ମୁମ୍ବାଇ: ଆହତ ହେବା ପରେ ପୁଣି ସୁଟିଂ ସେଟକୁ ଫେରିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଆଣ୍ଠୁରେ ଆଘାତ ଲାଗିଥିବା ସତ୍ତ୍ବେ ସୁଟିଂ ସେଟ୍କୁ ଫେରି ଆକ୍ସନ ସିନ୍ ସୁଟ କରୁଛନ୍ତି ଅଭିନେତା । ଫିଲ୍ମ 'ବଡେ ମିୟାଁ ଚୋଟେ ମିୟାଁ' ପାଇଁ ବର୍ତ୍ତମାନ ଅକ୍ଷୟ ଏକ ହାଇବଜେଟର ଆକ୍ସନ ସିନ୍ ସୁଟିଂରେ ବ୍ୟସ୍ତ ଅଛନ୍ତି ଅକ୍ଷୟ। ଯାହାର ଦାମ ପ୍ରାୟ 15କୋଟି ଟଙ୍କା ହେବ ବୋଲି କୁହାଯାଉଛି ।
-
#AkshayKumar𓃵 shoots a bike chase stunt despite having a knee injury🥺 He completed this stunt by having braces on his knee & without any body-double 🥵unlike some fake action gulati master 😂😭#BMCM pic.twitter.com/YjCYfeCavQ
— S A H I L 🇮🇳 (@BornAkkian) March 27, 2023 " class="align-text-top noRightClick twitterSection" data="
">#AkshayKumar𓃵 shoots a bike chase stunt despite having a knee injury🥺 He completed this stunt by having braces on his knee & without any body-double 🥵unlike some fake action gulati master 😂😭#BMCM pic.twitter.com/YjCYfeCavQ
— S A H I L 🇮🇳 (@BornAkkian) March 27, 2023#AkshayKumar𓃵 shoots a bike chase stunt despite having a knee injury🥺 He completed this stunt by having braces on his knee & without any body-double 🥵unlike some fake action gulati master 😂😭#BMCM pic.twitter.com/YjCYfeCavQ
— S A H I L 🇮🇳 (@BornAkkian) March 27, 2023
ଅଲି ଅବ୍ବାସ ଜାଫରଙ୍କ ସହ ମେଗା ବଜେଟ୍ ଆକ୍ସନ୍ ଥ୍ରିଲର ଫିଲ୍ମ 'ବଡେ ମିୟାଁ ଚୋଟେ ମିୟାଁ' ପାଇଁ ବଲିଉଡ ଖିଲାଡି ଅକ୍ଷୟ କୁମାର ଏବଂ ଅଭିନେତା ଟାଇଗର ଶ୍ରଫ ଗତ ଏକ ମାସ ଧରି ବ୍ରିଟେନରେ ନନ୍-ଷ୍ଟପ୍ ସୁଟିଂ କରୁଛନ୍ତି । କହିବାକୁ ଗଲେ, ଅକ୍ଷୟ ଏବଂ ଟାଇଗର ହେଲିକପ୍ଟର, ବାଇକ୍, କାର୍ ଏବଂ ଅନ୍ୟାନ୍ୟ ପ୍ରପ୍ ସହିତ ବ୍ରିଟେନରେ ଆକ୍ସନ୍ ସିନର ସୁଟିଂ କରୁଥିବାର ନଜର ଆସିଛନ୍ତି । ତେବେ ଗତ ସପ୍ତାହରେ ଫିଲ୍ମ ପାଇଁ ସୁଟିଂ ସମୟରେ ଆକ୍ସନ୍ ସିନ୍ କରୁଥିବା ବେଳେ ସେଟ୍ରେ ଅକ୍ଷୟଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଆଘାତ ସତ୍ତ୍ବେ ସେ ସମସ୍ତ ସତର୍କତା ସହ ପୁଣି ଫିଲ୍ମର ଆକ୍ସନ୍ ସିନ ସୁଟିଂ ଆରମ୍ଭ କରିଛନ୍ତି । ବର୍ତ୍ତମାନ ବ୍ରିଟେନରେ ସୁଟିଂ କରାଯାଉଥିବା ଏକ ବଡ ଆକ୍ସନ୍ ସିନ୍ ଯାହା ପାଇଁ ନିର୍ମାତା ଜ୍ୟାକି ଭଗ୍ନାନୀ 15 କୋଟି ଟଙ୍କା ଖର୍ଚ୍ଚ କରୁଥିବା କୁହାଯାଉଛି ।
ସୂଚନା ଅନୁସାରେ, ଏହା ହଲିଉଡ ଷ୍ଟଣ୍ଟ ନିର୍ଦ୍ଦେଶକ କ୍ରେଗ ମ୍ୟାକ୍ରାଙ୍କ ଦ୍ବାରା ଡିଜାଇନ ଏକ ସିକ୍ୟୁନ୍ସ ଅଟେ । ଦୁର୍ଭାଗ୍ୟବଶତଃ, ଏହି ସମୟରେ ଅକ୍ଷୟ ଆହତ ହୋଇଥିଲେସ । ଏହି ସିନ୍ ପାଇଁ 15 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଯଦି ଏଠାରେ ସୁଟିଂ ଉପରେ ଅଟକୁଛି, ତେବେ ନିର୍ମାତାଙ୍କୁ ଏନେଇ ବହୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ ।
ସୂଚନା ଥାଉ କି, 'ଅକ୍ଷୟ ସର୍ବଦା ନିର୍ମାତାଙ୍କ ସହ ଫ୍ରେଣ୍ଡଲି ରହିଥାଆନ୍ତି । ତେଣୁ ସେ ଆହତ ଥିଲେ ମଧ୍ୟ ସୁଟିଂ ଜାରି ରଖିବାକୁ ସ୍ଥିର କରିଛନ୍ତି । ଏନେଇ ଅକ୍ଷୟଙ୍କୁ ପ୍ରଡକ୍ସନ୍ ଟିମ ସହ ସହ ଅଭିନେତା ଟାଇଗର ଶ୍ରଫ୍ ମଧ୍ୟ ତାଙ୍କୁ ବହୁତ ସମର୍ଥନ କରୁଥିବାର ନଜର ଆସିଛନ୍ତି । 'ବଡେ ମିୟାଁ ଚୋଟେ ମିୟାଁ' ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଆକ୍ସନ୍ ଫିଲ୍ମ ଭାବରେ ଗଣନା କରାଯାଉଛି । ଏଥିରେ ପୃଥ୍ବୀରାଜ ସୁକୁମାରନ୍ ଏକ ନେଗେଟିଭ ଭୂମିକାରେ ନଜର ଆସିବେ । ତେବେ ଫିଲ୍ମର ପୁରା ଟିମ୍ ଏପ୍ରିଲ ପର୍ଯ୍ୟନ୍ତ ବ୍ରିଟେନରେ ସୁଟିଂ ଜାରି ରଖିବେ ବୋଲି ଜଣାପଡିଛି ।