ETV Bharat / entertainment

Krishnaraj Rai’s Birth Anniversary: ପିତାଙ୍କ ସ୍ମୃତିରେ ପୋଷ୍ଟ ସେୟାର କଲେ ଐଶ୍ବର୍ଯ୍ୟା - ଐଶ୍ବର୍ଯ୍ୟା ରାୟ ବଚ୍ଚନ ଝିଅ ଆରାଧ୍ୟା

ଐଶ୍ବର୍ଯ୍ୟା ରାୟ ବଚ୍ଚନ ତାଙ୍କ ପିତା କୃଷ୍ଣରାଜ ରାୟଙ୍କ ଜନ୍ମ ବାର୍ଷିକୀରେ ଝିଅ ଆରାଧ୍ୟାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ପିତାଙ୍କ ସ୍ମୃତିରେ ପୋଷ୍ଟ ସେୟାର କଲେ ଝିଅ ଐଶ୍ବର୍ଯ୍ୟା

author img

By

Published : Nov 21, 2022, 11:43 AM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ (Aishwarya Rai Bachchan) ସୋସିଆଲ ମିଡିଆରେ ବହୁତ ସକ୍ରିୟ । ଐଶ୍ବର୍ଯ୍ୟା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ସମୟରେ ସୁନ୍ଦର ଫଟୋ ସେୟାର କରନ୍ତି ଏବଂ ପ୍ରଶଂସକଙ୍କ ସହ ଯୋଡି ହୋଇ ରୁହନ୍ତି । ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ପିତା କୃଷ୍ଣରାଜ ରାୟଙ୍କ (Krishnaraj Rai) ଜନ୍ମ ବାର୍ଷିକୀରେ ତାଙ୍କୁ ସ୍ମରଣ କରି ଏକ ଫଟୋ ପୋଷ୍ଟ ସେୟାର କରିଛନ୍ତି ।

ଏହି ଫଟୋରେ ଐଶ୍ବର୍ଯ୍ୟା ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ନଜର ଆସିଛନ୍ତି ଏବଂ ତାଙ୍କ ପଛରେ ପିତା କୃଷ୍ଣରାଜ ରାୟଙ୍କ ଫଟୋ ରହିଛି। ଫଟୋ ସେୟାର କରି ଅଭିନେତ୍ରୀ ତାଙ୍କ ସ୍ୱର୍ଗତ ପିତାଙ୍କୁ ମନେ ପକାଇଛନ୍ତି । ଫଟୋ କ୍ୟାପସନରେ ଐଶ୍ବର୍ଯ୍ୟା ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଲେଖିଛନ୍ତି- 'ବାପାଙ୍କ ସ୍ମୃତିରେ ପ୍ରାର୍ଥନା ଏବଂ ପ୍ରେମ । ଜନ୍ମଦିନର ଶୁଭେଚ୍ଛା ପ୍ରିୟ ବାପା-ଅଜା । ଭଲପାଇବା, ଭଲପାଇବା ଏବଂ ଢେର ସାରା ଭଲପାଇବା । ଇଶ୍ବରଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହୁ।'

ଏହା ବି ପଢନ୍ତୁ: ଲାଡଲି ଆରାଧ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଐଶ୍ୱର୍ଯ୍ୟା, ଲେଖିଲେ ମାଇଁ ଲଭ୍‌ ମାଇଁ ଲାଇଫ୍‌

ଐଶ୍ବର୍ଯ୍ୟାଙ୍କ ଏହି ପୋଷ୍ଟରେ ଅନେକ ୟୁଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଅଭିନେତ୍ରୀଙ୍କ ସ୍ୱର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତେବେ ପ୍ରତ୍ୟେକ ବିଶେଷ ଉତ୍ସବରେ ଐଶ୍ବର୍ଯ୍ୟା ନିଶ୍ଚିତ ଭାବରେ ତାଙ୍କ ପିତାଙ୍କୁ ମନେ ପକାଇଥାନ୍ତି ଏବଂ ଏହାର ଝଲକ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦେଖିବାକୁ ମିଳେ । ସେ ସୋସିଆଲ ମିଡିଆରେ ଏପରି ଅନେକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପିତାଙ୍କ ଫଟୋ ଦୃଶ୍ୟମାନ ହେଉଛି ।

ନିକଟରେ ଅଭିନେତ୍ରୀ ତାଙ୍କ ଝିଅ ଆରାଧ୍ୟାର ଜନ୍ମଦିନ ପାଳନ କରିଥିଲେ । ଐଶ୍ବର୍ଯ୍ୟା ଆରାଧ୍ୟାଙ୍କ ଜନ୍ମଦିନ ଅବସରରେ ଏକ ପାର୍ଟି ରଖିଥିଲେ । ଏହି ସମୟରେ ରିତେଶ ତାଙ୍କ ପତ୍ନୀ ଜେନେଲିଆ ଏବଂ ଉଭୟ ପିଲାଙ୍କ ସହ ପହଞ୍ଚିଥିଲେ । ସୋନାଲି ବେନ୍ଦ୍ରେ, ଚଳଚ୍ଚିତ୍ର ନିର୍ମାତା ବଣ୍ଟି ୱାଲିଆଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଜୟା ବଚ୍ଚନ ମଧ୍ୟ ନାତୁଣୀ ଜନ୍ମଦିନ ଉତ୍ସବରେ ମଧ୍ୟ ଇପସ୍ଥିତ ଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.