ETV Bharat / entertainment

ବିବାଦ ପରେ କ୍ଷମା ମାଗିଲେ ଖିଲାଡି କୁମାର, ଛାଡିଲେ ଗୁଟଖା କମ୍ପାନୀର ବିଜ୍ଞାପନ

କୁଟଖା ବିଜ୍ଞାପନ ପାଇଁ ଗତ କିଛି ଦିନ ହେବ ସମାଲୋଚନାର ଶିକାର ହୋଇଥିବା ଅକ୍ଷୟ କୁମାର ତାଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଅକ୍ଷୟ କୁମାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି ଯେ ସେ ତାଙ୍କ ପ୍ରଶଂସକଙ୍କ ଭାବନାକୁ ସମ୍ମାନ କରନ୍ତି । ଅଧିକ ପଢନ୍ତୁ

ବିବାଦ ପରେ କ୍ଷମା ମାଗିଲେ ଖିଲାଡି କୁମାର
ବିବାଦ ପରେ କ୍ଷମା ମାଗିଲେ ଖିଲାଡି କୁମାର
author img

By

Published : Apr 21, 2022, 10:15 AM IST

ହାଇଦ୍ରାବାଦ: ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର ପ୍ରାୟତଃ ତାଙ୍କ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତା ଇଣ୍ଡଷ୍ଟ୍ରିର ହେଉଛନ୍ତି ଏକମାତ୍ର ଅଭିନେତା ଯିଏ ଅଧିକ ସଂଖ୍ୟକର ଚଳଚ୍ଚିତ୍ର ରିଲିଜ୍ କରନ୍ତି । ଗତ କିଛି ଦିନ ହେବ ଅଭିନେତା ପୁଣିଥରେ ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି । କିନ୍ତୁ ଏଥର ତାଙ୍କ ଆଲୋଚନାର କାରଣ ଏକ ଚଳଚ୍ଚିତ୍ର ନୁହେଁ ବରଂ ଅଭିନେତାଙ୍କ ବିଜ୍ଞାପନ । ବାସ୍ତବରେ, ବଲିଉଡର ଖିଲାଡି କୁମାରଙ୍କୁ ପାନ ମସାଲା ବିଜ୍ଞାପନରେ ଦେଖିବାକୁ ମିଳିଥିଲା, ଯାହା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା।

ଲଗାତାର ଲୋକଙ୍କ ସମାଲୋଚନାର ସମ୍ମୁଖୀନ ହେଉଥିବା ଅଭିନେତା ବର୍ତ୍ତମାନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଅକ୍ଷୟ ନିକଟରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟ ସେୟାର କରିବାବେଳେ ଅଭିନେତା କେବଳ ତାଙ୍କ ପ୍ରଶଂସକଙ୍କୁ କ୍ଷମା ମାଗିନାହାନ୍ତି ବରଂ ଏକ ବଡ ଘୋଷଣା ମଧ୍ୟ କରିଥିଲେ । ଏହି ବିଜ୍ଞାପନ ଛାଡିବାକୁ ଅଭିନେତା ବର୍ତ୍ତମାନ ନିଷ୍ପତ୍ତି ନେଇଛନ୍ତି । ସେ ଘୋଷଣା କରିଛନ୍ତି ଯେ ସେ ଆଉ ଏହି ପାନ ମସାଲା ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ରହିବେ ନାହିଁ।

ଏହି ପୋଷ୍ଟକୁ ତାଙ୍କ ଅଫିସିଆଲ୍ ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ସେ ଲେଖିଛନ୍ତି, ମୋତେ କ୍ଷମା କରନ୍ତୁ । ମୁଁ ମୋର ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ କ୍ଷମା ମାଗିବାକୁ ଚାହେଁ । ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଥିବା ପ୍ରତିକ୍ରିୟା ମୋତେ ବହୁତ ପ୍ରଭାବିତ କରିଛି । ମୁଁ କଦାପି ତମାଖୁକୁ ସମର୍ଥନ କରି ନାହିଁ ଏବଂ କରିବି ନାହିଁ । ଏହି ବ୍ରାଣ୍ଡ ସହିତ ମୋର ସଙ୍ଗଠନକୁ ନେଇ ସାମ୍ନାକୁ ଆସିଥିବା ଆପଣଙ୍କ ଭାବନାକୁ ସମ୍ମାନ କରେ, ତେଣୁ ମୁଁ ସମସ୍ତ ନମ୍ରତା ସହିତ ପ୍ରତ୍ୟାହାର କରୁଛି।

ଅଭିନେତା ଆହୁରି ଲେଖିଛନ୍ତି, ମୁଁ ନିଷ୍ପତ୍ତି ନେଇଛି ଯେ ବିଜ୍ଞାପନ ପାଇଁ ମୋତେ ମିଳିଥିବା ସମସ୍ତ ଅର୍ଥ ଭଲ କାର୍ଯ୍ୟ ପାଇଁ ଖର୍ଚ୍ଚ କରିବି । ବ୍ରାଣ୍ଡ ଯଦି ଚାହିଁବ ଏହି ବିଜ୍ଞାପନକୁ ପ୍ରସାରିତ କରିବା ଜାରି ରଖିପାରିବ, ଯେପର୍ଯ୍ୟନ୍ତ ଏହାର କଣ୍ଟ୍ରାକ୍ଟର ଆଇନଗତ ଅବଧି ପୂରା ନହୋଇଛି । କିନ୍ତୁ ମୁଁ ପ୍ରତିଜ୍ଞା କରୁଛି ଯେ ଭବିଷ୍ୟତରେ ମୁଁ ବୁଦ୍ଧିମତାର ସହିତ ବିକଳ୍ପ ବାଛିବି । ଏହାର ପ୍ରତିବଦଳରେ, ମୁଁ ସର୍ବଦା ଆପଣଙ୍କର ଭଲପାଇବା ମାଗିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.