ETV Bharat / entertainment

ଝିଅ ରାହା ସହିତ ନଜର ଆସିଲେ ଆଲିଆ ରଣବୀର, କ୍ୟାମେରାରେ କଏଦ ହେଲା ଫଟୋ

author img

By

Published : Jan 17, 2023, 12:06 PM IST

ଝିଅ ରାହା ସହିତ ନଜର ଆସିଲେ ଆଲିଆ ଭଟ୍ଟ ଓ ରଣବୀର କପୁର । ପ୍ରଥମ ଥର ପାଇଁ ଝିଅ ସହିତ ଦେଖାଗଲେ ଷ୍ଟାର ଦମ୍ପତ୍ତି । ଅଧିକ ପଢ଼ନ୍ତୁ

daughter raha kapoor
ରାହା ସହିତ ନଜର ଆସିଲେ ଆଲିଆ ରଣବୀର

ମୁମ୍ବାଇ : କ୍ୟାମେରାରେ କଏଦ ହେଲା ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଝିଅର ଚେହେରା । ଗତ ଶୁକ୍ରବାର ମୁମ୍ବାଇରେ ଝିଅ ରାହାକୁ ନେଇ ରଣବୀର କପୁର ଓ ଆଲିଆ ଭଟ୍ଟ ବାହାରକୁ ଆସିଥିଲେ । ସେହି ସମୟରେ ଝିଅ ‘ରାହା’ଙ୍କ ଚେହେରା ଗଣମାଧ୍ୟମର କ୍ୟାମେରାରେ କଏଦ ହୋଇଯାଇଛି । ଯାହା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହି ଷ୍ଟାର କପଲ୍‌ ଝିଅ ସହିତ ମର୍ଣ୍ଣିଂ ଓ୍ଵାକ୍‌ରେ ଯାଇଥିଲେ । ସେମାନଙ୍କ ସହିତ ଆଲିଆଙ୍କ ଭଉଣୀ ତଥା ଲେଖିକା ଶାହିନ୍ ଭଟ୍ଟ ମଧ୍ୟ ଥିଲେ ।

ଝିଅ ସହିତ ଆଲିଆ ଓ ରଣବୀରଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଫଟୋ ଗୁଡ଼ିକରେ କପୁର ଦମ୍ପତି ଓ ତାଙ୍କ ଝିଅକୁ ବ୍ଲାକ୍‌ କଷ୍ଟ୍ୟୁମ୍‌ରେ ଦେଖିବାକୁ ମିଳିଥିଲା । ଏକ ଫଟୋରେ ରଣବୀର ରାହାଙ୍କୁ ବେବି ଷ୍ଟ୍ରୋଲରରେ ନେଇ ଯାଉଥିବାର ଦେଥିବାକୁ ମିଳିଛି । ସେପଟେ ଆଲିଆ ମଧ୍ୟ ଝିଅକୁ କାଖେଇ ଧରିଥିବା ନଜର ଆସିଛନ୍ତି । ସମସ୍ତ ଫଟୋରେ ରାହାଙ୍କ ଚେହେରା ଲୁଚା ଯାଇଛି, କାରଣ ଷ୍ଟାର୍‌ ଦମ୍ପତି ପାପାରାଜିଙ୍କୁ ସେମାନଙ୍କ ଝିଅର ଫଟୋ କ୍ଲିକ୍ ନକରିବାକୁ ଅନୁରୋଧ କରିଥିଲେ।

ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ଭଳି ଆଲିଆ ଓ ରଣବୀର ମଧ୍ୟ ପାପାରାଜିଙ୍କୁ ଅନୁରୋଧ କରିଥିଲେ କି, ସେମାନେ ତାଙ୍କ ଝିଅ ରାହାର ଫଟୋ କ୍ଲିକ୍‌ ନ କର ନ୍ତୁ। କହି ରଖୁଛୁ, ଗତ ବର୍ଷ ନଭେମ୍ବର ୬ରେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଝିଅକୁ ଜନ୍ମ ନେଇଥିଲା । ସେପଟେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ଗୁଡ଼ିକୁ ଫ୍ୟାନ୍‌ମାନେ ବେଶ ପସନ୍ଦ କରିଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ. Pokhara Plane Crash: ଆଧା ରହଗଲା ମୁଖ୍ୟ ପାଇଲଟ ହେବ ସ୍ବପ୍ନ, ସଫଳ ଅବତରଣରେ ଅଞ୍ଜୁଙ୍କୁ ମିଳିଥାନ୍ତା ପାଇଲଟ ଲାଇସେନ୍ସ

ଆଲିଆ ଓ ରଣବୀର ଦୀର୍ଘ ଦିନର ଡେଟିଂ ପରେ ଗତ ବର୍ଷ ଏପ୍ରିଲ ମାସରେ ବିବାହ କରିଥିଲେ । ତେବେ ବିବାହର ଦୁଇ ମାସ ପରେ ଜୁନ ମାସରେ ହିଁ ଗୁଡ୍ ନ୍ୟୁଜ ଦେଇଥିଲେ ଆଲିଆ । ନଭେମ୍ବର ୬ ତାରିଖ ସକାଳ ୭.୩୦ ସମୟରେ ମୁମ୍ବାଇର ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଆଲିଆ । ଆଲିଆଙ୍କୁ ମୁମ୍ବାଇର ଏଚ୍‌ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ ଏବଂ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଲିଆ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଯାହାର ନାଁ ରଖିଛନ୍ତି ରାହା । ବଲିଉଡର ମୋଷ୍ଟ ଲଭିଂ କପଲ ଭାବେ ଜଣାଶୁଣା ରଣବୀର ଓ ଆଲିଆ ବାପା ମାଆ ହେବାପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ କପୁର ପରିବାରର ନୂଆ ସଦସ୍ୟ କାହା ପରି ଦେଖାଯାଉଛନ୍ତି ଆଲିଆ ନା ରଣବୀର ତାକୁ ଦେଖିବା ପାଇଁ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି ଫ୍ୟାନସମାନେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.