ETV Bharat / entertainment

69th National Film Awards: ରେଡ କାର୍ପେଟରେ ଅଲ୍ଲୁ ଅର୍ଜୁନ, ବିବାହ ଦିନର ଶାଢୀରେ ଆଲିଆ ଆସିଲେ ନଜର

author img

By ETV Bharat Odisha Team

Published : Oct 17, 2023, 4:15 PM IST

ନୂଆଦିଲ୍ଲୀରେ ଅନୁଷ୍ଠିତ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରତିଭାଙ୍କୁ ସମ୍ମାନିତ କରୁଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ମନୋନୀତ ତାରକାଙ୍କୁ ଷ୍ଟାଇଲିସ ଲୁକରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ,

ରେଡ କାର୍ପେଟରେ ନଜର ଆସିଲେ ଅଲ୍ଲୁ ଅର୍ଜୁନ, ବିବାହ ଦିନର ଶାଢୀରେ ଆଲିଆ ଆସିଲେ ନଜର

ହାଇଦ୍ରାବାଦ: ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରାପ୍ତ କରିଥିବା ସେଲିବ୍ରିଟିଙ୍କୁ ସମ୍ମାନିତ କରିବା ପାଇଁ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ନୂଆଦିଲ୍ଲୀର ବିଜ୍ଞାନ୍ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନୋନୀତ ତାରକା ଏଠାରେ ସାମିଲ ହୋଇଛନ୍ତି । ତେବେ ସମସ୍ତ ବିଜେତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ସମ୍ମାନିତ କରାଯିବ ।

ଅଗଷ୍ଟରେ ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା । ବର୍ତ୍ତମାନ ସେହି ସମସ୍ତ ମନୋନୀତ ସେଲିବ୍ରିଟି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବେ। ପ୍ରେସ ସୂଚନା ବ୍ୟୁରୋ ଏହାର ସୋସିଆଲ ମିଡିଆ ଚ୍ୟାନେଲରେ ସମାରୋହକୁ ଲାଇଭ୍ ଷ୍ଟ୍ରିମ୍ କରିଛି । ଏହି ଅବସରରେ ବଲିଉଡ ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର, ଅଭିନେତ୍ରୀ ଆଲିଆ ଭଟ୍ଟ, କ୍ରିତି ସାନନ ଏବଂ ସାଉଥ ସୁପରଷ୍ଟାପର ଅଲ୍ଲୁ ଅର୍ଜୁନ, ଫିଲ୍ମ ନିର୍ଦ୍ଦେଶକ ଏସ ଏସ ରାଜାମୌଲି କାର୍ଯ୍ୟକ୍ରମ ରେଡ କାପେର୍ଟରେ ସାମିଲ ହୋଇଛନ୍ତି ।

69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ରେଡ କାର୍ପେଟରେ RRR ରେ ଏସ ଏସ ରାଜାମୌଲି: ରେଡ କାର୍ପେଟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଏସ୍ ଏସ ରାଜାମୌଲି କହିଛନ୍ତି, "ମୌଳିକ ଭାବରେ ମୁଁ ଜଣେ ଚଳଚ୍ଚିତ୍ର ନିର୍ମାତା ଯିଏ ଦର୍ଶକଙ୍କ ପାଇଁ ଚଳଚ୍ଚିତ୍ର ନିର୍ମାଣ କରୁଛି । ତେବେ ଏହି ପୁରସ୍କାର ମୋ ପାଇଁ ଏକ ବୋନସ୍ ଅଟେ । କିନ୍ତୁ ଯେତେବେଳେ ତୁମର ଚଳଚ୍ଚିତ୍ର ଜାତୀୟ ସ୍ତରରେ ମାନ୍ୟତା ପାଏ ଏବଂ ତୁମେ ତୁମର ଚଳଚ୍ଚିତ୍ର ପାଇଁ ୬ଟି ପୁରସ୍କାର ପାଏ । ତେବେ ତାହାଠାରୁ ଖୁସି କଥା ଆଉ କଣ ଅଛି । ଏଣୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏଥିସହ RRR ଯାତ୍ରାକୁ ନେଇ ରାଜାମୌଲି କହିଛନ୍ତି, ଟିମ୍ କେବେବି ଫିଲ୍ମର ରିଲିଜ ଦିନକୁ ଭୁଲିବ ନାହିଁ । ସୂଚନା ଥାଉ କି, 69 ତମ ଜାତୀୟ ପୁରସ୍କାରରେ ୬ଟି ବର୍ଗରେ ଆରଆରଆର ମନୋନୀତ ହୋଇଛି । ଶ୍ରେଷ୍ଠ ଲୋକପ୍ରିୟ ମନୋରଞ୍ଜନ ଚଳଚ୍ଚିତ୍ର, ଶ୍ରେଷ୍ଠ ପୁରୁଷ ପ୍ଲେ ବେକ ଗାୟକ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା, ଶ୍ରେଷ୍ଠ ସ୍ପେଶାଲ ଇଫେକ୍ଟ, ଶ୍ରେଷ୍ଠ କୋରିଓଗ୍ରାଫି ଏବଂ ଶ୍ରେଷ୍ଠ ଆକ୍ସନ୍ ନିର୍ଦ୍ଦେଶନା ଏହି ଶ୍ରେଣୀଗୁଡ଼ିକରେ ଅନ୍ତର୍ଭୁକ୍ତ ।

69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ରେଡ କାର୍ପେଟରେ କରଣ ଜୋହର: କରଣ ଜୋହର ପ୍ରଡକ୍ସନରେ ନିର୍ମିତ ଶେରଶାହ 69 ତମ ଜାତୀୟ ପୁରସ୍କାରରେ ସ୍ୱତନ୍ତ୍ର ଜୁରି ପୁରସ୍କାର ପାଇଁ ମନୋନୀତ । ତେବେ ଏନେଇ ସେ କହିଛନ୍ତି, ବହୁତ ଖୁସି ଅନୁଭବ କରୁଛି । ଆମେ ଏହା ଠାରୁ ଅଧିକା ଆଉ କ’ଣ ମାଗିପାରିବୁ?

ପୁଷ୍ପା ପାଇଁ ଜାତୀୟ ପୁରସ୍କାର ଜିତିବା ଉପରେ ଅଲ୍ଲୁ ଅର୍ଜୁନ: ଗଣମାଧ୍ୟମ ସହ କଥାବାର୍ତ୍ତା କରି ଅଲ୍ଲୁ ଅର୍ଜୁନ କହିଛନ୍ତି ଯେ ଏହି ସଫଳ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇ ମୋ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି । ଏହି ସମୟରେ ଅଭିନେତା ପୁଷ୍ପା: ଦି ରାଇଜ୍ ରୁ ତାଙ୍କର ଲୋକପ୍ରିୟ ସଂଳାପ 'ଥାଗେଡେ ଲେ' କୁ ମଧ୍ୟ କହିଛନ୍ତି । ତେବେ ସୁକୁମାରନ ନିର୍ଦ୍ଦେଶିତ ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା ବର୍ଗରେ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ରେଡ କାର୍ପେଟରେ ଆଲିଆ ଭଟ୍ଟ: ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଗଙ୍ଗୁବାଇ କାଠିଆୱାଡିରେ ଉଲ୍ଲେଖନୀୟ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି ଆଲିଆ । ଆଜିର ଦିନ ଆଲିଆଙ୍କ ପାଇଁ କୌଣସି ସେଲିବ୍ରେସନ ଠାରୁ କମ ନୁହେଁ । ତେବେ ସେ ଏହି ବିଶେଷ ଦିନରେ ନିଜ ବିବାହ ଦିନର ଶାଢୀକୁ ପୁଣି ପିନ୍ଧି ଆଜିର ଦିନକୁ ସ୍ମରଣୀୟ କରିଛନ୍ତି ।

ଏହି ସମୟରେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି, "ଯାହା ଅନୁଭବ କରୁଛି ତାହାକୁ ବର୍ଣ୍ଣନା କରିପାରିବି ନାହିଁ । ମୋ ହୃଦୟରେ କେବଳ ବହୁତ କୃତଜ୍ଞତା ଅଛି । ମୁଁ ଏଠାରେ ଥିବାରୁ ମୁଁ ଅତ୍ୟଧିକ କୃତଜ୍ଞ ଏବଂ ସମ୍ମାନିତ ଅନୁଭବ କରୁଛି ।" ଅଭିନେତ୍ରୀ ସଞ୍ଜୟ ଲୀଲା ଭନସାଲୀଙ୍କୁ ଫିଲ୍ମରେ ଗଙ୍ଗୁ ଭୂମିକାରେ କାମ କରିବାର ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଥିବା କହିଛନ୍ତି। ସେପଟେ କ୍ରିତି ସାନନଙ୍କୁ ଫିଲ୍ମ ମିମି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.