ETV Bharat / entertainment

OMG 2 Trailer: ଏହି କାରଣରୁ ଫିଲ୍ମର ଟ୍ରେଲର ରିଲିଜକୁ ସ୍ଥଗିତ ରଖିଲେ ଅକ୍ଷୟ

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ଓଏମଜି2 ର ଟ୍ରେଲର ଲଞ୍ଚକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିଲେ। ହେଲେ ବର୍ତ୍ତମାନ ଟ୍ରେଲର ରିଲିଜକୁ ସ୍ଥଗିତ ରଖିଲେ ଅଭିନେତା। ଏହା ପଛରେ କାରଣ କ'ଣ ଏବଂ କେବେ ପୁଣି ରିଲିଜ ହେବ ଟ୍ରେଲର ? ଜାଣନ୍ତୁ...

author img

By

Published : Aug 2, 2023, 6:29 PM IST

ଏହି କାରଣରୁ ଫିଲ୍ମର ଟ୍ରେଲର ରିଲିଜକୁ ସ୍ଥଗିତ ରଖିଲେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ଓଏମଜି-2 ଅଗଷ୍ଟ 11ରେ ରିଲିଜ ହେବ । ଆଜି ଫିଲ୍ମର ଟ୍ରେଲର ରିଲିଜ ହେବାର ଥିଲା । ହେଲେ ବର୍ତ୍ତମାନ ଟ୍ରେଲର ରିଲିଜ ତାରିଖକୁ ଘୁଞ୍ଚାଇଛନ୍ତି ଅକ୍ଷୟ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ କାହିଁକି ଆଜି ଟ୍ରେଲର ରିଲିଜ କଲେ ନାହିଁ ତାହାର କାରଣ ଜଣାଇଛନ୍ତି ।

ନିର୍ଦ୍ଦେଶକ ନିତିନ ଦେଶାଇଙ୍କୁ ସମ୍ମାନ ଜଣାଇ ଟ୍ରେଲର ରିଲିଜକୁ ସ୍ଥଗିତ ରଖିଲେ ଅକ୍ଷୟ

ଲୋକପ୍ରିୟ ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆକସ୍ମିକ ମୃତ୍ୟୁ ସାରା ବଲିଉଡ ଇଣ୍ଡଷ୍ଟ୍ରିକୁ ଚକିତ କରିଛି । ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ତେବେ ନିତିନଙ୍କ ମୃତ୍ୟୁରେ ଅକ୍ଷୟ ଭାଙ୍ଗି ପଡିଛନ୍ତି । ଯେଉଁ କାରଣରୁ ସେ ତାଙ୍କ ଆଗାମୀ ଫିଲ୍ମ ଓଏମଜି-2ର ଟ୍ରେଲର ରିଲିଜକୁ ସ୍ଥଗିତ ରଖିଛନ୍ତି । ଏଥିସହ ନିର୍ମାତାମାନେ ବର୍ତ୍ତମାନ ଟ୍ରେଲର ରିଲିଜ ପାଇଁ ଏକ ନୂତନ ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭାଇରାଲ ହେଉଛି ନିତିନ ଦେଶାଇଙ୍କ ସୋସିଆଲ ମିଡିଆ ପୋଷ୍ଟ

ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଅକ୍ଷୟ କୁମାର ଟ୍ରେଲର ଲଞ୍ଚ୍‌କୁ ଘୁଞ୍ଚାଇବା ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, ଅବିଶ୍ୱସନୀୟ, ନିତିନ ଦେଶାଇଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ବହୁତ ଦୁଃଖିତ । ସେ ଆମ ସିନେମାର ପ୍ରଡକ୍ସନ୍ ଡିଜାଇନ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ, ସେ ମୋର ଅନେକ ଚଳଚ୍ଚିତ୍ର ପାଇଁ କାମ କରିଥିଲେ, ଏହା ଆମ ପାଇଁ ଏକ ବଡ କ୍ଷତି । ତାଙ୍କ ପାଇଁ ସମ୍ମାନ କାରଣରୁ ଆମେ ଆଜି ଆମର ଚଳଚ୍ଚିତ୍ର OMG-2ର ଟ୍ରେଲର ରିଲିଜ୍ କରୁନାହୁଁ । "ଫିଲ୍ମର ଟ୍ରେଲର ଆସନ୍ତାକାଲି ସକାଳ 11ଟାରେ ରିଲିଜ କରିବୁ। ଓମ୍ ଶାନ୍ତି ।"

ସୂଚନା ଥାଉ କି, ଲୋକପ୍ରିୟ ନିର୍ଦ୍ଦେଶକ, ପ୍ରଡକ୍ସନ୍ ଡିଜାଇନର୍, ନିର୍ମାତା ତଥା ଅଭିନେତା ନିତିନ ଚନ୍ଦ୍ରକାନ୍ତ ଦେଶାଇ ମଙ୍ଗଳବାର ବିଳମ୍ବିତ ରାତିରେ ଜୀବନ ହାରିଛନ୍ତି । ମୁମ୍ବାଇ ନିକଟସ୍ଥ କର୍ଜତରେ ଥିବା ଏନ୍‌ଡି ଷ୍ଟୁଡିଓରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେ କାହିଁକି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ । ମୃତ୍ୟୁ ବେଳକୁ ତାଙ୍କୁ 58 ବର୍ଷ ହୋଇଥିଲା । ତେବେ ତାଙ୍କ ଆକସ୍ମିକ ବିୟୋଗକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସେପଟେ ଓଏମଜି-2 ବିଷୟରେ କହିବାକୁ ଗଲେ, ଫିଲ୍ମରେ ଅକ୍ଷୟଙ୍କ ସହ ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ଭଗବାନ ଶିବଙ୍କ ଭୂମିକାରେ ନଜର ଆସିବେ ଅକ୍ଷୟ ଏବଂ ପଙ୍କଜ ତାଙ୍କ ଦୂତ ଭାବରେ ନଜର ଆସିବେ । ଫିଲ୍ମଟି ଅଗଷ୍ଟ 11ରେ ରିଲିଜ ହେବ । ସନ୍ନି ଦେଓଲଙ୍କ ଫିଲ୍ମ ଗଦର-2 ସହ କଡା ଟକ୍କର ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.