ETV Bharat / entertainment

'ମୋ ବାପା ମାଆ ଆର୍ଥିକ ଅଭାବ ଦେଖିଛନ୍ତି', ମହେଶ ଭଟ୍ଟ-ସୋନି ରାଜଦାନଙ୍କ ସଂଘର୍ଷ ବଖାଣିଲେ ଆଲିଆ - ଆଲିଆ ଭଟ୍ଟଙ୍କ ପିତା ମହେଶ ଭଟ୍ଟ

ନିକଟରେ ଏକ ସାକ୍ଷାତକାରରେ ଆଲିଆ ଭଟ୍ଟ ତାଙ୍କ ବାପା ମହେଶ ଭଟ୍ଟଙ୍କ ମଦ୍ୟପାନ ଏବଂ ମା’ ସୋନି ରଜଦାନଙ୍କ ସଂଘର୍ଷ ବିଷୟରେ କହିଛନ୍ତି। ତାଙ୍କ ବାପା ମା’ଙ୍କ ଅପେକ୍ଷା ଗ୍ଲାମର ଦୁନିଆରେ ତାଙ୍କର ଯାତ୍ରା କିପରି ସହଜ ଥିଲା ସେ ବିଷୟରେ ମଧ୍ୟ ଅଭିନେତ୍ରୀ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

ଆଲିଆ
ଆଲିଆ
author img

By ETV Bharat Odisha Team

Published : Oct 2, 2023, 7:57 AM IST

ହାଇଦ୍ରାବାଦ: ନିକଟରେ ଆଲିଆ ଭଟ୍ଟ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଜିଗ୍ରା' ଘୋଷଣା କରିଛନ୍ତି । ବର୍ତ୍ତମାନ ଏକ ସାକ୍ଷାତକାରରେ ସେ ତାଙ୍କ ବାପା ମହେଶ ଭଟ୍ଟଙ୍କ ମଦ୍ୟପାନ ଏବଂ ମା’ ସୋନି ରଜଦାନଙ୍କ ସଂଘର୍ଷ ବିଷୟରେ କହିଛନ୍ତି । ତାଙ୍କ ବାପା-ମା’ଙ୍କ ଅପେକ୍ଷା ଗ୍ଲାମର୍‌ ଦୁନିଆରେ ତାଙ୍କର ଯାତ୍ରା କିପରି ସହଜ ଥିଲା ସେ ବିଷୟରେ ମଧ୍ୟ ଅଭିନେତ୍ରୀ ବିସ୍ତୃତ ଆଲୋଚନା କରିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରକାଶ କରିଛନ୍ତି । ଚିତ୍ତାକର୍ଷକ ମନୋରଞ୍ଜନ ଜଗତରେ ତାଙ୍କର ଯାତ୍ରା ତାଙ୍କ ବାପା ମା’ଙ୍କ ଅପେକ୍ଷା ସହଜ ଥିଲା। ତାଙ୍କ ମା’ଙ୍କ ସଂଘର୍ଷକୁ ମନେ ପକାଇ ଅଭିନେତ୍ରୀ କହିଛନ୍ତି, "ମୋ ମା’ଙ୍କୁ ଜଣାନଥିଲା କି ସେ ନିଜ ନାମ କିପରି ଅର୍ଜନ କରିବେ । ଏତେ ପରିଶ୍ରମ କରିବା ସତ୍ତ୍ବେ ମୋ ମା’ କଦାପି ମୁଖ୍ୟଧାରା ଅଭିନେତ୍ରୀ ହୋଇପାରିଲେ ନାହିଁ । ତାଙ୍କର ଚଳଚ୍ଚିତ୍ର ସହିତ କୌଣସି ସମ୍ପର୍କ ନଥିଲା । ଏବଂ ଅଡିସନ ପାଇଁ ଥିଏଟରରୁ ଆରମ୍ଭ କରି ଚଳଚ୍ଚିତ୍ର ଷ୍ଟୁଡିଓ ଏବଂ ଟେଲିଭିଜନ ଷ୍ଟୁଡିଓ ପର୍ଯ୍ୟନ୍ତ ଯାଉଥିଲେ । ସେ ହିନ୍ଦୀ ମଧ୍ୟ ଭଲଭାବେ କହିପାରୁନଥିଲେ, ତେଣୁ ତାଙ୍କ ପାଇଁ ଏହା କଷ୍ଟସାଧ୍ୟ ଥିଲା । ସେ କଦାପି ମୁଖ୍ୟ ଅଭିନେତ୍ରୀ ହୋଇପାରିଲେ ନାହିଁ, କିନ୍ତୁ ସେ ବହୁତ ପରିଶ୍ରମ କରିଥିଲେ । ଲୋକମାନେ କେବଳ କୁହନ୍ତି ଯେ ଆପଣଙ୍କୁ ଅଧିକ ପରିଶ୍ରମର ଆବଶ୍ୟକତା ଅଛି । କଠିନ ପରିଶ୍ରମ କର ଏବଂ ତୁମେ ସଫଳ ହେବ, କିନ୍ତୁ ଏହା ସତ୍ୟ ନୁହେଁ ।"

ଆଲିଆ ଭଟ୍ଟ ଆହୁରି କହିଛନ୍ତି ଯେ, ତାଙ୍କ ମା’ଙ୍କ ପାଇଁ କୌଣସି କାମ ଛୋଟ ନଥିଲା ଏବଂ ଯେତେବେଳେ ସେ ସୁଯୋଗ ପାଉଥିଲେ ଟିଭି ହେଉ କିମ୍ବା ଚଳଚ୍ଚିତ୍ର ହେଉ ସେ ଅଭିନୟ କରୁଥିଲେ । ସେ କହିଥିଲେ, "ମୁଁ ଭାବୁଛି ଏହା ପ୍ରକୃତରେ କିଛି ଏମିତି ଅଛି, ଯାହା ମୁଁ ଛଡ଼ାଇ ନେଇଥିଲି । ଏହା ମୋ ଉପରେ ବହୁତ ପ୍ରଭାବ ପକାଇଲା । ମୁଁ କେତେ ଭାଗ୍ୟବାନ, ସେ ମୋତେ ପ୍ରାରମ୍ଭରେ ଏହା ଅନୁଭବ କରାଇ ଦେଇଥିଲେ । ମୋ ମା’ ସର୍ବଦା ମୋତେ ଲୋକଙ୍କ କଥାକୁ ସାମ୍ନା କରିବାକୁ ପ୍ରସ୍ତୁତ ରଖୁଥିଲେ। ସେ ମୋତେ ଏସବୁ ଶିଖାଇଦେଇଥିଲେ ଏବଂ ଏହା ତାଙ୍କର ନିଜର ଅନୁଭୂତି ଥିଲା ।"

ଆଲିଆ ଭଟ୍ଟ ମହେଶ ଭଟ୍ଟଙ୍କ ସଂଘର୍ଷ ବିଷୟରେ ମଧ୍ୟ କହିଛନ୍ତି । ସେ କହିଛନ୍ତି, "ଏକ ସମୟ ଥିଲା ତାଙ୍କର ଅନେକ ଫ୍ଲପ୍ ଫିଲ୍ମ ଥିଲା। ତାଙ୍କ ପାଖରେ କୌଣସି ଟଙ୍କା ନଥିଲା ଏବଂ ଅତ୍ୟଧିକ ମଦ୍ୟପାନ କରୁଥିଲେ । କିନ୍ତୁ ସେ ଶେଷରେ ମଦ୍ୟପାନ ଛାଡ଼ିଦେଲେ, କିନ୍ତୁ ତାଙ୍କ ଜୀବନ ଏବଂ କାର୍ଯ୍ୟରେ ଜିନିଷଗୁଡ଼ିକ ବହୁତ ଅପ୍-ଡାଉନ୍ ଥିଲା । ମୋର ବାପା ମା’ଙ୍କୁ ସଫଳ ହେବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା, ଯାହାଦ୍ୱାରା ମୁଁ ସୁବିଧା ଉପଭୋଗ କରିପାରିଲି । ଯଦିଓ ଆସନ୍ତାକାଲି ମୁଁ ଭଲ ପ୍ରଦର୍ଶନ ନକରିପାରିବି ଏବଂ ମୋତେ ଚଳଚ୍ଚିତ୍ର ମିଳିବା ବନ୍ଦ ହୋଇଯିବ, ତଥାପି ମୁଁ ସର୍ବଦା ସତ୍ୟକୁ ଗ୍ରହଣ କରିବି ଯେ ମୋତେ ଏତେ ଭଲ ସୁଯୋଗ ମିଳିଛି, ଏଥିପାଇଁ ମୁଁ ପ୍ରକୃତରେ କେବେ ଅଭିଯୋଗ କରିପାରିବି ନାହିଁ ।"

ଏହା ମଧ୍ୟ ପଢନ୍ତୁ: Alia Bhatt New Movie: ଧମାଲ ମଚାଇବ ଜିଗ୍ରା ! ଦମଦାର ମୋସନ୍‌ ପୋଷ୍ଟର ସହ ରିଲିଜ ଡେଟ୍‌ ଘୋଷଣା

ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ, ସେ ନିକଟରେ ରଣଭୀର ସିଂଙ୍କ ସହ 'ରକି ଔର ରାନୀ କି ପ୍ରେମ କାହାନୀ'ରେ ନଜର ଆସିଥିଲେ । ତାଙ୍କୁ ପରବର୍ତ୍ତୀ ପ୍ରଡକ୍ସନ୍ ଫିଲ୍ମ 'ଜିଗ୍ରା'ରେ ଦେଖିବାକୁ ମିଳିବ । 'ଜିଗ୍ରା' ବିଷୟରେ ଅଭିନେତ୍ରୀ କହିଛନ୍ତି, "ମୁଁ ବିଶ୍ୱାସ କରେ କାହାଣୀ ସବୁଠି ଅଛି ଏବଂ କାହାଣୀ ହିଁ ସବୁକିଛି । ବାପା ମାଆଙ୍କ ସଂଘର୍ଷ ହିଁ ମୋତେ ହଲିଉଡ୍‌ରେ କାମ କରିବାକୁ ପ୍ରେରଣା ଯୋଗାଇ ଥିଲା । ଏହାପରେ ମୁଁ ସନସାଇନ୍‌ ପ୍ରଡକ୍ସନ ଯୋଗାଯୋଗରେ ଆସିଲି । ପରେ ହାର୍ଟ ଅଫ୍‌ ଷ୍ଟୋନ୍‌ରେ କାମ କଲି । ଯାହା ମୋ କମଫର୍ଟ ଜୋନ୍‌ ବାହାରେ ଥିଲା ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.