । ସେନେଇ ଆଲିଆ ସୋସିଆଲ ମିଡିଆ ଜରିଆରେ ବିବାହ ଶାଢୀର ପୁନରାବୃତ୍ତି କରିବାର କାରଣ ଜଣାଇଛନ୍ତି । ସେ କହିଛନ୍ତି, ଯାହା ଗୋଟିଏ ଥର ସ୍ପେଶାଲ ତାହା ବାରମ୍ବାର ସ୍ପେଶାଲ ହୋଇଥାଏ ।

ବିବାହ ଶାଢୀର ପୁନରାବୃତ୍ତି କରିବାର କାରଣ ଜଣାଇଲେ ଆଲିଆ

ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସହ ଜାତୀୟ ପୁରସ୍କାର କାର୍ଯ୍ୟକ୍ରମର ଲୁକର ଏକ ଫଟୋ ସେୟାର କରିଛନ୍ତି । ଏଥିସହ ଆଲିଆ ପୁରସ୍କାରରେ ତାଙ୍କ ବିବାହ ଶାଢୀକୁ ପୁନରାବୃତ୍ତି କରିବାର କାରଣ ପ୍ରକାଶ କରି ଲେଖିଛନ୍ତି, "ଏକ ବିଶେଷ ଦିନ ପାଇଁ ଏକ ବିଶେଷ ପୋଷାକ ଆବଶ୍ୟକ । ଏବଂ ବେଳେବେଳେ ସେହି ପୋଷାକ ପୂର୍ବ ଅନୁଭବକୁ ଆହୁରି ମଜବୁତ କରିଥାଏ । ଯାହା ଗୋଟିଏ ଥର ସ୍ପେଶାଲ ତାହା ବାରମ୍ବାର ସ୍ପେଶାଲ ହୋଇଥାଏ । 'Rewear, Reuse, Repeat ।'(ପୁନଃପୋଷାକ, ପୁନଃବ୍ୟବହାର, ପୁନରାବୃତ୍ତି)"

ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ନିଜର ଜାତୀୟ ପୁରସ୍କାର କାର୍ଯ୍ୟକ୍ରମର ଝଲକ ମଧ୍ୟ ସେୟାର କରିଛନ୍ତି । ଗୋଟିଏ ଫଟୋରେ ଆଲିଆ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣକରୁଥିବା ନଜର ଆସିଛନ୍ତି । ସେ ଲେଖିଛନ୍ତି, ଗୋଟିଏ ଫଟୋ, ଗୋଟିଏ ମୁହୁର୍ତ୍ତ, ଜୀବନ ପାଇଁ ସ୍ମୃତି। ଏଥିସହ ଆଲିଆ ତାଙ୍କ ସ୍ୱାମୀ ରଣବୀରଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଉଭୟ ପୁରସ୍କାର ସହ ସେଲ୍ଫି ନେଉଥିବା ନଜର ଆସିଛନ୍ତି । ତେବେ ରଣବୀର ଆଲିଆଙ୍କୁ ଉତ୍ସାହିତ କରିବା ପାଇଁ ଏଠାରେ ତାଙ୍କ ସହ ଯୋଗ ଦେଇଥିଲେ । ସେ ଏକ ବ୍ଲାକ ବ୍ଲେଜର ଆଉଟଫିଟରେ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରେଡ କାର୍ପେଟରେ ଅଲ୍ଲୁ ଅର୍ଜୁନ, ବିବାହ ଦିନର ଶାଢୀରେ ଆଲିଆ ଆସିଲେ ନଜର

ଆଲିଆଙ୍କ ସହ ତାଙ୍କ ସ୍ୱାମୀ ରଣବୀର କପୁର ମଧ୍ୟ ତାଙ୍କ ପତ୍ନୀଙ୍କ ଏହି ସଫଳତାରେ ଅତ୍ୟଧିକ ଖୁସି ଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ନିଜ ପତ୍ନୀଙ୍କ ପୁରସ୍କାର ଗ୍ରହଣ କରୁଥିବାର ମୁହୂର୍ତ୍ତକୁ ରଣବୀର ନିଜ ଫୋନରେ କଏଦ କରୁଛନ୍ତି । ସେପଟେ ମା' ସୋନି ରଜଦାନ ଏବଂ ଶାଶୁ ତଥା ଅଭିନେତ୍ରୀ ନୀତୁ କପୁର ମଧ୍ୟ ବୋହୂଙ୍କ ଏହି ସଫଳତାରେ ଖୁସିବ୍ୟକ୍ତ କରି ଶୁଭେଚ୍ଛା ଜଣାଇଛନ୍ତି । ନୀତୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, 'ଗର୍ବିତ, ଅତ୍ୟଧିକ ଗର୍ବିତ ଆଲିଆ ଭଟ୍ଟ, ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ ।' ଏଥିସହ ସେ ଇନଷ୍ଟାଗ୍ରାମରେ ମଧ୍ୟ ଏକ ଭିଡିଓ ସେୟାର କରି ଲେଖିଛନ୍ତି, 'ମୋର ପ୍ରିୟ ଆଲିଆ, ଜାତୀୟ ପୁରସ୍କାର ପାଇଁ ତୁମକୁ ଅଭିନନ୍ଦନ। ଏହି ସବୁ ତୁମର କଠିନ ପରିଶ୍ରମ ଏବଂ ତୁମର କଳା ପ୍ରତି ଉତ୍ସର୍ଗର ଫଳାଫଳ । ଏହା ବାସ୍ତବରେ ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ।

ଆଲିଆଙ୍କୁ ଶୁଭେଚ୍ଛା ଜଣାଇଲେ ଶାଶୁ ନୀତୁ କପୁର

Last Updated : Oct 18, 2023, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.