ରାଣାଘାଟ: ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇବାଠୁ ଆରମ୍ଭ କରି 'ତେରୀ ମେରୀ କାହାନି' ଗୀତ ପର୍ଯ୍ୟନ୍ତ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଥିବା ରାନୁ ମଣ୍ଡଳଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଏମିତିରେ ରାନୁ ମଣ୍ଡଳଙ୍କ ଉପରେ ଫିଲ୍ମ ହେବା ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି। ତେବେ ଫିଲ୍ମର ନାମ ‘ମିସ୍ ରାନୁ ମାରିୟା’ ରହିଥିବାବେଳେ ଏହାକୁ ଋଷିକେଶ ମଣ୍ଡଳ ନିର୍ଦ୍ଦେଶନା ଦେଉଛନ୍ତି। ଏଭଳି ପରିସ୍ଥିତିରେ ରାନୁ ମଣ୍ଡଳ ହିମେଶ ରେଶମିଆଙ୍କୁ ଅନୁରୋଧ କରିଛନ୍ତି କି ସେ ତାଙ୍କ ବାୟୋପିକରେ ଏକ ଭୂମିକାରେ ଅଭିନୟ କରନ୍ତୁ।
- " class="align-text-top noRightClick twitterSection" data="
">
ଏହି ବାୟୋପିକରେ ରାନୁ ମଣ୍ଡଳଙ୍କ ଭୂମିକାରେ ନଜର ଆସିବେ ବଙ୍ଗାଳୀ ଏବଂ ହିନ୍ଦୀ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ଇଶିକା ଦେ । ଏହି ଫିଲ୍ମର ସୁଟିଂ କଲିକତା ଏବଂ ମୁମ୍ବାଇରେ ହେବ । ତେବେ ଫିଲ୍ମରେ ହିମେଶ ରେଶମିଆଙ୍କ ଚରିତ୍ର ଉପରେ ଏଯାଏଁ ମୋହର ଲାଗିନାହିଁ, କିନ୍ତୁ ନିର୍ଦ୍ଦେଶକ କହିଛନ୍ତି ଯେ ସେ ଏହି ଚରିତ୍ରରେ ଅଭିନୟ କରିବା ଉଚିତ୍। ଏଥିପାଇଁ ରାନୁ ମଣ୍ଡଳ ହିମେଶଙ୍କୁ ଏକ ଭିଡିଓ ତିଆରି କରି ଏହି ଚରିତ୍ରରେ ଅଭିନୟ କରିବାକୁ ପରାମର୍ଶ ଦେଇଛନ୍ତି ।
ସେ ଏହି ଭିଡିଓକୁ ହ୍ବାଟସ୍ ଆପ୍ ମାଧ୍ୟମରେ ହିମେଶଙ୍କ ନିକଟକୁ ପଠାଇଛନ୍ତି। ଏଥି ସହିତ, ହିମେଶ ରେଶମିଆଙ୍କ ସହକାରୀ ମଧ୍ୟ ତାଙ୍କୁ ଏହି ଚରିତ୍ରରେ ଅଭିନୟ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ, ଖବର ଅଛି ଯେ ରାନୁ ତାଙ୍କ ବାୟୋପିକରେ ଦୁଇଟି ଗୀତ ଗାଇବାକୁ ଯାଉଛନ୍ତି । ଫିଲ୍ମର କିଛି ଗୀତ ପୂର୍ବରୁ ରେକର୍ଡ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ନିର୍ଦ୍ଦେଶକ ଋଷିକେଶ ମଣ୍ଡଳ କହିଛନ୍ତି ଯେ ଫିଲ୍ମର ସୁଟିଂ ମେ 23 ରୁ ଆରମ୍ଭ ହେବ ।
ସୂଚନାନୁସାରେ, ଲତା ମଙ୍ଗେଶକରଙ୍କ ଗୀତ ଗାଇ ଷ୍ଟାର ପାଲଟିଯାଇଥିଲେ ରାନୁ ମଣ୍ଡଳ । ତାଙ୍କର ଗୋଟିଏ ଗୀତ ରାତାରାତି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା । ପଶ୍ଚିମବଙ୍ଗର ରଣାଘାଟ ଷ୍ଟେସନରୁ ପ୍ରସିଦ୍ଧ ହୋଇଥିବା ରାନୁ ଗାଇଥିବା ‘ତେରୀ ମେରୀ କାହାନୀ’ ଗୀତଟି ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ସେନସେସନ୍ ପାଲଟିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ